ଶାକାହାରୀ ହୋଇଥିଲେ ନିଜ ଡାଏଟ୍‌ରେ ସାମିଲ୍‌ କରନ୍ତୁ ଏହି ଖାଦ୍ୟ, ଦୂର ହେବ ପ୍ରୋଟିନ୍‌ର ଅଭାବ


ବର୍ତ୍ତମାନ ସମୟରେ, ଅନେକ ଲୋକ ଉନ୍ନତମାନର ସ୍ୱାସ୍ଥ୍ୟ ପାଇଁ ଆମିଷ ଖାଉ ନାହାନ୍ତି । କିନ୍ତୁ, ଶାକାହାରୀ ତଥା ଭେଜ୍‌ ଖାଇବା ଦ୍ବାରା ଶରୀରର ପ୍ରୋଟିନ୍ ଆବଶ୍ୟକତା କିପରି ପୂରଣ ହେବ, ତାହା ସବୁଠାରୁ ବଡ ପ୍ରଶ୍ନ । କାରଣ ଆମେ ସମସ୍ତେ ଜାଣୁ ଯେ ଅଣ୍ଡା, ଚିକେନ୍, ମଟନ୍ ଇତ୍ୟାଦିରେ ପ୍ରଚୁର ପରିମାଣର ପ୍ରୋଟିନ୍ ତଥା ପୃଷ୍ଟିସାରା ମିଳିଥାଏ । ଏପରି ପରିସ୍ଥିତିରେ, ଯଦି ଶାକାହାରୀ ହେବା ପରେ ଶରୀରରେ ପ୍ରୋଟିନର ଆବଶ୍ୟକତା ନିହାତି ଆବଶ୍ୟକ । ତେବେ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଥାଏ । କାରଣ ଯେ ଶରୀରରେ ପ୍ରୋଟିନର ଅଭାବ ହେତୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ତାହାଲେ ଚାଲନ୍ତୁ ଜାଣିବା ଅନେକ ଶାକାହାରୀ ଖାଦ୍ୟ ଅଛି ଯେଉଁଥିରେ ଆମିଷ ଅପେକ୍ଷା ପ୍ରୋଟିନ୍‌ର ମାତ୍ରା ଅଧିକ ପରିମାଣରେ ରହିଥାଏ। ଯାହାକୁ ଖାଇବା ଦ୍ବାରା ଆମକୁ ପ୍ରୋଟିନ୍‌ ମିଳେ ।

ପନିର- ପନିର ଖାଇବା ଯେତିକି ସ୍ୱାଦିଷ୍ଟ ଲାଗେ। ସେତିକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହାର ବିଶେଷ କଥା ହେଉଛି ଏଥିରେ କ୍ୟାଲୋରୀର ମାତ୍ରା ମଧ୍ୟ କମ୍ ଥାଏ। ଯେଉଁଥିପାଇଁ ଶରୀରରେ ପ୍ରୋଟିନର ଅଭାବକୁ ଦୂର କରେ। ଏହା ସହିତ ପନିର କ୍ୟାଲସିୟମ ପାଇଁ ଏକ ଉତ୍ତମ ଉତ୍ସ ଭାବରେ ମଧ୍ୟ ବିବେଚନା କରାଯାଏ। ଯାହା ହାଡ, ମାଂସପେଶୀକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ ମଧ୍ୟ କରେ ।

ସୋୟାବିନ୍- ସୋୟାବିନ୍‌ରେ ଖାଇବା ଶରୀର ପାଇଁ ଖୁବ୍‌ ଲାଭଦାୟକ। ସୋୟାବିନ୍‌ ପ୍ରୋଟିନ ପାଇଁ ଏକ ଉତ୍ତମ ଉତ୍ସ ।ଏହା ସହିତ ଲୌହ, ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ପରି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ସୋୟାବିନରେ ବହୁ ପରିମାଣରେ ମିଳିଥାଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଣ ନିଜ ଖାଦ୍ୟରେ ସୋୟାବିନ୍ ସାମିଲ୍‌ କରି ପାରିବେ।

ମସୁର ଡାଲି-ମସୁର ଡାଲିରେ ବହୁ ପରିମାଣର ପ୍ରୋଟିନ୍ ମିଳିଥାଏ । ଶାକାହାରୀ ବ୍ୟକ୍ତିମାନେ ନିୟମିତ ଭାବରେ ଖାଦ୍ୟରେ ମସୁର ଡାଲିକୁ ସାମିଲ୍‌ କରନ୍ତୁ। ଡାଲିରେ ପ୍ରୋଟିନ୍ ସହିତ ବହୁ ପରିମାଣର ଖଣିଜ ପଦାର୍ଥ, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି। ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।


Share It

Comments are closed.