ଭାରତ ପରେ ଏବେ ଆମେରିକାରେ ବ୍ୟାନ୍ ହେଲା ଟିକଟକ୍ ଓ ୱିଚାଟ


ଶେଷରେ ଚାଇନିଜ୍ ମୋବାଇଲ୍ ଆପ୍ ଟିକ୍‌ଟକ୍ ଏବଂ ୱିଚାଟ୍ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁବାର ବିଳମ୍ବିତ ରାତିରେ ଏହି ୨ଟି ଆପ୍ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଲାଗି ଏକ ଆଦେଶନାମାରେ ହସ୍ତାକ୍ଷର କରିଛନ୍ତି। ଏହି ଆଦେଶ ୪୫ ଦିନ ଭିତରେ ଲାଗୁ ହେବ। ଫଳରେ ଏଣିକି କୌଣସି ଆମେରିକୀୟ ନାଗରିକ ଏହି ୨ଟି ଆପ୍ ବ୍ୟବହାର କରିପାରିବେ ନାହିଁ ଏବଂ କୌଣସି କମ୍ପାନୀ ଆପ୍ ସହିତ କିଛି କାରବାର୍ କରିପାରିବେ ନାହିଁ। ଟ୍ରମ୍ପଙ୍କ ଏପରି ପଦକ୍ଷେପ ଚୀନକୁ ଏକ ଝଟ୍‌କା ବୋଲି କୁହାଯାଉଛି। ଟ୍ରମ୍ପଙ୍କ ଏହି କାର‌୍ୟ୍ୟାନୁଷ୍ଠାନ ପରେ ଏହି ଆପ୍‌ଗୁଡ଼ିକୁ ଆପଲ୍ ଆପ୍ ଷ୍ଟୋର କିମ୍ବା ଗୁଗଲ ପ୍ଲେ ଷ୍ଟୋରରେ ଦେଖିବାକୁ ମିଳିବ ନାହିଁ। ଆମେରିକାର ଏହି ପଦକ୍ଷେପ ପରେ ୱାଶିଂଟନ ଏବଂ ବେଜିଂ ମଧ୍ୟରେ ପୂର୍ବରୁ ଜାରି ରହିଥିବା ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଟ୍ରମ୍ପ ପୂର୍ବରୁ ମଧ୍ୟ ଟିକ୍‌ଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଥିଲେ।


Share It

Comments are closed.