ଲକ୍‌ଡାଉନରେ ଜନ୍ମିତ ଶିଶୁର ନାମ ରଖାଗଲା ‘ସାନିଟାଇଜର’


ଭାରତରେ କରୋନା ଭାଇରସ୍ ବ୍ୟାପିବା ଦିନଠାରୁ, ନବଜାତ ଶିଶୁର ନାମ କରଣରେ ଏକ ବିଚିତ୍ର ନୂଆ ଧାରା ଆରମ୍ଭ ହୋଇଛି। ଏହି ମାରାତ୍ମକ ଜୀବାଣୁ ଏବଂ ଏହା ସହ ଜଡିତ ଶବ୍ଦରେ ନାମକରଣ କରାଯାଉ ଥିବାର ଦେଖିବାକୁ ମିଳିଛି । ଏହିଭଳି ଭାବେ ଏହି ଧାରାକୁ ଆଗକୁ ନେଇ ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାରେ ଏକ ନବଜାତ ଶିଶୁକୁ ‘ସାନିଟାଇଜର’ ନାମ ଦିଆଯାଇଛି। ବିଜୟ ବିହାରର ବାସିନ୍ଦା ଶିଶୁର ପିତା ଓମବୀର ସିଂ କହିଛନ୍ତି ଯେ “କରୋନା ଜୀବାଣୁ ବିରୁଦ୍ଧରେ ଲଢିବାର କ୍ଷମତା ଥିବାରୁ ସେ ତାଙ୍କ ପୁଅର ନାମ ‘ସାନିଟାଇଜର’ ରଖିଛନ୍ତି।
ଯେତେବେଳେ ବି ଲୋକମାନେ କରୋନା ବିଷୟରେ କଥା ହେବେ, ସେମାନେ ମନେ ରଖିବେ ଯେ ସାନିଟାଇଜର ହିଁ ସେମାନଙ୍କୁ ଉଦ୍ଧାର କରିଛି।”ଉଲ୍ଲେଖନୀୟ ଯେ, ରବିବାର ଦିନ ଏହି ନୂତନ ଶିଶୁ ‘ସାନିଟାଇଜର’ ଏକ ଡାକ୍ତରଖାନାରେ ଜନ୍ମ ହୋଇଥିଲା ଏବଂ ତାଙ୍କ ମା ମୋନିକା କହିଛନ୍ତି ଯେ , ତାଙ୍କ ସ୍ୱାମୀ ଏପରି ନାମ ଘୋଷଣା କରିବା ମାତ୍ରେ ସମସ୍ତ ମେଡିକାଲ କର୍ମଚାରୀ ହସିବାକୁ ଲାଗିଥିଲେ।
ଏହା ଗୋଟିଏ ଘଟଣା ନୁହେଁ , ପୂର୍ବରୁ ପଡୋଶୀ ଛତିଶଗଡର ଏକ ଦମ୍ପତି ସେମାନଙ୍କର ନବଜାତ ଯାଆଁଳା ଶିଶୁଙ୍କୁ ‘କରୋନା’ ଏବଂ ‘କୋଭିଡ’ ନାମରେ ନାମିତ କରିଥିଲେ।


Share It

Comments are closed.