ଆଜିର ଦିନରେ ବିଶ୍ୱ ଇତିହାସରେ କେଉଁ ସବୁ ଘଟଣାମାନ ଘଟିଥିଲା, ଆସନ୍ତୁ ଜାଣିବା


୫୩ ବର୍ଷ ପୂର୍ବେ ଆଜିର ହିଁ ଦିନ ସେପ୍ଟେମ୍ବର ୬ରେ ଭାରତ ଇତିହାସରେ ଏକ ବିଶେଷ ସ୍ଥାନ ରହିଛି । ପାକିସ୍ତାନ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ବିରୋଧି କାର୍ଯ୍ୟକଳାପ ଅପରେସନ ଜିବ୍ରାଲଟରକୁ ଭାରତୀୟ ସେନା ଉଚିତ ଜବାବ ଦେଇଥିଲେ ।
ଜାମ୍ମୁ-କାଶ୍ମୀରରେ ପାକିସ୍ତାନୀଙ୍କୁ ଅନୁପ୍ରବେଶ କରାଇବାର ରଣନୀତିକୁ କୋଡ ୱାର୍ଡରେ ଅପରେସନ ଜିବ୍ରାଲଟର କୁହାଯାଉଥିଲା । ଏହି ଅଭିଯାନ ଦ୍ୱାରା ପାକିସ୍ତାନୀ ଭାରତୀୟ ସେନା ବିରୋଧରେ ବିଦ୍ରୋହ ଆରମ୍ଭ କରିବାର ଯୋଜନା କରୁଥିଲେ । ଯଦି ଏହି ଅଭିଯାନରେ ପାକିସ୍ତାନ ସଫଳ ହୋଇଯାଇଥାନ୍ତା ତେବେ ସେ କାଶ୍ମୀରକୁ ନିଜ ନିୟନ୍ତ୍ରଣ ନେଇଥାନ୍ତା, ଯାହାକି ପାକିସ୍ତାନ ପୂର୍ଣ୍ଣ କରିବାରେ ଅସମର୍ଥ ରହିଲା ।
ପାକିସ୍ତାନ ପକ୍ଷରୁ କରାଯାଉଥିବା ଏହି କାର୍ଯ୍ୟକଳାପ ବିରୋଧରେ ଭାରତୀୟ ସେନା ଉଚିତ ଜବାବ ଦେଇଥିଲା, ଯାହାଦ୍ୱାରା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି କାରଣକୁ ନେଇ ଯୁଦ୍ଧ ମଧ୍ୟ ହୋଇଥିଲା । ଏହା ପରିଣାମ ସ୍ୱରୁପ ପାକିସ୍ତାନ ଭାରତ ଠାରୁ ଶୋଛନୀୟ ଭାବରେ ପରାସ୍ତ ହୋଇଥିଲା ।
ଆଜିର ଦିନରେ ଦେଶ ବିଦେଶରେ ଘଟିଥିବା କେତେକ ମହତ୍ତ୍ୱପୂର୍ଣ୍ଣ ଘଟଣା
୧- ୧୫୨୨- ସମୁଦ୍ରପଥ ଦେଇ ପୃଥିବୀକୁ ପୂରା ଭ୍ରମଣ କରିଥିବା ଭିକ୍ଟୋରିଆ ଜାହାଜ ଆଜିର ହିଁ ଦିନରେ ସ୍ପେନ ଫେରିଥିଲା ।
୨- ୧୯୦୧- ଆମେରିକାର ୨୫ମ ରାଷ୍ଟ୍ରପତି ୱିଲିୟମ ବିଲିୟମ ମ୍ୟାକକିନଲେଙ୍କୁ ନ୍ୟୁୟର୍କରେ ଜଣେ ଅରାଜକତା ବ୍ୟକ୍ତି ଗୁଳି ମାରିଥିଲେ । ୱିଲିୟମ ୮ ଦିନ ପର୍ଯ୍ୟନ୍ତ ଜୀବନ ଆଉ ମୃତ୍ୟୁ ସହ ସଂଘର୍ଷ କରିବା ପରେ ସେ ଶେଷରେ ମୃତ୍ୟୁ ବରଣ କରିଥିଲେ ।
୩- ୧୯୨୯ – ପ୍ରତିଷ୍ଠିତ ଭାରତୀୟ ଫିଲ୍ମନିର୍ମାତା ୟସ ଜୋହର ଆଜି ଜନ୍ମ ହୋଇଥିଲା । ତାଙ୍କର ଜନ୍ମ ଭାରତ ଅବିଭାଜିତ ଥିବା ସମୟରେ ଲାହୋରରେ ହୋଇଥିଲା ।
୪- ୧୯୨୯- ଭାରତୀୟ ସେନା ତିନୋଟି ଜାଗାରେ ନିଜର ନିୟନ୍ତ୍ରଣ ସୀମାପାର କରି ପଶ୍ଚିମ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା ।
୫- ୧୯୭୨- ଭାରତୀୟ ଶାସ୍ତ୍ରିୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ଉତ୍ସବ ଅଲ୍ଲାଉଦିନ ଖାନଙ୍କ ଦେହାନ୍ତ ।
୬- ୧୯୯୦- ସଂସଦରେ ପାରିତ ହୋଇଥିଲା ପ୍ରସାର ଭାରତୀ ବିଲ ।
୭- ୧୯୯୮- ପ୍ରସିଦ୍ଧ ଜାପାନୀ ଫିଲ୍ମ ନିର୍ଦ୍ଦେଶକ ଅକୀରା କୁରାସେବାଙ୍କ ନିଧନ ।
୮- ୨୦୦୮ –ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ପରମାଣୁ ଚୁକ୍ତିକୁ ନ୍ୟୁକ୍ଲିୟର ସପ୍ଲାୟର ଗ୍ରୁପର ସମର୍ଥନ ।


Share It

Comments are closed.