ରୋଷେଇ ଘର ପ୍ରସ୍ତୁତ କରିବାକୁ ଯାଇଥିଲେ ଆପଣାନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ବାସ୍ତୁ ନିୟମ


ସମସ୍ତଙ୍କ ପାଇଁ ଘରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ରୋଷେଇ ଘର । ରୋଷେଇଘର ପ୍ରସ୍ତୁତ କରିବା ସମୟରେ ସମସ୍ତେ ଏହାର ରଙ୍ଗ, ଗଠନ ଉପରେ ଧ୍ୟାନ ଦେଇଥାନ୍ତି । ଆପଣଙ୍କ ରୋଷେଇ ଘର ପ୍ରସ୍ତୁତ କରିବା ସମୟରେ ବାସ୍ତୁ ନିୟମ ସହିତ ପ୍ରସ୍ତୁତ କରିଲେ ଏଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଉର୍ଜା ଏବଂ ଶକ୍ତି ମିଳିଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହିଥାଏ । ଆପଣଙ୍କ ଘର ପ୍ରସ୍ତୁତି ସମୟରେ ରୋଷେଇ ଘରକୁ ବାସ୍ତୁ ନିୟମକୁ ଧ୍ୟାନରେ ରଖି ପ୍ରସ୍ତୁତ କରନ୍ତୁ । ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ଅନୁସାରେ କିପରି ପ୍ରସ୍ତୁତ କରିବେ ରୋଷେଇ ଘର –
୧. ରୋଷେଇ ଘର ସର୍ବଦା ଦକ୍ଷିଣପୂର୍ବ ମୁଖା ରଖନ୍ତୁ ।
୨. ରୋଷେଇଘରର ରଙ୍ଗ ଲାଲ କିମ୍ବା ନାରଙ୍ଗୀ ହେବା ଉଚିତ ।
୩. ରୋଷେଇ ଘରର ସିଙ୍କ ଉତ୍ତରକୁ ରହିବା ଆବଶ୍ୟକ ।
୪. ରୋଷେଇ ଘରର କ୍ୟାବିନେଟ ଗ୍ରିନ ରଙ୍ଗର ହେବା ଉଚିତ ଏବଂ ଏହାର ମୁହଁ ଦକ୍ଷିଣ ପଶ୍ଚିମ ମୁଖା ହେବା ଆବଶ୍ୟକ ।
୫. ରୋଷେଇ କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ ଦିଗକୁ ରହିବା ଉଚିତ ।
୬. ରୋଷେଇ ଘରେ କେବେବି କୌଣସି ଆଇନା ଲଗାଇବେ ନାହିଁ । ଏହା ଘରେ ଖରାପ ପ୍ରଭାବ ପକାଇଥାଏ ।
୭. ଯଦି ଆପଣ ରୋଷେଇ ଘରେ ଫ୍ରିଜ ରଖୁଛନ୍ତି ତେବେ ତାହା ଉତ୍ତରପୂର୍ବ ଦିଗ ମୁହାଁ ରହିବା ଉଚିତ ।
୮. ମିକ୍ସର ଗ୍ରାଏଣ୍ଡର, ମାଇକ୍ରୋ ୱେଭ ରୋଷେଇ ଘରର ଦକ୍ଷିଣ ପୂର୍ବ ଦିଗରେ ରହିବା ଉଚିତ ।
୯. କପ, ପ୍ଲେଟ କିମ୍ବା କୌଣସି ରୋଷେଇଘରର ଉତ୍ପାଦ ଭାଙ୍ଗି ଯାଇଥିଲେ ଏହାକୁ ଫୋପାଡି ଦିଅନ୍ତୁ । ଏହା ଘରେ ନକାରତ୍ମକ ପ୍ରଭାବ ପକାଇଥାଏ ।
୧୦. ଚାଉଳ ଏବଂ ଡାଲି ପରି ଉତ୍ପାଦ ପ୍ଲାଷ୍ଟିକ ଡବାରେ ନରଖି ମେଟାଲ ଡବାରେ ରଖନ୍ତୁ ।
୧୧. ରୋଷେଇ ଘରକୁ ସର୍ବଦା ସଫା ସୁତୁରା ରଖନ୍ତୁ ଏବଂ ସବୁ ଜିନିଷ ନିଜ ନିଜ ସ୍ଥାନରେ ଭଲଭାବେ ସଜାଇ ରଖନ୍ତୁ ।
୧୨. ଆପଣଙ୍କ ଡଷ୍ଟବିନ ଦକ୍ଷିଣପଶ୍ଚିମ ଦିଗକୁ ମୁହଁ କରି ରଖନ୍ତୁ ।

 

 


Share It

Comments are closed.