ଟିପିସିଓଡ଼ିଏଲ୍ “ଦକ୍ଷ” କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଯୁବକପିଢ଼ିଙ୍କୁ ସଶକ୍ତ କରୁଛି


ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌, ଏହାର ନୂତନ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର) ପଦକ୍ଷେପ ଅନ୍ତର୍ଗତ “ଦକ୍ଷ” କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ଯୁବକମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟକରୁଛି ।
ବର୍ତମାନର ପରିସ୍ଥିତି ଓ ଚାହିଦାକୁ ଭିତି କରି ବିଭିନ୍ନ କୌଶଳ ତାଲିମ ମାଧ୍ୟମରେ ଗ୍ରାମୀଣ ଯୁବକମାନଙ୍କୁ ସଶକ୍ତ କରିବାକୁ ଏହି “ଦକ୍ଷ” କାର୍ଯ୍ୟକ୍ରମ ଲକ୍ଷ୍ୟ ରଖିଛି । ୧୨୦ ଜଣ ଶିକ୍ଷର୍ଥୀକୁ ନେଇ ପ୍ରଥମ ବ୍ୟାଚର ଉଦ୍ଘାଟନୀ ସମାରୋହ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରେନିଂ ଅଫ୍ ଟ୍ରେନର, ତାଳଚେର (ଅନୁଗୁଳ) ର ଦକ୍ଷ ସ୍କିଲ୍ ଡେଭଲପମେଂଟ ଆଣ୍ଡ ଏଂଟରପ୍ରାଇଜର୍ସିପ୍ ସେଂଟରରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ଟିପିସିଓଡ଼ିଏଲ୍ ର ସିଏସ୍‌ଆର୍ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଚିହ୍ନିତ କରିବା ସହ ଓଡିଶାର ଯୁବକମାନଙ୍କ ପାଇଁ କୌଶଳ ବିକାଶ ମାଧ୍ୟମରେ ଏକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଅନୁଷ୍ଠାନରୁ ଭାଗନେଇଥିବା କୃତି ପ୍ରର୍ଥୀଙ୍କୁ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ତଥା ସଂଶ୍ଲିଷ୍ଟ ଏଜେନ୍ସି ମାଧ୍ୟମରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି । ଏହି ଅବସରରେ, “ଦକ୍ଷ” ପ୍ରଶିକ୍ଷାର୍ଥୀମାନଙ୍କର ଏକ ଶିକ୍ଷଣୀୟ ଅନୁଭୁତି ଏବଂ ସଫଳତାର କାହାଣୀକୁ ବ୍ୟକ୍ତ କରୁଥିବା ଏକ ଫଟୋବୁକ୍ ରିଲିଜ୍ କରାଯାଇଛି, ଯାହାକି ସେମାନଙ୍କ ବିକାଶରେ ଟିପିସିଓଡ଼ିଏଲ୍ ର ସାମଗ୍ରିକ ଆଭିମୁଖ୍ୟ ପ୍ରଦର୍ଶନ କରୁଛି ।
ଏହି “ଦକ୍ଷ” କାର୍ଯ୍ୟକ୍ତମ ମାଧ୍ୟରେ ଫେସିଲିଟି ମ୍ୟାନେଜମେଂଟ ଓ ପ୍ଲମ୍ବିଂ ଆସିଷ୍ଟାଂଟ ଭଳି ବିଷୟରେ ତାଲିମ ଉପଲବ୍ଧ କରାଯାଇଛି । ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି ମାଧ୍ୟମରେ ସମାଜର ବିକାଶ, ବିଶେଷକରି ଅସୁରକ୍ଷିତ ବିଭାଗକୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଥିବା ଟିପିସିଓଡ଼ିଏଲ୍ ର ସିଏସ୍‌ଆର୍ ନୀତି ସହିତ ସମାନ୍ତରାଳ ଭାବରେ ଏହି ଦିଗରେ କାର୍ଯ୍ୟରତ ରହିଛି ।
ଯୁବ ସଶକ୍ତିକରଣ ଏବଂ ଦକ୍ଷତା ବିକାଶ ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ବର୍ଣ୍ଣନା କରି ଟିପିସିଓଡ଼ିଏଲ୍ ର ସିଇଓ, ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି, “ଆଜିର ପ୍ରତିଯୋଗିତାମୂଳକ ଦୃଶ୍ୟପଟ୍ଟରେ ସଫଳ ହେବା ପାଇଁ ଯୁବକପିଢି଼ଙ୍କୁ ଦକ୍ଷତା ଏବଂ କୌଶଳ ସହିତ ସଶକ୍ତ କରିବାକୁ ଆମେ ଟିପିସିଓଡ଼ିଏଲ୍ ମାଧ୍ୟମରେ ଗୁରୁତ୍ୱ ପ୍ରଦାନ କରୁଛୁ । “ଦକ୍ଷ” କାର୍ଯ୍ୟକ୍ରମ ଏହାର ଏକ ଜ୍ୱଳନ୍ତ ଉଦାହରଣ ଅଟେ । ନିଯୁକ୍ତି ଏବଂ ଉଦ୍ୟୋଗୀତାର ବିକାଶ ତଥା ସ୍ଥାନୀୟ ଅର୍ଥନୀତିକୁ ଦୃଢ଼ତା ପ୍ରଦାନ କରିବା ଓ ଓଡିଶାରେ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଦକ୍ଷ କର୍ମଜୀବୀ ବିକାଶ ପାଇଁ ଆମେ ସର୍ବଦା ଉତ୍ସର୍ଗୀକୃତ ଓ ପ୍ରଚେଷ୍ଟିତ ।”
ଦକ୍ଷତା ବିକାଶ ସହିତ, ଟିପିସିଓଡ଼ିଏଲ୍ “ଦକ୍ଷ” ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବିଭିନ୍ନ ଏଜେନ୍ସି ମାଧ୍ୟମରେ ଉପଯୁକ୍ତ ନିଯୁକ୍ତି ସୁଯୋଗକୁ ସୁଗମ କରୁଛି । ଏହି ଅଭିନବ ପ୍ରୟାସ, ପ୍ରଶିକ୍ଷାର୍ଥୀଙ୍କ କର୍ମକ୍ଷେତ୍ରରେ ପରିବର୍ତନକୁ ଶୃଙ୍ଖଳିତ କରିବା, ଓଡିଶାର ସାମଗ୍ରିକ ବିକାଶ ଓ ସମୃଦ୍ଧତା ପାଇଁ ଏକ ଅବଦାନ ହେବ ।
ଟିପିସିଓଡ଼ିଏଲ୍ ର ସିଏସଆର ପଦକ୍ଷେପ ଅନ୍ତର୍ଗତ “ଦକ୍ଷ” କାର୍ଯ୍ୟକ୍ରମ ଦ୍ୱାରା ଯୁବକବର୍ଗଙ୍କୁ ସଶକ୍ତିକରଣ ଏବଂ ସ୍ଥାୟୀ ବିକାଶ ଦିଗରେ ଏକ ସକରାତ୍ମକ ସାମାଜିକ ପ୍ରଭାବ ପକାଇବ ଯାହା କମ୍ପାନୀର ପ୍ରତିବଦ୍ଧତାକୁ ସୂଚିତ କରୁଛି ।


Share It

Comments are closed.