୨୦୧୭ ପରେ ପ୍ରଥମ ଥର ଟେଷ୍ଟରେ ବିରାଟଙ୍କ ଆଭରେଜ୍‌ ୫୦ ତ​‌ଳେ ପହଁଞ୍ଚିଲା


ଭାରତ ଓ ଶ୍ରୀଲଙ୍କା ଭିତରେ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବିଜୟର ଖୁବ୍ ନିକଟରେ ପହଁଞ୍ଚିଛି। ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୯ ଓ୍ବିକେଟ ଦରକାର। ସେଭଳି ଶ୍ରୀଲଙ୍କାର ବିଜୟ ପାଇଁ ୪୧୯ ରନ୍‌ର ଦରକାର ରହିଛି। ତେବେ ଭାରତର ପୂର୍ବତନ କ୍ୟାପଟେନ୍‌ ବିରାଟ କୋହଲିଙ୍କ ପାଇଁ ଏହି ମ୍ୟାଚ୍‌ କିଛି ଖାସ୍ ନଥିଲା। ସେଭଳି ପ୍ରଥମ ଇନିଂସରେ ୨୩ ଓ ୧୩ ରନ୍‌ କରିଥିଲେ। ଏହା ସହିତ ଟେଷ୍ଟ କ୍ରିକେଟରେ ତାଙ୍କର ଆଭରେଜ୍ ୫୦ର ତଳକୁ ଆସିଯାଇଛି। ଗତ ୫ ବର୍ଷରେ ଏହା ହେଉଛି ପ୍ରଥମ ଥର, ଯେତେବେଳେ କୋହଲିଙ୍କ ଟେଷ୍ଟ ଆଭରେଜ୍ ୫୦ ର ତଳକୁ ଆସିଯାଇଛି।

କୋହଲି ଡିସେମ୍ବର ୨୦୧୬ ରେ ଇଂଲଣ୍ଡ ବିପକ୍ଷ​‌ରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ୨୩୫ ରନ୍‌ର ଖୂୁବ୍ ସୁନ୍ଦର ଇନିଂସ ଖେଳିଥିଲେ। ଏହା ସହିତ ଟେଷ୍ଟ କ୍ରିକେଟ୍‌ରେ ତାଙ୍କର ଆଭରେଜ୍‌ ୫୦ର ଉପରକୁ ଚାଲିଯାଇଥିଲା। ଏହାପରେ ୨୦୧୭ ରୁ ଲଗାତାର ଆଭରେଜ ୫୦ରୁ ଉପରକୁ ରହିଥିଲା, କିନ୍ତୁ କ୍ୟାରିୟର ୧୦୧ ମ୍ୟାଚ୍‌ରେ ତାଙ୍କର ଆଭରେଜ୍‌ ୫୦ ରୁ ଅଧିକ ତଳକୁ ଆସିଯାଇଛି।

ବିରାଟ କୋହଲିଙ୍କ ବର୍ତ୍ତମାନର ଆଭରେଜ୍ ୪୯.୯୬ ରହିଛି। ୩୩ ବର୍ଷର ବିରାଟ କୋହଲି ଭାରତ ପାଇଁ ୧୦୧ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହି ସମୟରେ ୧୭୧ଟି ଇନିଂସରେ ସେ ୮୦୪୩ ରନ୍ କରିଛନ୍ତି। ତାଙ୍କର ସବୁଠାରୁ ବଡ ସ୍କୋର ୨୫୪ ରହିଛି। ବିରାଟ ଟେଷ୍ଟରେ ୨୭ ଶତକ ଓ ୨୮ ଅର୍ଦ୍ଧଶତକ ମଧ୍ୟ କରିଛନ୍ତି। ତାଙ୍କର ବ୍ୟାଟ୍‌ରୁ ୭ଟି ଦ୍ବିଶତକ ମଧ୍ୟ ରହିଛି। ତେବେ ଓ୍ବାନଡେ ଓ ଟି-୨୦ରେ ଏବେ ବି ତାଙ୍କ ଆଭରେଜ୍‌ ୫୦ ରୁ ଅଧିକ ରହିଛି। ଓ୍ବାନଡେ୍‌ରେ ବିରାଟ ଏପର୍ଯ୍ୟନ୍ତ ୫୮.୦୭ ଓ ଟି-୨୦ ରେ ୫୧.୫ ଆଭରେଜ୍‌ରେ ରନ୍‌ କରିଛନ୍ତି।

ବିରାଟ ୨୦୧୯ ରେ ନିଜର ଶେଷ ଶତକ କରିଥିଲେ। ବାଂଲାଦେଶ ବିପକ୍ଷରେ ଡେ-ନାଇଟ ଟେଷ୍ଟରେ ସେ ଏହି ଶତକ କରିଥିଲେ। ଏହାପରେ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୭୩ଟି ଇନିଂସ ଖେଳି ସାରିଛନ୍ତି, କିନ୍ତୁ ତାଙ୍କ ବ୍ୟାଟ୍‌କୁ କୌଣସି ଶତକ ଏପର୍ଯ୍ୟନ୍ତ ହୋଇପାରିନି। ବିରାଟ ଟେଷ୍ଟରେ ୫୦ରୁ ଅଧିକ ରନ୍‌ର ଆଭରେଜ୍‌ ପାଇଁ ବେଙ୍ଗାଲୁର ଟେଷ୍ଟରେ ୪୩ ରନ୍‌ କରିଥିଲେ। କିନ୍ତୁ ଦୁଇଟି ଇନିଂସରେ ମୋଟ ଭାବରେ ସେ ୩୬ ରନ୍‌ କରିଥିଲେ। ଏହା ସହିତ ତାଙ୍କର ଆଭରେଜ୍‌ ୪୯.୯୫ ହୋଇଯାଇଛି।


Share It

Comments are closed.