ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ଭି ଅନନ୍ତରମଣଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି


ଭୁବନେଶ୍ୱର: ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ଶ୍ରୀ ଭି ଅନନ୍ତରମଣଙ୍କୁ ନୂଆ ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏଗାର ବର୍ଷରୁ ଅଧିକ ସମୟ ଧରି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଅବ୍ୟାହତି ନେଇଥିବା ଶ୍ରୀ ଏମ୍ ଭି ନାୟାରଙ୍କ ସ୍ଥାନରେ ଶ୍ରୀ ଅନନ୍ତରମଣ କାର୍ଯ୍ୟ କରିବେ ।

ଶ୍ରୀ ଅନନ୍ତରମଣ ହେଉଛନ୍ତି ଶିଳ୍ପ ଜଗତର ଜଣେ ଭେଟେରାନ ଯାହାଙ୍କ ପାଖରେ ଆର୍ଥିକ ସେବା କ୍ଷେତ୍ରରେ କାର୍ଯ୍ୟ କରିବାର ତିନି ଦଶନ୍ଧିର ଅଭିଜ୍ଞତା ରହିଛି । ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ, କ୍ରେଡିଟ୍ ସୁଇସ୍‌, ଡ୍ୟୁସ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଆମେରିକା ଭଳି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସଂସ୍ଥାରେ ସେ କର୍ପୋରେଟ ଓ ନିବେଶ ବ୍ୟାଙ୍କିଙ୍ଗ୍ ଟିମ୍‌ର ନେତୃତ୍ୱ ନେଇଥିଲେ । ଭାରତ ଓ ସିଙ୍ଗାପୁରରେ ରହି ସେ କାମ କରିଛନ୍ତି । ବ୍ରିଟିଶ ଇଟଂରନ୍ୟାସନାଲ୍ ଇନଭେଷ୍ଟମେଂଟ୍ କଂପାନି, ବ୍ରିଟେନର ଡେଭେଲପମେଂଟ୍ ଫାଇନାନ୍ସ ବ୍ୟାଙ୍କର ବରିଷ୍ଠ ଉପଦେଷ୍ଟା ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ସେ ଇଣ୍ଡିଆନ୍ ହୋଟେଲ୍‌ସ କଂପାନି, ଆକ୍ସିସ୍ ଆସେଟ୍ ମ୍ୟାନେଜମେଂଟ୍ କଂପାନି, ଆଇଆଇଏଫ୍‌ଏଲ୍ ଫାଇନାନ୍‌୍ସ ଲିମିଟେଡ୍ ଓ ଇକମ୍ ଏକ୍ସପ୍ରେସ୍ ଲିମିଟେଡ୍‌ର ବୋର୍ଡରେ କାର୍ଯ୍ୟ କରିଛନ୍ତି । ଏକ୍ସଏଲ୍‌ଆର୍‌ଆଇରୁ ବିଜନେସ୍ ମ୍ୟାନେଜମେଂଟ୍ ଓ ଯାଦବପୁର ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ପାଠ ପଢ଼ିଥିବା ଶ୍ରୀ ଅନନ୍ତରମଣ ଲାଇଟ୍‌ହାଉସ୍ ଫଣ୍ଡ୍‌ସର ଉପଦେଷ୍ଟା ଭାବେ ବି କାର୍ଯ୍ୟ କରିଛନ୍ତି ।

ନିଜ ନିଯୁକ୍ତି ସମ୍ପର୍କରେ ଶ୍ରୀ ଅନନ୍ତରମଣ କହିଛନ୍ତି ଯେ, “ସାରା ଭାରତର ଗ୍ରାହକଙ୍କ ପାଖରେ ଋଣ ସୁଯୋଗକୁ ପହଂଚାଇବାରେ ଟ୍ରାନ୍ସୟୁନିୟନ୍ ସିବିଲ୍ ପ୍ରମୁଖ ଭୂମିକା ନିର୍ବାହ କରି ସୂଚନା ଆଧାରରେ ନିଷ୍ପତି ଗ୍ରହଣ କରିବାରେ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ପାଇଁ ସହାୟକ ହୋଇଥିବା ବେଳେ ଖଚୁରା ଓ ଏମ୍‌ଏସ୍‌ଏମ୍‌ଇ ଋଣକୁ ସହାୟତା କରୁଛି । ଭାରତର ଏହି ଅଗ୍ରଣୀ ଋଣ ସୂଚନା କଂପାନିର ଅଭ୍ୟୁଦୟ ଓ ବିକାଶରେ ମୂଲ୍ୟ ଯୋଗ କରିବାକୁ ମୁଁ ଆଗ୍ରହୀ ଯାହା ହେଉଛି ଭାରତୀୟ ଆର୍ଥିକ ବ୍ୟବସ୍ଥାର ଏକ ମୂଳ ସଂସ୍ଥା ।’’

ଟ୍ରାନ୍ସୟୁନିୟନ୍ ସିବିଲ୍‌ର ଏମ୍‌ଡି ଓ ସିଇଓ ରାଜେଶ କୁମାର କହିଛନ୍ତି ଯେ, “ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟ୍ରାନ୍ସୟୁନିୟନ୍ ସିବିଲ୍ ପ୍ରଦାନ କରୁଥିବା ସମାଧାନ ଅର୍ଥନୈତିକ ସୁଯୋଗ, ଶ୍ରେଷ୍ଠ ଅନୁଭୂତି ଓ ନିୟୁତାଧିକ ଲୋକଙ୍କୁ ବ୍ୟକ୍ତିଗତ ଭାବେ ସଶକ୍ତ କରିବାରେ ସହାୟକ ହୋଇଛି । ବିଭିନ୍ନ କ୍ଷେତ୍ରରେ ଅନନ୍ତରମଣଙ୍କ ଗଭୀର ଅଭିଜ୍ଞତା ଓ ବିଶେଷତା ଆଗାମୀ ଦିନରେ ଅଭିବୃଦ୍ଧି ଲାଗି ଦୂରଦୃଷ୍ଟି ସମ୍ପନ୍ନ ଆବଶ୍ୟକ ଦିଗ ପ୍ରଦାନ କରିବ । ଭାରତର ଲୋକମାନଙ୍କୁ ସେବା ପ୍ରଦାନ କରିବା ଲାଗି ଅଭିବୃଦ୍ଧି ଓ ନସବୃଜନ ଆଗକୁ ବଢ଼ାଇବାରେ ସହାୟକ ହେବା ପାଇଁ ଟ୍ରାନ୍ସୟୁନିୟନ୍ ସିବିଲ୍‌ର ନେତୃତ୍ୱ ଓ ପ୍ରତିବଦ୍ଧତା ପାଇଁ ମୁଁ ଶ୍ରୀ ନାୟାରଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି ।


Share It

Comments are closed.