ପିଲାଙ୍କ ପରିକ୍ଷା ପାଇଁ ମାଙ୍କୁ ଟିପ୍ସ


ଆସିଗଲାଣି ପରୀକ୍ଷା ରୂତୁ । ଛାତ୍ରମାନଙ୍କ ସହିତ ଅଭିଭାବକ ମଧ୍ୟ ଚିନ୍ତାରେ । କେମିତି ଭଲ ମାର୍କ ରଖିବେ କେମିତି ଉଜ୍ୱଳ ଊବିଷ୍ୟତ ଗଢିବେ । କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ । ଏହି ସବୁକଥା ଭାବି ଚିନ୍ତାଗ୍ରସ୍ତ ହେଉଛନ୍ତି ପିଲାମନେ । କିନ୍ତୁ ପରୀକ୍ଷା ପୂର୍ବରୁ ଷ୍ଟ୍ରେସ ନ ନେଇ ଧୈର୍ଯ୍ୟର ସହ କାମ କରିବା ପାଇଁ ମା ମାନେ ବିଶେଷ ଧ୍ୟାନ ଦେବା ଜରୁରୀ । କାରଣ ମା ହିଁ ପିଲାଙ୍କ ଅପେକ୍ଷା ସବୁଠୁ ଭଲ ଭାବେ ବୁଝିଥାଏ । ତେଣୁ ପରୀକ୍ଷା ପୂର୍ବରୁ ପିଲାଙ୍କୁ କିଭଳି ପ୍ରସ୍ତୁତ କରିବେ ସେ ନେଇ କେତୋଟି ଟିପ୍ସ ।

• ରିଭିଜନ କରୁଥିବା ସମୟରେ ପିଲାର ପଢୁଥିବା ସ୍ଥାନ ଉପରେ ସବୁବେଳେ ଧ୍ୟାନ ଦିଅନ୍ତୁ । ଯେତେ ପାରୁଛନ୍ତି ପିଲାକୁ ଟିଭି ଏବଂ କମ୍ପ୍ୟୁଟର ଠାରୁ ଦୂରେଇ ରଖନ୍ତୁ । କୋଳାହଳ ଠାରୁ ଦୂରେଇ ରହି ଶାନ୍ତ ଏବଂ ଆଲୋକିତ ପରିବେଶରେ ପିଲାକୁ ପଢାଇବାକୁ କୁହନ୍ତୁ ।
• ରିଭିଜନ ପାଇଁ ଏକ ଟାଇମ ଟେବୁଲ ପ୍ରସ୍ତୁତ କରିବାରେ ପିଲାଙ୍କୁ ସାହାଯ୍ୟ କରନ୍ତୁ । ଯାହାଦ୍ୱାରା ପିଲା ଦ୍ୱନ୍ଧରେ ପଡିବ ନାହିଁ । କେବଳ ଟାଇମ ଟେବୁଲ ପ୍ରସ୍ତୁତ କରିଦେଲେ ହେବ ନାହିଁ, ତାହାକୁ ଠିକ ଭାବେ ପାଳନ କରିବା ପାଇଁ ମଧ୍ୟ ମା ମାନେ ମଝିରେ ମଝିରେ ଜରୁରୀ ।
• ପିଲାମାନେ କିପରି ପଢୁଛନ୍ତି ତାକୁ ନଜର ରଖନ୍ତୁ । ସବୁ ବିଷୟର ସମରି ନୋଟ ବନାଇବରେ ପିଲାଙ୍କୁ ସାହାଯ୍ୟ କରନ୍ତୁ । କ୍ଷ୍ଦ୍ର ଲେଖା, ଚିତ୍ର କିମ୍ବା ମନେ ରଖିବାକୁ ସହଜ ହେବା ଭଳି ଚିହ୍ନ ବ୍ୟବହାର କରି ବିଷୟଗୁଡିକର ନୋଟ ପ୍ରସ୍ତୁତ କରିବାକୁ ପାଇଁ ପିଲାମାନଙ୍କୁ ପରାମର୍ଶ ଦିଅନ୍ତୁ । ଫଳରେ ସେ ସହଜରେ ପାଠକୁ ମନେ ରଖିପାରିବ
• ରିଭିଜନ କରି କେତେ ପାଠ ପିଲାମାନେ ମନେ ରଖିଛନ୍ତି, ତାହା ପରୀକ୍ଷା କରନ୍ତୁ । ଶିକ୍ଷକଙ୍କ ରିଭିଜନ କ୍ଲାସକୁ ଯିବାକୁ କୁହନ୍ତୁ । କାରଣ ଶିକ୍ଷକଙ୍କ ଅପେକ୍ଷା ଆଉ କେହି ଭଳ ଭାବରେ ପରୀକ୍ଷା କରି ପାରିବେ ନାହିଁ ।
• କେବଳ ପଢିଦେଲେ ହେବ ନାହିଁ । ଛୁଆକୁ ଲେଖିବାକୁ ମଧ୍ୟ କୁହନ୍ତୁ ଫଳରେ ଛୁଆ ଭଲ ଭାବେ ମନେ ରଖିବା ସହ ଲେଖାରେ ମଧ୍ୟ ଅଭ୍ୟାସ ରହିବ ।
• ପଢା ମଝିରେ ୧୦ ରୁ ୧୫ ମିନିଟ ବ୍ରେକ ନେବାକୁ ପିଲାଙ୍କୁ କୁହନ୍ତୁ । ବ୍ରେକ ସମୟ ମଝିରେ ପଢିବା ପାଠକୁ ଚେଷ୍ଟା କରି ମନେ ପକାଇବାକୁ କୁହନ୍ତୁ । ମଝିରେ ମଝିରେ ତାକୁ ଖାଦ୍ୟ ଦିଅନ୍ତୁ, ପାଣି ଦିଅନ୍ତୁ ଏବଂ ଶରୀରକୁ ରିଲାକ୍ସ ପାଇଁ କୁହନ୍ତୁ ।
• ପରୀକ୍ଷା ପୂର୍ବରୁ ପିଲାର ଖାଦ୍ୟ ଖାଇବା ଏବଂ ପିଇବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଠିକ ସମୟରେ ପୁଷ୍ଟିକର ଖାଦ୍ୟ –ଭାତ, ରୁଟି ବ୍ରୋକଲି, ଟମାଟୋ, ମାଛ. ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ ଦିଅନ୍ତୁ ।
• ଯଦି ଆପଣଙ୍କ ପିଲା ବହୁତ ଭଲ ଭାବେ ପାଠ ମନେ ରଖି ପାରୁ ନାହାନ୍ତି, ତେବେ ତାକୁ ବ୍ୟସ୍ତ କରନ୍ତୁ ନାହିଁ । ତାକୁ ବାରମ୍ବାର ପଢିବାକୁ କୁହନ୍ତୁ ଏବଂ ପଢିବା ପରେ ଲେଖିବାକୁ କହନ୍ତୁ । ଦେଖିବେ ଧିରେ ଧିରେ ତାର ପାଠ ମନେ ରହିବା ସହ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଇବ ।
• ଓବୁବେଳେ ପିଲାକୁ ସକାତ୍ମାକ ତିନ୍ତାଧାର ରଖିବାକୁ କୁହନ୍ତୁ ।


Share It

Comments are closed.