ପାଲଘରା ହତ୍ୟା ମାମଲା, ଉଦ୍ଧବ ଠାକରେଙ୍କୁ ରିପୋର୍ଟ ମାଗିଲେ ଅମିତ ଶାହା


କରୋନା ଭାଇରସକୁ ନେଇ ସାରା ଦେଶରେ ବର୍ତ୍ତମାନ ଲକଡାଉନସ୍ଥିତି ଉପୁଜିଥିବାବେଳେ ଏହି ମଧ୍ୟରେ ମହାରାଷ୍ଟ୍ରର ପାଲଘରାରେ ଦୁଇ ଜଣ ସାଧୁ ଏବଂ ଜଣେ ଡ୍ରାଇଭରଙ୍କୁ ନିର୍ମମ ଭାବେ କରାଯାଇଥିବା ହତ୍ୟା ଘଟଣାକୁ ନେଇ ସାରା ଦେଶ ବର୍ତ୍ତମାନ ସ୍ତବ୍ଧ ହୋଇଯାଇଛି ।
ଏହି ଘଟଣାକୁ ନେଇ ମହାରାଷ୍ଟ୍ର ସରକାର ଉଚ୍ଚ ସ୍ତରୀୟ ତଦନ୍ତର ଆଦେଶ ଦେଇଥିବାବେଳେ ବର୍ତ୍ତମାନ ସୁଧା ଘଟଣା ସହ ସଂଶ୍ଲିଷ୍ଟ ଥିବା ୧୧୦ ଜଣଙ୍କୁ ଗିରଫ କରାଇ ଦିଆଯାଇଛି, ଯେଉଁଥିରେ ୯ ଜଣଙ୍କୁ ଜୁବେନାଲ ହୋମ ପଠାଇଦିଆଯାଇଛି । ଏହି ମାମଲାରେ ଅବହେଳା ପାଇଁ କୋଙ୍କଣ ରେଞ୍ଜର ଆଇଜି, କାସ ପୋଲିସ ଷ୍ଟେସନର ଥାନା ଅଧିକାରୀ ଏବଂ ସେକେଣ୍ଡ ଅଫିସରଙ୍କୁ ନିଲମ୍ବିତ କରିଦେଇଥିବାବେଳେ ବର୍ତ୍ତମାନ ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଫୋନ ଯୋଗେ କଥା ହୋଇ ମହାରାଷ୍ଟ୍ର ସରକାରଙ୍କୁ ଏସଂପର୍କରେ ରିପୋର୍ଟ ଦାଖଲ କରିବା ପାଇଁ ଆଦେଶ ଦେଇଛନ୍ତି ।

ଏହି ସଙ୍ଘବଦ୍ଧ ଆକ୍ରମଣ ପୋଲିସ ସମ୍ମୁଖରେ ଘଟିଥିବାବେଳେ ମୃତକଙ୍କ ମଧ୍ୟରେ ଦୁଇ ଜଣ ସାଧୁ ଏବଂ ଜଣେ ସାଧୁ ଥିଲେ । ସେମାନେ କନ୍ଦିୱିଲିରୁ ଏକ କାର ଯୋଗେ ସୁରତ ଅଭିମୁଖେ ଯାଉଥିଲେ । ମୃତକମାନେ ହେଲେ ସୁଶିଲ ଗିରି ମହାରାଜ, ଚିକନେ ମହାରାଜ କଳ୍ପବୃକ୍ଷଗିରି ଏବଂ ଡ୍ରାଇଭର ନିଲେଶ ତେଲଗାଡେ ।
ପାଲଘରାରେ ସାଧୁଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ବର୍ତ୍ତମାନ ସନ୍ତ ସମାଜ ଏହାକୁ ତୀବ୍ର ନିନ୍ଦା କରିଥିବାବେଳେ ଅନ୍ୟପଟେ ଅଖିଳ ଭାରତୀୟ ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯଦି ତୁରନ୍ତ ସମସ୍ତ ଅପରାଧିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ମହାରାଷ୍ଟ୍ରରେ ବଡ ଆନ୍ଦୋଳନ ହେବ ।


Share It

Comments are closed.