ମହାରାଷ୍ଟ୍ର ବିଧାନ ପରିଷଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ଉଦ୍ଧବ ଠାକରେ


ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମହାରାଷ୍ଟ୍ର ବିଧାନ ପରିଷଦ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ତାଙ୍କ ସ୍ତ୍ରୀ ରଶ୍ମୀ ଏବଂ ଦୁଇ ପୁତ୍ର ଆଦିତ୍ୟ ଓ ତେଜାଙ୍କ ସମେତ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ, ସୁଭାଷ ଦେଶାଇ, ଏକନାଥ ସିନ୍ଧେ ଆଦି ମୁଖ୍ୟମନ୍ତ୍ରୀ ଠାକ୍‌ରେଙ୍କ ସହ ବିଧାନ ଭବନରେ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ଉପମୁଖ୍ୟ ମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାୱାର, ଜୟନ୍ତ ପଟେଲ, କଂଗ୍ରେସ ନେତା ଅଶୋକ ଚୱନ ଏବଂ ବାଲାସାହେବ ଥୋରାଟ ମଧ୍ୟ ସମର୍ଥନ ଜଣାଇବାକୁ ସେଠାରେ ଉପସ୍ଥିତ ଥିଲେ। ।


Share It

Comments are closed.