ନିବେଶ ଯାତ୍ରା ଆରମ୍ଭ କରିବା ଲାଗି ନିୟୁତାଧିକ ଭାରତୀୟଙ୍କୁ ସକ୍ଷମ କରିବା ଅପଷ୍ଟକ୍ସର ଲକ୍ଷ୍ୟ


ଭୁବନେଶ୍ୱର: ଭାରତ ଏକ ଦେଶ ଯାହା ନିବେଶ ବଦଳରେ ସଂଚୟକୁ ଗୁରୁତ୍ୱ ଦିଏ । ଆମେରିକାରେ ୫୦ ପ୍ରତିଶତ କିମ୍ବା ଅନ୍ୟ ଦେଶଗୁଡ଼ିକରେ ୨୦-୩୦ ପ୍ରତିଶତ ତୁଳନାରେ ଭାରତରେ ୫ ପ୍ରତିଶତରୁ କମ୍ ଏବେ ଇକ୍ୱିଟିରେ ନିବେଶ କରୁଛନ୍ତି । ଏହା ପଛର କାରଣ ହେଉଛି ଆର୍ଥିକ ସାକ୍ଷରତା ଯାହା ନିବେଶକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଯେଉଁଥିପାଇଁ ବଜାରରେ ସେମାନେ ବାରମ୍ବାର କ୍ଷତି ସହିଥାନ୍ତି । ତେଣୁ ସେମାନେ ଷ୍ଟକ୍ ବଜାରରେ ଅଂଶଗ୍ରହଣ କରିବାକୁ ନେଇ ନିଶ୍ଚିତ ହୋଇପାରୁନାହାନ୍ତି । ଭାରତର ଅଗ୍ରଣୀ ଡିଜିଟାଲ୍ ନିବେଶ ପ୍ଲାଟ୍‌ଫର୍ମ ଅପଷ୍ଟକ୍ସ ସେହି ବ୍ୟବଧାନ ଦୂର କରିବାକୁ ଆଗେଇ ଆସିଛି । ନିଜର ନୂଆ ଅଭିଯାନ “ଇନଭେଷ୍ଟ ରାଇଟ୍‌’ ଜରିଆରେ ଏହା ନିୟୁତାଧିକ ଭାରତୀୟଙ୍କୁ ଉତମ ନିବେଶ କରିବା ଏବଂ ସଂପତି ସୃଷ୍ଟି କରିବାରେ ସକ୍ଷମ କରିବା ଲାଗି ଲକ୍ଷ୍ୟ ରଖିଛି ।
ଅପଷ୍ଟକ୍ସର ସହ ପ୍ରତିଷ୍ଠାତା କବିତା ସୁବ୍ରମଣ୍ୟନ କହିଛନ୍ତି ଯେ, “ଆମେ ଭାରତର ନିବେଶ ସମ୍ଭାବନାକୁ ଉଜାଗର କରିବା ଏବଂ ସୂଚନା ଆଧାରରେ ନିବେଶ ଓ ଟ୍ରେଡିଂ ନିଷ୍ପତି ନେବା ଲାଗି ଆବଶ୍ୟକ ଟୁଲ୍ ସେମାନଙ୍କୁ ପ୍ରଦାନ କରି ଭାରତୀୟଙ୍କୁ ସଶକ୍ତ କରିବାକୁ ଆମେ ଚାହୁଁଛୁ । ନିବେଶକମାନଙ୍କ ଯନ୍ତ୍ରଣାକୁ ବୁଝିବା ଲାଗି ଆମେ ମାସ ମାସ ଧରି ଗବେଷଣାରେ ବିତାଇଛୁ, ତେଣୁ ଏହା ଉପରେ ଆମର ସ୍ପଷ୍ଟ ଦୃଷ୍ଟି ରହିଛି ।
