ମାନସିକ ଶକ୍ତି ବୃଦ୍ଧି କରିବା ପାଇଁ ଆପଣାନ୍ତୁ କିଛି ଟିପ୍ସ


ଅନ୍ୟ ସମସ୍ତ ପ୍ରକାରର ରୋଗ ପରି ମାନସିକ ଚାପ ଏବଂ ରୋଗର ନିରାକରଣ ଆବଶ୍ୟକ । ନିଜକୁ ଖୁସି ରଖିବା ଏବଂ ଆତ୍ମବିଶ୍ୱାସର ବୃଦ୍ଧି କରିବା ଦ୍ୱାରା ମାନସିକ ଶକ୍ତି ମିଳିଥାଏ । ସମୟ ସମୟରେ ଶାରିରୀକ ଶକ୍ତି ଥିଲେ ମଧ୍ୟ ମାନସିକ ଶକ୍ତି ନିମ୍ନଥାଏ ଏବଂ କୌଣସି କାର୍ୟ୍ୟରେ ମନ ଲାଗିନଥାଏ । ତେଣୁ ଶରିରୀକ ଶକ୍ତି ଅପେକ୍ଷା ମାନସିକ ଶକ୍ତି ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ ଜାଣିବା କିପରି ମାନସିକ ଶକ୍ତିର ବୃଦ୍ଧି କରିବା ।
୧. ଶରୀରକୁ ତନ୍ଦରୁସ୍ତ ରଖିବା – ମନ ପସନ୍ଦ ଅନୁଯାୟୀ ସୁସ୍ଥକର ଏବଂ ସତେଜ ଖାଦ୍ୟ ଖାଇବା ଆବଶ୍ୟକ । ଡ୍ରାଏ ଫ୍ରୁଟ, ଅଣ୍ଡା, ମାଂସ, ଫଳ ଏବଂ ପରିବା ଖାଇବା ଉଚିତ । ସତେଜ ତଟକା ଫଳ ଏବଂ ପନିପରିବା ଖଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଏବଂ ମାନସିକ ଶକ୍ତି ବୃଦ୍ଧି ହୋଇଥାଏ । ସଠିକ ସମୟରେ ସଠିକ ପରିମାଣର ଖାଦ୍ୟ ଶରୀରରେ ମାନସିକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
୨. ପସନ୍ଦ ଅନୁଯାୟୀ ଚାହା ଏବଂ କଫି ପିଅନ୍ତୁ – କୌଣସି ସମୟରେ ମାନସିକ ଦୁଶ୍ଚିନ୍ତା ଏବଂ ଅଶାନ୍ତି ହେଲେ ମାନସିକ ଶକ୍ତିର ବୃଦ୍ଧି ପାଇଁ ଆପଣ ପସନ୍ଦ ଅନୁଯାୟୀ ଚାହା କିମ୍ବା କଫିର ସେବନ କରିପାରବେ । କଫି ଏବଂ ଚାହାରେ ଥିବା କାଫେଇନ ମାନସିକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
୩. ବ୍ୟାୟାମ – ପ୍ରତିଦିନ ବ୍ୟାୟାମ କରିବା ଅତ୍ୟନ୍ତ ଆବଶ୍ୟକ । ପ୍ରତିଦିନ ବ୍ୟାୟମ କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ ଏବଂ ମନରେ ଶକ୍ତି ଜାଗ୍ରତ ହୋଇଥାଏ । ବ୍ୟାୟମ କରିବା ଦ୍ୱାରା ମସ୍ତିଷ୍କରେ ରକ୍ତର ସଂଚାରଣ ହୋଇଥାଏ ଏବଂ ଉର୍ଜା ଉତ୍ପନ୍ନ ହୋଇଥାଏ ।
୪. ପ୍ରୋଟିନର ସେବନ – ପ୍ରୋଟିନ ସ୍ମରଣ ଶକ୍ତି, ଭାବନାତ୍ମକ ଶକ୍ତିର ବୃଦ୍ଧି କରିଥାଏ । ଆପଣ ମସ୍ତିଷ୍କର ଶକ୍ତି ବୃଦ୍ଧି କରିବା ପାଇଁ ଓମେଗା ୩ ଫ୍ୟାଟି ଏସିଡ, ଭିଟାମିନ ବି ୧୨ର ସେବନ କରିପାରିବେ । ବିଭିନ୍ନ ପ୍ରକାର ପ୍ରୋଟିନ ଯୁକ୍ତ ଖାଦ୍ୟର ମଧ୍ୟ ସେବନ ଖୁବ ଆବଶ୍ୟକ ।
୫. ଯୋଗ ଅଭ୍ୟାସ – ମାନସିକ ଶକ୍ତିର ବୃଦ୍ଧି ପାଇଁ ଯୋଗ ଅଭ୍ୟାସ କରିବା ନିତ୍ୟାନ୍ତ ଆବଶ୍ୟକ । ଏକ ଖୋଲା ପଡିଆ ସ୍ଥାନରେ ଆପଣ ପ୍ରତିଦିନ ସକାଳେ ଯୋଗ ଅଭ୍ୟାସ କରନ୍ତୁ । ଏହା ଦ୍ୱାରା ମନରେ ଉର୍ଜା ସଂଚାର ହୋଇ ମାନସିକ ଶକ୍ତି ବୃଦ୍ଧି ହୋଇଥାଏ ।
୬. ସଠିକ ପରିମାଣର ନିଦ – ଶରୀରରକୁ ଦିନକୁ ୮ଘଣ୍ଟାର ନିଦ ଆବଶ୍ୟକ । ତେଣୁ ଆପଣ ପ୍ରତ୍ୟେକ ଦିନ ଅନବନ୍ୟ ୮ଘଣ୍ଟା ଶୁଅନ୍ତୁ । ଏହା ପରେ ଆପଣ ନିଜକୁ ଫ୍ରେସ ଏବଂ ଚାର୍ଜ ଫୁଲ ଅନୁଭବ କରିବେ ।

 


Share It

Comments are closed.