କମଲନାଥଙ୍କ ପ୍ରଶଂସାରେ ଶତମୁଖ ଉମା ଭାରତୀ


କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ପ୍ରଶଂସା କରିଛନ୍ତି ବିଜେପି ନେତ୍ରୀ ଉମା ଭାରତୀ । ୨୮ ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନକୁ ନେଇ ଉମା ଭାରତୀ କମଲନାଥଙ୍କୁ ପ୍ରଶଂସା କରିଛନ୍ତି ।

ଉମା ଭାରତୀ କହିଛନ୍ତି ଯେ, ନଭେମ୍ବର ୩ରେ ୨୮ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ କଂଗ୍ରେସ ଭଲ ଭାବେ ଲଡିଛି । ଯଦି ଏପରି ଭଲ ଭାବେ କମଲନାଥ ସରକାର ଚଳାଇଥାନ୍ତେ ତେବେ ୧୫ ମାସରେ ସରକାର ଭାଙ୍ଗି ନଥାନ୍ତା ।କମଲନାଥ ଜଣେ ବହୁତ ଭଲ ଓ ଭଦ୍ର ବ୍ୟକ୍ତି । ସେ ତାଙ୍କର ବଡ ଭାଇ ଭଳି ଅଟନ୍ତି ।

ଉମାଭାରତୀ ଆହୁରି ମଧ୍ୟ କହିଛନ୍ତି ଯେ, କମଲନାଥ ଉପ ନିର୍ବାଚନକୁ ବହୁତ ଭଲ ଭାବେ ଲଢିଛନ୍ତି । ଯେପରି ଭାବେ ମଲହରାରେ ରାସ ସିୟା ଭାରତୀଙ୍କୁ କଂଗ୍ରେସ ଟିକେଟ ଦେଇଥିଲା ତାହା ପ୍ରଶଂସନୀୟ । ରାଜ୍ୟରେ ୨୮ଟି ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ୧୯ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୯ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡିଥିଲା ।


Share It

Comments are closed.