ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ସୁରକ୍ଷା ମାସ ଅଭିଯାନ ୨୦୨୪ ସଫଳତାର ସହ ସମାପନ


ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଜାତୀୟ ସୁରକ୍ଷା ମାସ ଅଭିଯାନ -୨୦୨୪କୁ ଗର୍ବର ସହ ପାଳନ କରିଛି । ଏପ୍ରିଲ ୫ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ଏହି ସମାପନୀ ଉତ୍ସବରେ କର୍ମଚାରୀଙ୍କ ମଧ୍ୟରେ ନିରାପତ୍ତା ଓ ବୃତ୍ତିଗତ ସ୍ୱାସ୍ଥ୍ୟ ସଚେତନତା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ମାସବ୍ୟାପୀ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ଜାତୀୟ ସୁରକ୍ଷା ଦିବସ ଏବଂ ସୁରକ୍ଷା ମାସ ଅଭିଯାନ ୨୦୨୪ ଲାଇନମ୍ୟାନ ଦିବସ ଏବଂ ୫୩ତମ ଜାତୀୟ ନିରାପତ୍ତା ଦିବସ ପାଳନ ସହିତ ୨୦୨୪ ମାର୍ଚ୍ଚ ୪ରେ ଆରମ୍ଭ ହୋଇଥିଲା ।
ଟିପିସିଓଡିଏଲ୍ ଏହାର ୫ଟି ସର୍କଲରେ ଜାତୀୟ ସୁରକ୍ଷା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ପତାକା ଉତ୍ତୋଳନ, ସୁରକ୍ଷା ପାଇଁ ଶପଥ ପାଠ, ସୁରକ୍ଷା ବିରତି, ବିଭାଗ /ଡିଭିଜନ୍ ମ୍ୟାନେଜର ଏବଂ ବିଶିଷ୍ଟ ପରାମର୍ଶଦାତା / ଅତିଥିଙ୍କ ଦ୍ୱାରା ଅଭିଭାଷଣ ଏବଂ ଲାଇନମ୍ୟାନଙ୍କ ଦ୍ୱାରା ଅଭିଜ୍ଞତା ବାଣ୍ଟିବା ଅଧିବେଶନ ଆଦିର ଆୟୋଜନ କରିଥିଲା ।
ଏହି ମାସ ସାରା ଟିପିସିଓଡିଏଲ ଦ୍ୱାରା ଦୁର୍ଘଟଣା ରୋକିବା ଏବଂ ଜୀବନ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପଦକ୍ଷେପ ନେଇଥିଲା । ଏହା ବ୍ୟତୀତ କମ୍ପାନି ଦୈନିକ ଅନଲାଇନ୍ ମାଧ୍ୟମରେ ଉଭୟ ଟିପିସିଓଡିଏଲ୍ ଏବଂ ବିଜନେସ୍ ଆସୋସିଏଟ୍ (ବିଏ) କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ସୁରକ୍ଷା କ୍ୱିଜ୍‌, ସୁରକ୍ଷା ପୋଷ୍ଟର, ସୁରକ୍ଷା ସ୍ଲୋଗାନ ଭଳି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିଥିଲା ।

ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ ସମଗ୍ର ଅଭିଯାନରେ କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରଶଂସା କରି କହିଛନ୍ତି ଯେ, “ଜାତୀୟ ସୁରକ୍ଷା ମାସ ଅଭିଯାନ ୨୦୨୪ର ସଫଳ ସମାପନ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା ଦିଗରେ ଆମ କର୍ମଚାରୀଙ୍କ ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ । ସୁରକ୍ଷା ପଦକ୍ଷେପକୁ ଗ୍ରହଣ କରିବାରେ ସେମାନଙ୍କ ଉତ୍ସାହ ଏବଂ ସମର୍ପଣ ପ୍ରଶଂସନୀୟ ଏବଂ ଏକ ସଂଗଠନ ଭାବରେ ଆମର ମିଳିତ ମୂଲ୍ୟବୋଧକୁ ପ୍ରତିଫଳିତ କରୁଛି ।”

ସମାପନୀ ସମାରୋହରେ ସୁରକ୍ଷା ମାସରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତା ଓ ପ୍ରତିଯୋଗୀମାନଙ୍କୁ ସୁରକ୍ଷା ଓ ବୃତ୍ତିଗତ ସ୍ୱାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହିତ କରିବା ଦିଗରେ କରାଯାଇଥିବା ପ୍ରୟାସକୁ ସ୍ୱୀକୃତି ଓ ଉତ୍ସାହିତ କରି ପୁରସ୍କୃତ କରାଯାଇଥିଲା ।

ଟିପିସିଓଡିଏଲ୍ ଏହାର କାର୍ଯ୍ୟକ୍ଷେତ୍ରରେ ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବା ପାଇଁ ନିଜର ପ୍ରତିବଦ୍ଧତାରେ ଅଟଳ ରହିଛି ଏବଂ ଏକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଜାରି ରଖିବାକୁ ଚେଷ୍ଟା କରୁଛି ଯେଉଁଠାରେ ସୁରକ୍ଷା ସର୍ବୋଚ୍ଚ ଅଟେ ।


Share It

Comments are closed.