ଘରେ ଦିଅନ୍ତୁନାହିଁ ଏହିସବୁ ରଙ୍ଗ, ହୋଇପାରେ ସର୍ବନାଶ


ଆପଣ ନୂଆ ଘରକୁ ଯାଉଥିଲେ ବା ନୂଆ ଘରଟିଏ ତୋଳି ଥିଲେ, ଘରକୁ ସୁନ୍ଦର କରିବା ପାଇଁ ଦିଅନ୍ତି ମନ ଲାକ୍ଷି ଏକ ରଙ୍ଗ ଟିଏ । ହେଲେ ଘରେ ରଙ୍ଗ ଦେବା ପୂର୍ବରୁ ଭଲ ଭାବେ ଭାବିବା ଦରକାର ଯେ ଏହା ଯେପରି କୌଣସି ନକରାତ୍ମକ ପ୍ରଭାବ ନ ପକାଉଥାଏ । ବାସ୍ତୁଶାସ୍ତ୍ର ଅନୁସାରେ କିଛି ରଙ୍ଗ ଘରେ କିମ୍ବା ଘରର ନିର୍ଦ୍ଦିଷ୍ଟ ସ୍ଥାନରେ ଲଗାଇବା ଦ୍ୱାରା ଏହାର ଖରାପ ପ୍ରଭାବ ପଡିଥାଏ ।

ଶୋଇବା ଘରେ ଲଗାନ୍ତୁନି ଲାଲ୍ ରଙ୍ଗ

ବାସ୍ତୁ ଅନୁସାରେ ଶୋଇବା ଘରେ, ପିଲାଙ୍କ ପଢା ରୁମ୍, କିଚେନ, ଡାଇନିଂରେ ଲାଲ୍ ରଙ୍ଗ ଲଗାଇବା ଉଚିତ ନୁହେଁ । ଏହା ଦ୍ୱାରା ମନରେ କ୍ରୋଧ, ଉତ୍ତେଜନା ଭାବନା ଜାଗ୍ରତ ହୋଇଥାଏ । ଏଥିସହ ପୂର୍ବ କିମ୍ବା ପଶ୍ଚିମ ଦିଗରେ ଥିବା କବାଟରେ ମଧ୍ୟ ଲାଲ ରଙ୍ଗ ଦିଅନ୍ତୁ ନାହିଁ ।

ବାଥରୁମରେ ଦିଅନ୍ତୁ ହଳଦିଆ ରଙ୍ଗ

ଘରର ଗାଧୁଆ ଘରେ ହଳଦିଆ ରଙ୍ଗ ଦେଇପାରିବେ । ଏଥିସହ କିଚେନ ଏବଂ ମିଟିଂ ରୁମରେ ମଧ୍ୟ ଏହି ରଙ୍ଗ ଲଗାଇପାରିବେ । ତେବେ ଅଧିକ ମାତ୍ରାରେ ହଳଦିଆ ରଙ୍ଗ ଦିଅନ୍ତୁ ନାହିଁ । ଏହା ଦ୍ୱାରା ମୁଣ୍ଡବିନ୍ଧା ବଢିଥାଏ ବୋଲି ବାସ୍ତୁରେ କୁହାଯାଇଛି ।

ବେଡ୍ ରୁମରେ ଲଗାନ୍ତୁ ସବୁଜ ଓ ନୀଳ ରଙ୍ଗ

ସବୁଜ ରଙ୍ଗକୁ ଶାନ୍ତି ଓ ସମୃଦ୍ଧିର ପ୍ରତୀକ ମନାଯାଏ । ତେଣୁ ଏହି ରଙ୍ଗକୁ ଆପଣ ବେଡ ରୁମରେ ଲଗାଇ ପାରିବେ । ଏଥିସହ ଗାଧୁଆ ଘରେ ମଧ୍ୟ ଏହି ରଙ୍ଗ ଦେଇପାରିବେ । ସେହିପରି ନୀଳ ରଙ୍ଗକୁ ମଧ୍ୟ ଶାନ୍ତି ଓ ବିନମ୍ରତାର ପ୍ରତୀକ ବୋଲି କୁହାଯାଇଥାଏ । ବେଡରୁମ୍, ଡାଇନିଂ ସହ ଠାକୁର ଘରେ ନୀଳ ରଙ୍ଗ ଲଗାଇବା ଶୁଭଙ୍କର ହୋଇଥାଏ । ପିଲାଙ୍କ କୋଠରୀରେ ଆପଣ ଗୋଲାପୀ ରଙ୍ଗ ମଧ୍ୟ ଦେଇପାରିବେ । ଏହା ଦ୍ୱାରା ପିଲାମାନେ ନମ୍ର ଓ ଉଦାର ହୋଇଥାନ୍ତି ।

ବାଥରୁମ, କିଚେନରେ ଧଳା ରଙ୍ଗ

ବାଥରୁମ ଓ କିଚେନରେ ଆପଣ ଧଳା ରଙ୍ଗ ମଧ୍ୟ ଦେଇପାରିବେ । କିନ୍ତୁ ଏହି ରଙ୍ଗକୁ ଡାଇନିଂ କିମ୍ବା ପିଲାଙ୍କ କୋଠରୀରେ ଲଗାଇବା ଉଚିତ ନୁହେଁ ।

ନକରାତ୍ମକ ପ୍ରଭାବ ପକାଏ କଳା ରଙ୍ଗ

ଘରେ କଳା ରଙ୍ଗ ନ ଦେବାକୁ ବାସ୍ତୁଶାସ୍ତ୍ରରେ ମନା କରାଯାଇଛି । ଏହା ପରିବାରରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏପରିକି କୌଣସି କବାଟରେ ମଧ୍ୟ କଳା ରଙ୍ଗ ଦେବାକୁ ବାସ୍ତୁରେ ବାରଣ କରାଯାଇଛି ।


Share It

Comments are closed.