ଲକ୍‌ଡାଉନରେ ଜନ୍ମିତ ଶିଶୁର ନାମ ‘କରୋନା’ ରଖିଲେ ମହିଳା ସାଂସଦ


ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ‘ଅପଋପା ପୋଦାର’ ଏହି କରୋନା ସଙ୍କଟ ମଧ୍ୟରେ ନିଜର ନବଜାତ ଶିଶୁର ନାମ କରୋନା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏହି ଜନ୍ମିତ ଶିଶୁର ସ୍ୱାସ୍ଥାବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଅପଋପାଙ୍କ ସ୍ୱାମୀ ମହମ୍ମଦ ଶକିର ଅଲ୍ଲୀ ଏହି ସଂପର୍କରେ କହିଛନ୍ତି ଯେ, ଶିଶୁଟି ଏବଂ ଅନ୍ୟ ସମସ୍ତଙ୍କୁ ଏହା ସ୍ମରଣ କରାଇବା ଚାହୁଁଛୁ ଯେ କେଉଁଭଳି କଠିନ ସମୟରେ ତାହାର ଜନ୍ମ ହୋଇଛି ।
ସେପଟେ ସାଂସଦ ଅପଋପା କହିଛନ୍ତି ଯେ, ସାରା ଦୁନିଆ ବର୍ତ୍ତମାନ ମହାମାରୀ କରୋନା ବିରୋଧରେ ଲଢେଇ ଜାରି ରଖିଛି । ଏହି ସମୟରେ ଡରିବା ଛାଡି ଲଢେଇ କରିବାର ଆବଶ୍ୟକତା ରହିଛି ।
ସାଂସଦ ନିଜର ଦ୍ୱିତୀୟ ସନ୍ତାନକୁ ଏକ ଘରୋଇ ହସ୍ପିଟାଲରେ ଜନ୍ମ ଦେଇଛନ୍ତି । ଅପଋପାଙ୍କ ସ୍ୱାମୀ କହିଛନ୍ତି ଯେ, ବର୍ତ୍ତମାନର ଏହି ପରିସ୍ଥିତି ଅତୀତ ଭଳି ବଦଳିଯିବ କିନ୍ତୁ ତାହାର ନାମ ଲୋକମାନଙ୍କୁ ଏହି ଜଟିଳ ପରିସ୍ଥିତିର ସ୍ମରଣ ପକାଇବା ଯାହା ବିରୋଧରେ ସାରା ବିଶ୍ୱ ଲଢେଇ କରୁଥିଲା । ଦମ୍ପତିଙ୍କ ୬ ବର୍ଷର ଆଉ ଏକ ସନ୍ତାନ ବି ରହିଛି ।
ପ୍ରକାଶ ଥାଉକି, ଏହା ପୂର୍ବରୁ ଲକ୍‌ଡାଉନ ମଧ୍ୟରେ ଜନ୍ମିତ ହୋଇଥିବା ଅନେକ ଶିଶୁଙ୍କ ନାମ ଅଭିଭାବକମାନେ ଏଭଳି ଭାବରେ ଦେଇଥିବାବେଳେ ବର୍ତ୍ତମାନ ସାଂସଦ ଜଣକ ଏଭଳି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ।


Share It

Comments are closed.