କଟକ ବିଜେଡି ହୋଇଛି ସଜବାଜ, ଦଳୀୟ କର୍ମକର୍ତ୍ତାଙ୍କ ମନରେ ଉତ୍ସାହ ଭରିଲେ ଅରିନ୍ଦମ


ଦିନକୁ ଦିନ ସମୟ ଯେତେ ବିତି ବିତି ଯାଉଛି, ସେହିଭଳ ରାଜ୍ୟ ହେଉ ଅବା ଜିଲ୍ଲା ସବୁ ଠାରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବଢିବାରେ ଲାଗିଛି । ଟାଣ ଖରା ସାଙ୍ଗକୁ କଟକ ରାଜନୀତିରେ ଏହି ଉଷ୍ମ ବାତାବରଣ ଜିଲ୍ଲା ରାଜନୀତିରେ ହେଇଚଇ ସୃଷ୍ଟି କରିଛି ।
ଯଦି ଆମେ କଟକ ବାରବାଟୀ କଥା କହିବା ତେବେ କୌଣସି ଦଳ ତାଙ୍କ ପ୍ରର୍ଥୀତ୍ୱକୁ ନେଇ ଓøପଚାରିକ ଘୋଷଣା କରିନଥିବାବେଳେ ବର୍ତ୍ତମାନ ଠାରୁ ଉଭୟ ଦଳର ଥିବା ଆଶାୟୀ ପ୍ରର୍ଥୀ ବଳ କସାକସି ଆରମ୍ଭ କରିଦେଲେଣି । କିଏ କର୍ମାଙ୍କୁ ସାଙ୍ଗରେ ନେଇ ବନ୍ଧୁ ମିଳିନ କରୁଛି ତ ଆଉ କିଏ କେଉଁଠି ବଡ ବଡ ନେତାଙ୍କୁ ଡାକି ଜନାଦେଶକୁ ସପକ୍ଷରେ ନେବାକୁ ଚାଲିଛନ୍ତି ଗୁପ୍ତ ମନ୍ତ୍ରଣା ।

୧୦ ବର୍ଷ ହେବ ବିଜେଡି କବଜାରେ ଥିବା କଟକ ଜିଲ୍ଲାର ବାରବାଟୀ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଦଳ ପକ୍ଷରୁ ଏକାଧିକ ଆଶାୟୀ ପ୍ରର୍ଥା ଅଛନ୍ତି । ଏହି ଆଶାୟୀ ପ୍ରର୍ଥୀଙ୍କ ମଧ୍ୟରୁ ଓଲିଉଡ ସୁପରଷ୍ଟାର ଅରିନ୍ଦମଙ୍କ ନାମ ପ୍ରଥମ ଲିଷ୍ଟରେ ଆସୁଛି । କାରଣ କଟକରେ ବର୍ତ୍ତମାନ ବିଜେଡିର ସ୍ଥିତି ଭଲ ନଥିବାରୁ ଏହାକୁ କିପରି ପୁଣି ଥରେ ବିଜେଡି ଦଖଲକୁ ନିଆଯାଇପାରେ ସେଥିପାଇଁ ହାଇକମାଣ୍ଡ ବର୍ତ୍ତମାନ ରଣନୀତି ପ୍ରସ୍ତୁତ କରୁଛନ୍ତି ।
କଟକ ବାରବାଟୀର ସ୍ଥାନୀୟ ବିଜେଡି ନେତାଙ୍କ ଲୋକସଂପର୍କରେ ଅଭାବ ହେତୁ ଆଜି ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି ଦୁର୍ବଳ ହୋଇପଡିଥିବାର ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସେଥିପାଇଁ ପୁଣି ଏଠାରେ କିପରି ପୂର୍ବଭଳି ସଙ୍ଗଠନକୁ ଆହୁରୀ ମଜବୁତ କରାଇଯାଇ ପାରିବ ଏଥିପାଇଁ ଅଣ୍ଟା ଭିଡିଛନ୍ତି ଅରିନ୍ଦମ ।

ଅରିନ୍ଦମ କଟକ ବାରବାଟୀରେ ଦଳର ସଙ୍ଗଠନକୁ ମଜବୁତ କରାଇବା ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ବିଭିନ୍ନ ଲୋକାଭିମୁଖ୍ୟ କାର୍ଯ୍ୟରେ ତାଙ୍କର ବିଳିଷ୍ଠ ଭୂମିକା ରହିଛି । ଅରିନ୍ଦମଙ୍କ ଏହି କାର୍ଯ୍ୟଶୈଳୀ ଯୋଗୁଁ ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବଢିବାରେ ଲାଗୁଥିବାବେଳେ ଦଳ ପାଇଁ ଏହା ଏକ ଶୁଭଙ୍କର ସଙ୍କେତ ଅଟେ ।
ପୂର୍ବରୁ ଅରିନ୍ଦମ ୨୦୦୦ରୁ ଉଦ୍ଧ୍ୱର୍ ଯୁବ ଗୋଷ୍ଠୀ ଏବଂ ଛାତ୍ର ସାମଜକୁ ନେଇ ଏକ ବନ୍ଧୁ ମିଳିନର ଆୟୋଜନ କରିଥିବାବେଳେ ଆଜି ବିଜୁ ବାବୁଙ୍କର ଜୟନ୍ତୀ ଅବସରରେ ୧୦୦୦ରୁ ଉଦ୍ଧ୍ୱର୍ ବାଇକ ର‌୍ୟାଲିର ଆୟୋଜନ କରି ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଭରିଥିଲେ । ।
ତାଙ୍କର ଏହି ପଦକ୍ଷେପ ଏବଂ କାର୍ଯ୍ୟଶୈଳୀ ଯୋଗୁଁ ବିରୋଧୀ ତଥା କଂଗ୍ରେସ ଏବଂ ବିଜେପି ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିବାବେଳେ ସେ ଆଗମୀ ଦିନରେ କଟକ ବାରବାଟୀର ନୂଆ ମୁହଁ ସାଜିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।


Share It

Comments are closed.