ଭୁବନେଶ୍ୱରରେ ସର୍ବସାଧାରଣଙ୍କ ପାଇଁ ଇ-ବସ ଏବଂ ଇ-ରିକ୍ସା


ଭୁବନେଶ୍ୱରରେ ଆସନ୍ତା ମାସରୁ ଗଡିବ ଇ-ବସ ଏବଂ ଇ-ରିକ୍ସା । ଏହାକୁ ଜୁଲାଇ ୨୯ରେ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ କରାଯିବ । ପ୍ରାଥମିକ ପ ର୍ୟ୍ୟାୟରେ ୧୦ଟି ଇ-ବସ ଏବଂ ୪୫ଟି ଇ-ରିକ୍ସା ପ୍ରଚଳନ ହେବ ।
ଜୁନ-୩୦ ତାରିଖରେ ଇ-ବସର ପରୀକ୍ଷଣ ପ୍ରାରମ୍ଭ ହୋଇଥିଲା ଏବଂ ପ୍ରାୟ ୨୫ ଦିନ ପରେ ଏହାର ପରୀକ୍ଷଣ ସଫଳ ହୋଇଛି । ଏହି ବସରୁ ଧୂଆଁ ବାହାରିବନାହିଁ ଏବଂ ପରିବେଶ ପ୍ରଦୂଷଣ ମଧ୍ୟ ହେବନି । ଗୋଟିଏ ଥର ଚାର୍ଜିଂରେ ଏହା ପ୍ରାୟ ୧୨୦କିଲୋମିଟର ଚାଲିପାରିବ । ଇ-ବସ ପାଇଁ ଚନ୍ଦ୍ରଶେଖର ପୁରରେ ଗୋଟିଏ ଚାର୍ଜିଂ ଷ୍ଟେସନ ଏବଂ ଇ-ରିକ୍ସା ପାଇଁ ଘାଟିକିଆ ଏବଂ ପୋଖରୀପୁଟରେ ଚାର୍ଜିଂ ଷ୍ଟେସନ ରହିଛି । ଏଥିରେ ୩କିଲୋମିଟର ରାସ୍ତା ଯିବାକୁ ୧୦ଟଙ୍କା ଦେୟ ଦେବାକୁ ପଡିବ ।


Share It

Comments are closed.