ଲୋକମାନେ କରୁଥିବା ପ୍ରଥମ ଭୁଲ ହେଉଛି ନିବେଶ ନକରିବା । ଦ୍ୱିତୀୟତଃ ସେମାନେ ସଠିକ୍ ନିବେଶ କରନ୍ତିନାହିଁ । ବିପଦର ଅନୁଧ୍ୟାନ ନକରି ବହୁ ନିବେଶକ ରିଟର୍ଣ୍ଣ ପଛରେ ଗୋଡ଼ାନ୍ତି । ବିପଦକୁ କମ୍ କରିବା ଲାଗି ରହିଥିବା ଟୁଲ୍ ଓ ପଦ୍ଧତି ବିଷୟରେ ଅନେକ ଜାଣିନାହାନ୍ତି । ଅନ୍ୟତମ ସାଧାରଣ ଭୁଲ ହେଉଛି ନିବେଶ ନିଷ୍ପତିକୁ ପ୍ରଭାବିତ କରିବା ଲାଗି ଭୟ କିମ୍ବା ଲୋଭକୁ ନିୟନ୍ତ୍ରଣ କରିନପାରିବା । ଯେଉଁମାନେ ଭାବାବେଗ ସହ ଟ୍ରେଡିଂ କରନ୍ତି ସେମାନେ ବଜାର ଅସ୍ଥିରତାର ପରିଚାଳନା କରିପାରନ୍ତି ନାହିଁ ଏବଂ ବଜାର ଖବର ଶୁଣି ବିଚଳିତ ହୋଇପଡ଼ନ୍ତି ।’’
ବ୍ୟବହାରକାରୀମାନଙ୍କ ଯାତ୍ରାରେ ଉନ୍ନତି ଆଣିବା ଲାଗି ଅପଷ୍ଟକ୍ସ ଆଣିଛି ବ୍ୟାପକ ଟୁଲ୍ ଓ ଆମୁନାଇଜେସନ୍ ଯାହା ନିବେଶ ଦୁନିଆ ପାଇଁ ବ୍ୟବହାରକାରୀଙ୍କୁ ପ୍ରସ୍ତୁତ କରୁଛି ଏବଂ ଲାଭଦାୟକ ନିବେଶ ଯାତ୍ରାରେ ପାଦ ଥାପିବା ଲାଗି ସେମାନଙ୍କ ଭିତରେ ବିଶ୍ୱାସ ଜାଗ୍ରତ କରୁଛି ।
ନିବେଶକ ଓ ଟ୍ରେଡରମାନଙ୍କ ବିବିଧ ଆବଶ୍ୟକତା ପୂରଣ କରିବା ଲାଗି ଅପଷ୍ଟକ୍ସ ଏକ ପ୍ଲାଟଫର୍ମ ବିକାଶ କରିଛି । ଅପଷ୍ଟକ୍ସରେ ଏକ ଭିନ୍ନ ମୋଡ୍ ରହିଛି ଯାହା ହେଉଛି ଅପଷ୍ଟକ୍ସ ଫର ଇନଭେଷ୍ଟର ଯାହା ସହଜରେ ମିଳୁଛି ଏବଂ ସେଥିରେ ଟ୍ରେଡିଂ ସମ୍ପର୍କିତ କ୍ଲିଷ୍ଟ ଭାଷା ନାହିଁ । ମ୍ୟୁଚୁଆଲ୍ ଫଣ୍ଡ୍ ପ୍ଲାଟଫର୍ମରେ ଲଗ୍ ଇନ୍ କଲେ ନିବେଶକମାନେ ଅପଷ୍ଟକ୍ସର ସମନ୍ୱିତ ଶିକ୍ଷଣୀୟ ଉପକରଣ ପାଇବେ ଯାହା ସୂଚନା ଆଧାରରେ ନିବେଶ ନିଷ୍ପତି ନେବା ଲାଗି ସହଜ ଓ ଉପଯୋଗୀ ଶିକ୍ଷଣୀୟ ଉପକରଣ ପ୍ରଦାନ କରିବ । ବିପଦ ଓ ରିଟର୍ଣ୍ଣ ମାନଦଣ୍ଡର ମୌଳିକ ଅନୁଧ୍ୟାନ ଆଧାରରେ ମ୍ୟୁଚୁଆଲ୍ ଫଣ୍ଡ୍‌କୁ ପ୍ରଦାନ କରାଯାଉଥିବା ଏହାର ଟପ୍ ଫଣ୍ଡ୍ ବ୍ୟାଜ୍ ସହିତ ନିବେଶକମାନଙ୍କୁ ଶ୍ରେଷ୍ଠ ବିକଳ୍ପ ପ୍ରଦାନ କରିବା ଲାଗି ଅପଷ୍ଟକ୍ସ ପ୍ରତିବଦ୍ଧ ରହିଛି ଯାହା ନିବେଶକମାନଙ୍କୁ ବିଶ୍ୱାସର ସହ ନିବେଶ କରିବାରେ ସକ୍ଷମ କରୁଛି ।
