ଭାରତରେ ଲେକ୍ସସର ନୂତନ ମଡେଲର ଶୁଭାରମ୍ଭ


ଭୁବନେଶ୍ୱର: ଲକ୍ସୁରୀ କାର୍ ନିର୍ମାତା ଲେକ୍ସସ୍ ପକ୍ଷରୁ ଆଜି ଏହାର ପାର୍ଟ ଓ କମ୍ପୋନେଟ୍ ବର୍ଗ ଅଧୀନରେ ସ୍ଥାନୀୟ ଉତ୍ପାଦନ ଓ ଏକ ଉନ୍ନତ ଉତ୍ପାଦ ପୋର୍ଟଫୋଲିଓର ଘୋଷଣା କରାଯାଇ ଏବଂ ଏହାର ଅତିଥି ଅଭିଜ୍ଞତା କେନ୍ଦ୍ର ନେଟ୍‌ୱର୍କର ସମ୍ପ୍ରସାରଣ କରାଯାଇ ଭାରତ ପ୍ରତି ଏହାର ପ୍ରତିଶ୍ରୁତିକୁ ପୂରଣ କରାଯାଇଛି । ଏହି ବ୍ରାଣ୍ଡ ୩ଟି ନୂତନ ମଡେଲ ଫ୍ଲାଗସିପ୍ ଏଲସି ୫୦୦ ଏଚ୍ କୁପ୍‌, ଇଏସ୍ ୩୦୦ଏଚ୍ ଏକ୍ସକ୍ୟୁସାଇଟ୍ ଓ ଏନଏକ୍ସ ୩୦୦ଏଚ୍ ଏକ୍ସକ୍ୟୁସାଇଟର ଶୁଭାରମ୍ଭ କରି ଭାରତୀୟ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଯାନ ଉପଲବ୍ଧ କରିବାର ଆମର ପ୍ରତିଶ୍ରୁତିକୁ ସମ୍ପ୍ରସାରିତ କରୁଛି । ଏଲ୍‌ସି ୫୦୦ ଏଚ୍ କୁପ୍ ହାଇବ୍ରିଡ୍ ଇଲେକ୍‌ଟ୍ରିକ୍ ଯାନ ପ୍ରଦର୍ଶନ କ୍ଷେତ୍ରରେ ଏକ ବଡ ସଫଳତା ହୋଇଥିବା ବେଳେ, ଏହା ଏକ ଆକର୍ଷଣୀୟ ଡିଜାଇନ୍ ଓ ଶିଳ୍ପକୌଶଳ ବାଧାରହିତ ସଂଯୋଗକୁ ପ୍ରଦର୍ଶିତ କରୁଛି । ଏହି ବ୍ରାଣ୍ଡ ଇଏସ୍ ୩୦୦ଏଚ୍ ଏକ୍ସକ୍ୟୁସାଇଟ୍ ଓ ଏନଏକ୍ସ ୩୦୦ଏଚ୍ ଏକ୍ସକ୍ୟୁସାଇଟ୍‌, ବର୍ତ୍ତମାନର ଇଏସ୍ ଓ ଏନଏକ୍ସ ମଡେଲର ନୂତନ ସଂସ୍କରଣ ସହ ଏଲସି ୫୦୦ଏଚକୁ ଶୁଭାରମ୍ଭ କରି ଏହାର ଫୋର୍ଟଫୋଲିଓକୁ ସମ୍ପ୍ରସାରଣ କରିଛି ।
ଏହି ଘୋଷଣା ଭାରତୀୟ ବଜାରରେ ବ୍ରାଣ୍ଡର ଉପସ୍ଥିତିକୁ ଅଧିକ ମଜଭୁତ କରିବ । ଭାରତରେ କମ୍ପାନୀ ପକ୍ଷରୁ ପ୍ରଥମ ଥର ପାଇଁ ନିର୍ମିର୍ତ ହେବାକୁ ଥିବା ପ୍ରଥମ ମଡେଲ ହେଉଛି ଲେକ୍ସସର ଲୋକପ୍ରିୟ ୱାର୍ଲ୍ଡ-କ୍ଲାସ୍ ଇଏସ୍‌୩୦୦ଏଚ୍‌, ଯେଉଁଥିରେ ଅତ୍ୟାଧୁନିକ ପ୍ରଦର୍ଶନ ଓ ଲେକ୍ସସ୍‌ର ସିଗ୍‌ନେଚର ପରିମାର୍ଜିତ ହୋଇଥିବା ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ଟେକ୍ନୋଲୋଜି ସୁରକ୍ଷା ବ୍ୟବସ୍ଥା ରହିଛି । କମ୍ପାନୀର ଉତ୍ପାଦନ କାର୍ଯ୍ୟ ଜାନୁଆରୀ ୨୦୨୦ରୁ ଏହାର ପ୍ରଥମ ସ୍ଥାନୀୟ ଉତ୍ପାଦିତ ମଡେଲ ସହ ଆରମ୍ଭ ହୋଇଥିବା ବେଳେ ଏହା ଚଳିତ ମାସରୁ ଅର୍ଥାତ୍ ଫେବୃଆରୀ ୨୦୨୦ରୁ ଭାରତରେ ଉପଲବ୍ଧ ହେବ ।
ଏହି ଅବସରରେ ଲେକ୍ସସ୍ ଇଣ୍ଡିଆର ଅଧ୍ୟକ୍ଷ ମାସାକାଜୁ ୟୋସିମୁରା କହିଛନ୍ତି ଯେ, “ଏହି ନୂତନ ଅଧ୍ୟାୟରେ ଭାରତରେ ଆମର ଉପସ୍ଥିତି ଓ ଲେକ୍ସସ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଆଜିର ଘୋଷଣା ଏଠାରେ ଆମର ଗ୍ରାହକଙ୍କୁ ଅତୁଳନୀୟ ଉତ୍ପାଦ ଓ ଅଭିଜ୍ଞତା ପ୍ରଦାନ କରିବା ନେଇ ରହିଥିବା ଆମର ଦୃଢ ପ୍ରତିଶ୍ରୁତିର ପ୍ରତିନିଧିତ୍ୱ କରିବା ସହ ଭାରତର ଅର୍ଥବ୍ୟବସ୍ଥା ଓ ଶିଳ୍ପ ପ୍ରତି ଏକ ବୃହତ୍ ଯୋଗଦାନ ପାଇଁ ଆମ ବ୍ୟବସାୟକୁ ଲଗାତାର ବୃଦ୍ଧି କରିବ ।” ଲେକ୍ସସ୍ ଇଣ୍ଡିଆର ଅଧ୍ୟକ୍ଷ ପିବି ବେଣୁଗୋପାଳ କହିଛନ୍ତି ଯେ, “ଆମର ଭାରତୀୟ ଯାତ୍ରାରେ ଆମେ ପରବର୍ତ୍ତୀ ବଡ ପଦକ୍ଷେପ ଗ୍ରହଣ କରିଛୁ । ଏହା ସ୍ଥାନୀୟ ଅଟୋମୋଟିଭ୍ ମାନୁଫ୍ୟାକ୍‌ଚରିଙ୍ଗରେ ରହିଥିବା ଦକ୍ଷତା ପ୍ରତି ଆମର ବିଶ୍ୱାସକୁ ପ୍ରଦର୍ଶିତ କରୁଛି ।”


Share It

Comments are closed.