ଖୁସି ଖବର : କରୋନା ଭ୍ୟାକସିନର ୧୫୦ କୋଟି ଡୋଜ କିଣିବା ପାଇଁ ଭାରତ କଲା ଆଡଭାନ୍ସ ବୁକିଂ


ଭାରତ ସହିତ ବିଶ୍ୱର ବହୁ ଦେଶରେ ଜାରି କରୋନା ଭ୍ୟାକସିନ୍‌ ରିସର୍ଚ୍ଚ ନିଜର ଅନ୍ତିମ ପର୍ଯ୍ୟାୟରେ ରହିଛି। ମର୍ଡନା ଓ ଫାଇଜର ଭ୍ୟାକସିନ୍ ଟ୍ରାଏଲ ପୂରା ହେବାର ଦାବି କରାଯାଉଛି ଓ ଭ୍ୟାକସିନକୁ ୯୫% ପର୍ଯ୍ୟନ୍ତ ସୁରକ୍ଷିତ ବୋଲି କୁହାଯାଇଛି। ବହୁ କମ୍ପାନୀ ଟ୍ରାଏଲରେ ଭଲ ପରିଣାମକୁ ଦେଖି ବହୁ ପରିମାଣରେ ଉତ୍ପାଦନ ଆରମ୍ଭ କରିଦିଆଯାଇଛି, ତେବେ ବହୁ ଦେଶ ଭିତରେ ଏହାର କିଣାବିକାକୁ ନେଇ ଚାହିଦା ବଢିଯାଇଛି। ଏଭଳି ସ୍ଥିତିରେ ଭାରତରେ ମଧ୍ୟ ୧୫୦ କୋଟିରୁ ଅଧିକ ଡୋଜ୍ କିଣିବା ପାଇଁ ଆଡଭାନ୍ସ ବୁକିଂ କରିଦେଇଛନ୍ତି। ୱାର୍ଲ୍ଡ ଷ୍ଟ୍ରିଟ୍ ଜର୍ନାଲର ଏକ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ଭ୍ୟାକସିନ ଡୋଜ୍ କିଣିବାର କଟକଣା ମାମଲାରେ ଭାରତ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତ ପୂର୍ବରୁ ଆମେରିକା ଓ ୟୁରୋପୀୟ ୟୁନିୟନର ନମ୍ବର ରହିଛି। ଏହି ରିପୋର୍ଟ ଡ୍ୟୁକ୍ ୟୁନିଭର୍ସିଟିର ଲଞ୍ଚ ଓ ସ୍କେଲ୍ ସ୍ପିଡୋମିଟର ଇନିସିଏଟିଭ ଉପରେ ଆଧାରିତ, ଯାହାକି ନିମ୍ନ ଆୟ ବର୍ଗ ଦେଶରେ ହେଲଥ୍ ଇନୋଭେସନରେ ବାଧା ହେଉଥିବା କାରଣରୁ ଅଧ୍ୟୟନ କରୁଛନ୍ତି। ‘ଲଞ୍ଚ ଆଣ୍ଡ ସ୍କେଲ ସ୍ପିଡୋମିଟର ଇନିଶିଏଟିଭ’ ଅନୁସାରେ, କୋଭିଡ୍-୧୯ ଭ୍ୟାକସିନ ଆଡଭାନ୍ସ ମାର୍କେଟ କମିଟମେଣ୍ଟ ମାମଲାରେ ଭାରତ ତୃତୀୟ ସ୍ଥାନରେ ରହିଛି ଓ ଏହାର ଆଗରେ ଆମେରିକା ଓ ୟୁରୋପିଆନ୍ ୟୁନିୟନ ରହିଛି। ଭାରତ ୧୫୦ କୋଟିରୁ ଅଧିକ ଡୋଜ୍ କିଣିବା କଥା କହିସାରିଛି, ଯାହାକି ୟୁରୋପିଆନ୍ ୟୁନିୟନର ୧୨୦ କୋଟି ଓ ଆମେରିକାର ୧୦୦ କୋଟି ଡୋନ୍ ଜୁଳନାରେ ଅଧିକ। କିନ୍ତୁ ଆମେରିକା ଓ ୟୁରୋପିଆନ୍ ୟୁନିୟନ ନିଜର ସମ୍ଭାବିତ ଡୋଜ୍ କିଣିବା କାରଣରୁ ଆଗ​ରେ ଅଛନ୍ତି। ଆମେରିକା ୧୫୦ କୋଟିରୁ ଅଧିକ ସମ୍ଭାବିତ ଡୋଜ୍ କିଣିବା ନେଇ ଚୁକ୍ତି କରିଛି। ସେଭଳି ୟୁରୋପିଆନ୍ ୟୁନିୟନ୍ ୭୬ କୋଟିରୁ ଅଧିକ ସମ୍ଭାବିତ ଡୋଜ୍ କିଣିବାର କିଣିବା ପାଇଁ ଚୁକ୍ତି କରିଛି। ଆମେରିକା ୧୫୦ କୋଟି ସମ୍ଭାବିତ ଡୋଜ୍ କିଣିଛି ଓ ୧୦୦ କୋଠି ଡୋଜ୍ ବୁକିଂ କରିବା ସହ ପ୍ରାୟ ୨୬୦ କୋଟି ଡୋଜ୍ ପାଇଁ ଚୁକ୍ତି କରିଛି। ଏଥିରୁ ଜଣାପଡୁଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ନିଜର ସମଗ୍ର ଜନସଂଖ୍ୟାକୁ ଏକରୁ ଅଧିକ ଥର ଟୀକାକରଣ କରିପାରେ। ଡ୍ୟୁକ୍ ୟୁନିଭର୍ସିଟିର ଲଞ୍ଚ ଓ ସ୍କେଲ୍ ସ୍ପିଡୋମିଟର ଇନିଶିଏଟିଭର ବିଶେଷଜ୍ଞଙ୍କ କହିବା ଅନୁସାରେ,ସଂଖ୍ୟା ବିଷୟରେ ଯଦି କଥା ହେବା ତେବେ କରୋନା ଭ୍ୟାକସିନ୍‌ର ୮୦୦ କୋଟିରୁ ଅଧିକ ଡୋଜ୍ ବର୍ତ୍ତମାନ ସୁଦ୍ଧା ବୁକିଂ କରାଯାଇ ସାରିଛି। ଆମେରିକା ଔଷଧ ନିର୍ମାତା କମ୍ପାନୀ ଫାଇଜର ଓ ଏହାର ଜର୍ମାନ୍ ପାର୍ଟନର ବାୟୋଏନ୍‌ଟେକ୍ ଏସଇ କହିଛି, ତାଙ୍କର ଭ୍ୟାକସିନ୍ ଟୀକା ୯୫ ପ୍ରତିଶତ ପ୍ରଭାବୀ ବୋଲି ଜଣାପଡିଛି।


Share It

Comments are closed.