ମହିନ୍ଦ୍ରା ପକ୍ଷରୁ ନୂଆ ସୁପ୍ରୋ ସିଏନ୍‌ଜି ଡୁଓ ଉନ୍ମୋଚିତ, ମୂଲ୍ୟ ୬.୩୨ ଲକ୍ଷ ଟଙ୍କା


ଭୁବନେଶ୍ୱର: କ୍ଷୁଦ୍ର ବାଣିଜ୍ୟିକ ଯାନର ଅଗ୍ରଣୀ ସଂସ୍ଥା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦା ଲିମିଟେଡ୍ ପକ୍ଷରୁ ଏହାର ପ୍ରଥମ ଦ୍ୱେତ ଇନ୍ଧନ ଯାନ ସୁପ୍ରୋ ସିଏନ୍‌ଜି ଡୁଓକୁ ଉନ୍ମୋଚନ କରାଯାଇଛି । ଏହା ଶ୍ରେଷ୍ଠ ମାନର ପେ’ଲୋଡ୍ ସହିତ ଉଲ୍ଲେଖନୀୟ ମାଇଲେଜ୍ ପ୍ରଦାନ କରୁଥିବା ବେଳେ ଉତ୍କୃଷ୍ଟ ପ୍ରଦର୍ଶନ ଓ ସର୍ବାଧିକ ଲାଭର ପ୍ରତିଶ୍ରୁତି ଦେଉଛି ।
ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ (ଦିଲ୍ଲୀ) ୬.୩୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ଏହା ଉଭୟ ସିଏନ୍‌ଜି ଓ ପେଟ୍ରୋଲ୍‌ରେ ଚାଲିବ ଯାହା ଅପରେଟରଙ୍କୁ ଶ୍ରେଷ୍ଠ ମାନର ମାଇଲେଜ୍ ପ୍ରଦାନ କରିବା ସହ ଏଥିରେ ରହିଛି ମହିନ୍ଦ୍ରାର ଭରସା ଓ ମାନ । ଶିଳ୍ପର ପ୍ରଥମ ଡାଇରେକ୍ଟ-ଇନ୍ ସିଏନ୍‌ଜି ଷ୍ଟାର୍ଟ ସୁବିଧା ଏଥିରେ ରହିଛି ଯାହା ଗାଡ଼ିକୁ ସିଏନ୍‌ଜି ମୋଡ୍‌ରେ ରଖି ଗ୍ରାହକଙ୍କ ସଂଚୟକୁ ବଢ଼ାଇବ । ଅଧିକ ସୁରକ୍ଷା ପାଇଁ ଏଥିରେ ସିଏନ୍‌ଜି ଲିକ୍ ଚିହ୍ନଟ ସୁବିଧା ରହିଛି । ଏଥି ସହିତ ସହଜରେ ସେଥିରେ ସିଏନ୍‌ଜି ଓ ପେଟ୍ରୋଲ୍ ମଧ୍ୟରେ ଅଦଳବଦଳ ହୋଇପାରିବ ।
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଅଟୋମୋଟିଭ୍ ଡିଭିଜନ୍‌ର ସଭାପତି ବିଜୟ ନାକ୍‌ରା କହିଛନ୍ତି ଯେ, “ଗ୍ରାହକଙ୍କୁ ଭଲ ଭାବେ ବୁଝିବା ଓ ବଜାରରେ ଦଶନ୍ଧି ଧରି ଅଗ୍ରଣୀ ଅନୁସାରେ ଅଭିନବ ଓ ଭରସାଯୋଗ୍ୟ କମର୍ସିଆଲ୍ ଯାନ ପ୍ରସ୍ତୁତ କରିବା ଲାଗି ମହିନ୍ଦ୍ରାର ରହିଥିବା ସମୃଦ୍ଧ ଓ ଗର୍ବିତ ଐତିହ୍ୟର ପ୍ରତିଫଳନ ହେଉଛି ସୁପ୍ରୋ ସିଏନ୍‌ଜି ଡୁଓର ଶୁଭାରମ୍ଭ । ମାଲିକ ଓ ଅପରେଟରଙ୍କୁ ଉଲ୍ଲେଖନୀୟ କମ୍ ପରିଚାଳନା ଖର୍ଚ ପ୍ରଦାନ କରିବା ଲାଗି ସିଏନ୍‌ଜି ସୁପ୍ରୋ ଡୁଓ ଜରିଆରେ କଂପାନି ଦ୍ୱେତ-ଇନ୍ଧନ କ୍ଷେତ୍ରରେ ପ୍ରବେଶ କରିଛି । ଲଜିଷ୍ଟିକ୍ସ, ଯୋଗାଣ ଶୃଙ୍ଖଳ ଓ ଇ-କମର୍ସ କଂପାନିର କଠିନ ଚାହିଦା ପୂରଣ କରିବା ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି ଯାହା ଗ୍ରାହକମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବ । ମହିନ୍ଦ୍ରା ସହ ଗଭୀର ଭାବେ ଯୋଡ଼ିହୋଇରହିଥିବା ରାଇଜ୍ ଫର ଗୁଡ୍ ଦର୍ଶନର ଏକ ସ୍ପଷ୍ଟ ପ୍ରତିଫଳନ ହେଉଛି ସୁପ୍ରୋ ସିଏନ୍‌ଜି ଡୁଓର ଶୁଭାରମ୍ଭ ଯାହା ଲୋକମାନଙ୍କ ସମେତ ସମାଜ ଓ ବ୍ୟବସାୟରେ ସକାରାତ୍ମକ ପରିବର୍ତନକୁ ଆଗକୁ ବଢ଼ାଇବ ।’’
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ସଭାପତି-ଅଟୋମୋଟିଭ୍ ଟେକ୍ନୋଲୋଜି ଆଣ୍ଡ୍ ପ୍ରଡକ୍ଟ ଡେଭେଲପ୍‌ମେଂଟ୍ ଆର୍ ଭେଲୁସ୍ୱାମୀ କହିଛନ୍ତି ଯେ, “ନୂଆ ସୁପ୍ରୋ ସିଏନ୍‌ଜି ଡୁଓକୁ ସ୍ମାର୍ଟ ଓ ସହଜରେ ପରିଚାଳିତ ହେଉଥିବା ଦ୍ୱେତ-ଇନ୍ଧନ ବିଶିଷ୍ଟ ଛୋଟ କମର୍ସିଆଲ ଯାନ ଭାବେ ବିକାଶ କରାଯାଇଛି ଯାହା ପ୍ରଦୂଷଣ ଓ ପରିଚାଳନା ଖର୍ଚ୍ଚ କମ୍ କରିବ, ଫଳରେ ଉଲ୍ଲେଖନୀୟ ସଂଚୟ ହେବ । ସିଧା ସିଏନ୍‌ଜିରେ ଷ୍ଟାର୍ଟ ହେବା, ସର୍ବାଧିକ ସୁରକ୍ଷା ପାଇଁ ସିଏନ୍‌ଜି ଲିକ୍ ଚିହ୍ନଟ, ୭୫୦ କେଜିର ଶ୍ରେଷ୍ଠ ମାନର ପେ’ଲୋଡ୍ ୂଭଳି ଶିଳ୍ପର ଅନେକ ପ୍ରଥମ ଧରଣର ସୁବିଧାସୁଯୋଗକୁ ଏଥିରେ ସମନ୍ୱିତ କରାଯାଇଛି । ୭୫ ଲିଟରର ବଡ଼ ସିଏନ୍‌ଜି ଟାଙ୍କି କ୍ଷମତା ସହିତ ଉତ୍କଷ୍ଟ ମାଇଲେଜ୍‌କୁ ନେଇ ଆମେ ନିଶ୍ଚିତ ଯେ ମହିନ୍ଦ୍ରାର ଏହି ନୂଆ କ୍ଷୁଦ୍ର ଯାନ ପୁଣି ଥରେ ଏହାର ଗ୍ରାହକ ଓ ଅପରେଟରଙ୍କୁ ଏକ ଉଲ୍ଲେଖନୀୟ ସଂପତି ପ୍ରଦାନ କରିବ ।’’
ସୁପ୍ରୋ ସିଏନ୍‌ଜି ଡୁଓ ଟାଙ୍କିକୁ ଥରେ ଫୁଲ୍ କଲେ ତାହା ୩୨୫ କିମି ଯାତ୍ରା କରିବ । ଏଥିରେ ୨୦.୦୧ କିଲୋୱାଟ୍‌ର ବିଏସ୍‌-୬ ଆର୍‌ଡିଇ ଇଂଜିନ୍ ମଧ୍ୟ ରହଛି । ଗାଡ଼ିରେ ୧୨ ଇଂଚ୍ ଟାୟାର ଓ ୧୫୮ ଏମ୍‌ଏମ୍ ଗ୍ରାଉଣ୍ଡ୍ କ୍ଲିୟରାନ୍ସ ରହିଛି । ଗ୍ରାହକମାନେ କମ୍ ଡାଉନ୍ ପେମେଂଟ୍ ଦେଇ ଗାଡ଼ିର ବୁକିଂ କରିପାରିବେ ଏବଂ ଆକର୍ଷଣୀୟ ଫାଇନାନ୍ସ ସ୍କିମ୍ ଜରିଆରେ ତାହାକୁ କିଣିପାରିବେ । ଏହା ଉପରେ ୩ ବର୍ଷ/୮୦,୦୦୦ କିମି ୱାରେଂଟି ପ୍ରଦାନ କରାଯାଉଛି । ଡାଇମଣ୍ଡ୍ ହ୍ୱାଇଟ୍ ଓ ଡିମ୍ ୱାର୍ମ ବ୍ଲୁ ରଙ୍ଗରେ ତାହା ଉପଲବ୍ଧ ହେଉଛି ।


Share It

Comments are closed.