ଅନ୍ୟ ପ୍ଲାଟଫର୍ମ ଯାହା କେବଳ ରିଟର୍ଣ୍ଣ ଉପରେ ସୂଚନା ପ୍ରଦାନ କରନ୍ତି, କିନ୍ତୁ ଅପଷ୍ଟକ୍ସ ବିପଦକୁ ବିଚାରକୁ ନିଏ ଯାହା ନିବେଶ ନିଷ୍ପତି ଗ୍ରହଣ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ପୁନଶ୍ଚ, ଅପଷ୍ଟକ୍ସର ସରଳୀକରଣ ଷ୍ଟକ୍ ଅନୁଧ୍ୟାନ ପେଜ୍‌ରେ ଆନାଲିଷ୍ଟ ରେଟିଂ, ସ୍ମାର୍ଟ ତାଲିକା, ଅପ୍‌ର‌୍ୟାଙ୍କ, ଚେକ୍‌ଲିଷ୍ଟ୍ ଭଳି ସୁବିଧା ଏବଂ ମୌଳିକ ତତ୍ୱ ରହିଛି ଯାହା ଷ୍ଟକ ନିବେଶର ବିଶ୍ୱାସ ଜାଗ୍ରତ କରୁଛି । ଅପଷ୍ଟକ୍ସର ସବୁ ମ୍ୟୁଚୁଆଲ୍ ଫଣ୍ଡ୍ ହେଉଛି ପ୍ରତ୍ୟକ୍ଷ ଫଣ୍ଡ୍ ଯାହା ଗ୍ରାହକମାନଙ୍କ ଦୀର୍ଘମିଆଦୀ ଶ୍ରେଷ୍ଠ ସ୍ୱାର୍ଥ ସହ ଖାପଖାଉଛି । ମୋଟ ଉପରେ ନିବେଶକମାନଙ୍କୁ ଏକ ବ୍ୟବହାର ମିତବ୍ୟୟୀ ପ୍ଲାଟ୍ ଫର୍ମ, ଭରସାଯୋଗ୍ୟ ସୂଚନା ଓ ଶ୍ରେଷ୍ଠ ସ୍ୱାର୍ଥ ଲଗି ପ୍ରତିବଦ୍ଧତା ପ୍ରଦାନ କରିବା ଲାଗି ଅପଷ୍ଟକ୍ସ ଉତ୍ସର୍ଗୀକୃତ ।
ନିଜ ମିସନରେ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ଟପ୍‌ଲାଇନ୍ ସହିତ ଚଳିତ ବର୍ଷ ବଡ ଲମ୍ଫ ପ୍ରଦାନ କରିବା ଲାଗି ଅପଷ୍ଟକ୍ସ ଆଶା ରଖିଛି । ବିବିଧ ପ୍ରକାରର ନିବେଶ ଉତ୍ପାଦ ପ୍ରଦାନ କରିବା ଏବଂ ଗ୍ରାହକମାନଙ୍କ ପ୍ରତି ନିବେଶ ଆବଶ୍ୟକତାର ଏକ ବିଶ୍ୱାସଯୋଗ୍ୟ ସହଯୋଗୀ ହେବାକୁ ଅପଷ୍ଟକ୍ସ ପ୍ରତିବଦ୍ଧ । ଅପଷ୍ଟକ୍ସର ଲକ୍ଷ୍ୟ ହେଉଛି ନିବେଶକୁ ସଠିକ ସହଜ କରିବା ଏବଂ ସମସ୍ତଙ୍କ ପାଖରେ ପହଂଚାଇବା ।


Share It

Comments are closed.