ରାଜ୍ୟରେ ୧୪୬ ନୂଆ ମାମଲା, ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୦୫୫କୁ ବୃଦ୍ଧି


ସୋମବାର ରାଜ୍ୟରେ ଆଉ ୧୪୬ ନୂଆ ମାମଲା ସାମନାକୁ ଆସିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫କୁ ଆସି ପହଞ୍ଚିଛି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାକି ୧୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।
ଓଡିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ୧୫ଟି ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥି ମଧ୍ୟରୁ କନ୍ଧମାଳରେ ସର୍ବାଧିକ ୪୮ ଜଣ ଏବଂ କଟକ ଓ ଭଦ୍ରକରୁ ୧୯ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାରେ ୭, ନୟାଗଡରେ , ଝାରସୁଗୁଡା୧, ରାୟଗଡା ୫, ଜଗତସିଂହପୁର ୪, ବାଲେଶ୍ୱର ୮, ଢେଙ୍କାନାଳ୧, ଅନୁଗୋଳ ୬, ଗଞ୍ଜାମ ୮, ସୋନପୁର ୨, ସମ୍ବଲପୁର ୧, ସୁନ୍ଦରଗଡରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ବାତ୍ୟା ଅମ୍ଫାନର ପୁନଃଉଦ୍ଧାର କାମ ସର ଫେରିଥିବା ୯ ଜଣ ଅଗ୍ନିଶମ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।


Share It

Comments are closed.