ମଶାଙ୍କଠାରୁ ରକ୍ଷା ପାଇବା ପାଇଁ ଘରେ ଲଗାନ୍ତୁ ଏହି ସବୁ ଗଛ


ବର୍ଷାଦିନ ମଶାମାନଙ୍କର ବଂଶବୃଦ୍ଧି ପାଇଁ ଉତ୍କୃଷ୍ଟ ସମୟ । ମଶାଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଡେଙ୍ଗୁ, ମ୍ୟାଲେରିଆ ପରି ମାରାତ୍ମକ ରୋଗ ଚାରିଆଡ଼େ ବ୍ୟାପିଥାଏ । ଘର ଚାରିପାଖରେ ପଣି ଜମି ରହୁଥିବରୁ ମଶାମାନେ ଘରକୁ ପ୍ରବେଶ କରିଥାଆନ୍ତି । ତେଣୁ ମଶା ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ ମଶାଧୂପ, ଲିକୁଇଡ଼, ଫାଷ୍ଟକାର୍ଡ ଆଦି ବ୍ୟବହାର କରିଥାଆନ୍ତି । କିନ୍ତୁ ଏଗୁଡ଼ିକ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ସାବ୍ୟସ୍ତ ହୋଇଥାଏ । ଏଥିପାଇଁ ଆପଣମାନେ ପାଞ୍ଚଟି ମାତ୍ର ଗଛ ଲଗାଇ ଉଭୟ ମଶା ଓ ଅସୁସ୍ଥତାରୁ ବର୍ତ୍ତିପାରିବେ ।

ଲାଭେଣ୍ଡର : ଲାଭେଣ୍ଡର ଗଛ ମଶାମାନଙ୍କୁ ଘରେ ପ୍ରବେଶ କରିବାରୁ ରୋକିଥାଏ । ଏହି ଗଛକୁ ଆପଣ ବଗିଚାରେ ଲଗାଇପାରିବେ କିମ୍ବା କୁଣ୍ଡରେ ଲଗାଇ ଘରେ ମଧ୍ୟ ରଖିପାରିବେ । ଏହାର ଫୁଲରୁ ବାହାରୁଥିବା ବାସ୍ନାରେ ମଶା ଘରେ ପ୍ରବେଶ କରିପାରନ୍ତି ନାହିଁ ।

କ୍ୟାଟନିପ : ଏହି ଗଛରେ ନିପେଟାଲାକଟୋନ ନାମକ ଏକ ପ୍ରାକୃତିକ ରାସାୟନିକ ପଦାର୍ଥ ଥାଏ, ଯାହାର ବାସ୍ନାରେ ମଶା ତଥା ଅନ୍ୟାନ୍ୟ କୀଟପତଙ୍ଗମାନେ ଏହି ଗଛ ଥିବା ସ୍ଥାନକୁ ପ୍ରବେଶ କରନ୍ତି ନାହିଁ । ଆପଣ ଏହି ଗଛକୁ ବଗିଚାରେ କିମ୍ବା କୁଣ୍ଡରେ ଲଗାଇପାରିବେ ।

ବାସିଲ୍ : ୨୦୦୯ରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଏହି ଗଛରୁ ବାହାରୁଥିବା ତେଲ ମଶାମାନଙ୍କ ପାଇଁ ଭୀଷଣ ହାନିକାରକ ସାବ୍ୟସ୍ତ ହୋଇଥାଏ । ଏହାକୁ ଆପଣ ପାଣି ଥିବା ସ୍ଥାନ ଏପରିକି ପୋଖରୀ ନିକଟରେ ମଧ୍ୟ ଲଗାଇପାରିବେ । ଫଳରେ ଏହା ଏହିସବୁ ସ୍ଥାନମାନଙ୍କରେ ହେଉଥିବା ମଶାମାନଙ୍କର ବଂଶବୃଦ୍ଧିକୁ ରୋକିଥାଏ ।

ରୋଜ୍ ମ୍ୟାରୀ : ଯେତେବେଳେ ଆପଣ ନିଆଁ ଜାଳୁଛନ୍ତି ସେଥିରେ କିଛି ରୋଜ୍ ମ୍ୟାରୀ ପତ୍ର ପକାଇ ଦିଅନ୍ତୁ । ଏହା ପରିବେଶକୁ ସୁଗନ୍ଧିତ କରିଥାଏ ଓ ଏହାଛଡ଼ା ଏହାର ବାସ୍ନା ମଶା ପରି କୀଟମାନଙ୍କ ପାଇଁ ଅପ୍ରିତୀକର ହୋଇଥାଏ । ତେଣୁ ଆପଣ ଏହି ଗଛକୁ ବଗିଚାରେ ଲଗାଇପାରିବେ ।

ପିପରମିଣ୍ଟ : ଏହି ଗଛକୁ ସମୟେ ସମୟେ କୀଟପତଙ୍ଗଙ୍କୁ ଦୂର କରିବା ନିମନ୍ତେ ବ୍ୟବହାର କରାଯାଏ । ଏଥିରୁ ବାହାରୁଥିବା ତେଲ କୀଟପତଙ୍ଗମାନଙ୍କ ଲାର୍ଭା ଓ ଡିମ୍ବକୁ ନଷ୍ଟ କରିଦେଇଥାଏ । ଏହି ଗଛକୁ ଆପଣ ବଗିଚା କିମ୍ବା କୁଣ୍ଡ ମଧ୍ୟରେ ଲଗାଇପାରିବେ ।


Share It

Comments are closed.