ଘନାଉଛି ରୋହିତ ଏବଂ ବିରାଟଙ୍କ ମଧ୍ୟରେ ତିକ୍ତତା


ଏହା ଲାଗୁଛି ଯେ, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ୱାନ-ଡେ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ କିଛି ଠିକ ଚାଲୁ ନାହିଁ । ବୁଧବାର ରୋହିତ ଶର୍ମା ଅଧିନାୟକ ବିରାଟ କୋହଲିଙ୍କୁ ଟ୍ୱିଟର ଏବଂ ଇଷ୍ଟାଗ୍ରାମରେ ଅନଫଲୋ କରିଦେଇଥିବା ଦେଖି ସମସ୍ତ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ଏହାର ନିର୍ଦ୍ଦିଷ୍ଟ କାରଣ କ’ଣ କାହାକୁ ସ୍ପଷ୍ଟ ଜଣା ନଥିଲେ ମଧ୍ୟ ରୋହିତ ବିରାଟଙ୍କ ସହିତ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଅନଫଲୋ କରିଦେଇଛନ୍ତି । ସୋସିଆଲ ମିଡିଆରେ ରୋହିତ ଉଭୟଙ୍କୁ ଅନଫଲୋ କରିବା ପରେ ଏହା ଲାଗୁଛି ଯେ, ଉଭୟଙ୍କ ମଧ୍ୟରେ କିଛି ଠିକ ଚାଲୁନାହିଁ ।
ପ୍ରକାଶଥାଉକି , ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଥିବା ସମୟରେ ଭାରତୀୟ ହାଇ-କମିଶନର ଏବଂ ଭାରତୀୟ କ୍ରିକେଟ ଦଳ ସହ ଉଠାଯାଇଥିବା ଫଟୋ ପୋଜରେ ଅନୁଷ୍କା ଶର୍ମାଙ୍କ ଉପସ୍ଥିତିକୁ ନେଇ ଅନେକ ପ୍ରସଂଶକମାନେ ଟ୍ୱିଟର ଜରୀଆରେ ବିସିସିଆଇକୁ ସମାଲୋଚନା କରିଥିଲେ, ଯେଉଁଥିରେ ରୋହିତ ଶର୍ମା ମଧ୍ୟ ସେହି ଟ୍ୱିଟ ଉପରେ ଲାଇକ କରିଥିଲେ ।
ସେହିଭଳି ଇଂଲଣ୍ଡ ସିରିଜରେ ରୋହିତ ଶର୍ମାଙ୍କ ଅନୁପସ୍ଥିତି ଏହା ସ୍ପଷ୍ଟ କରୁଛି ଯେ, ଉଭୟଙ୍କ ମଧ୍ୟ କିଛି ଠିକ ନାହିଁ ବୋଲି । ଇଂଲଣ୍ଡ ସିରିଜରେ ରୋହିତ ଶର୍ମାଙ୍କୁ ସାମିଲ କରାଯାଇନଥିଲା । ପ୍ରଥମ ତିନୋଟି ଟେଷ୍ଟରେ ରୋହିତଙ୍କୁ ଚୟନ କରାଯାଇନଥିଲା । ଏହା ପରେ ସୋସିଆଲ ମିଡିଆରେ ପ୍ରସଂଶକମାନେ #BringBackRohitSharmaର ନାରା ମଧ୍ୟ ଲଗାଇଥିଲେ ।
ରୋହିତ ଶର୍ମା ସୋଲିଆଲ ମିଡିଆରେ ବିରାଟ କୋହଲି ଏବଂ ଅନୁଷ୍କାଙ୍କୁ ଅନଫଲୋ କରିବା  କୌଣସି ସାଧାରଣ କଥା ନହେଲେ ବି ଉଭୟଙ୍କ ମଧ୍ୟରେ କିଛି ଠିକ ଚାଲୁ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି ।
ପ୍ରକାଶ ଥାଉକି, ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ମହତ୍ତ୍ୱପୂର୍ଣ୍ଣ ସିରିଜ ଏସିଆ କପରେ ବରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତା ତୁଲାଇବା ଦାୟିତ୍ୱ ପ୍ରଦାନ କରାଯାଉଛି


Share It

Comments are closed.