କ୍ୱାରେଣ୍ଟାଇନ ଅବଦ୍ଧିକୁ ୧୪ରୁ ୨୮ଦିନକୁ ବୃଦ୍ଧି କଲେ ଓଡିଶା ସରକାର


ସାରା ଦେଶରେ କରୋନା ଭାଇରସ ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ମୁତାବକ ଦେଶରେ ୨୪ ଘଣ୍ଟାରେ ୩୩୯୦ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଏଥି ମଧ୍ୟରୁ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି ।
ଏହାକୁ ମିଶାଇ ଦେଶରେ ମୋଟ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୫୬,୩୪୨ ରେ ଆସି ପହଞ୍ଚିଯାଇଛି । ତେବେ ୩୭,୯୧୬ଟି ସକ୍ରିୟ ମାମଲା ରହିଥିବାବେଳେ ୧୬,୫୪୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ବର୍ତ୍ତମାନ ସୁଧା ୧,୮୮୬ ଜଣ ଏହି ଭାଇରସ ଯୋଗୁଁ ମୃତ୍ୟୁ ବରଣ କରିସାରଲେଣି । ସେହିଭଳି ଓଡିଶାରେ ଆଉ ଏକ ନୂଆ ମାମଲାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪୬ରେ ଆସି ପହଞ୍ଚିଥିବାବେଳେ ସେମାନଙ୍କ ମଧ୍ୟରୁ ୧୮୧ଟି ଆକ୍ଟିଭ କେସ ରହିଛି । ସେହିଭଳି ରାଜ୍ୟରେ ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି ।
ଏହି ମଧ୍ୟରେ ସବୁଠାରୁ ମୁଖ୍ୟ କଥା ହେଉଛି ଓଡିଶା ସରକାରଙ୍କ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ସରକାରଙ୍କ ପକ୍ଷରୁ କ୍ୱାରେଣ୍ଟାଇନର ଅବଦ୍ଧି ୧୪ ଦିନକୁ ବଢାଇ ୨୮ ଦିନକୁ କରାଯାଇଛି । ଏଥିରେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସମସ୍ତ କ୍ୱାରେଣ୍ଟାଇନ ସେଣ୍ଟରର ୨୧ ଦିନ ରହିବାକୁ ପଡିବ ଏବଂ ବାକି ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ।


Share It

Comments are closed.