ଲୋକମାନଙ୍କୁ ମାଗଣାରେ ମନୋରଞ୍ଜନ ପ୍ରଦାନ କରିବ ରିଲାଏନ୍ସ ବିଗ୍ ଟିଭ


ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ଅଭିଯାନକୁ ଦୃଷ୍ଟିରେ ରଖି ରିଲାଏନ୍ସ ବିଗ୍ ଟିଭି ୧୩୦ କୋଟି ଭାରତୀୟଙ୍କ ମନୋରଞ୍ଜନ ପାଇଁ ମାଗଣାରେ ଏଚ୍ଡି କ୍ୱାଲିଟି ଚ୍ୟାନେଲ୍ ଦେଖିବାର ସୁବିଧା ଆଣିଦେଇଛି । ରିଲାଏନ୍ସ ବିଗ୍ ଟିଭି ଉଭୟ ୫୦୦ରୁ ଉଦ୍ଧ୍ୱର୍ ମାଗଣା ଚ୍ୟାନେଲ୍ମାନଙ୍କୁ ୫ ବର୍ଷ ପାଇଁ ଓ ପୈଠ ଚ୍ୟାନେଲ୍ମାନଙ୍କୁ ୧ବର୍ଷ ପାଇଁ ମାଗଣାରେ ସେବା ଯୋଗାଇ ଦେବ । ଏହା ସୁଲଭ ମୂଲ୍ୟରେ ଏଚ୍ଡି ଏଚ୍ଇଭିସି ସେଟ୍-ଅପ୍ ବକ୍ସ ଯୋଗାଇ ଦେଇ ସଭିଙ୍କୁ ମନୋରଞ୍ଜନ ପ୍ରଦାନ କରୁଛି । ଏହି ଏଚ୍ଡି ଏଚ୍ଇଭିସି ସେଟ୍-ଅପ୍ ବକ୍ସ ରେକଡିଂ, ୟୁଏସ୍ବି ପୋର୍ଟ, ୟୁଟ୍ୟୁବ୍, ଏକାସଙ୍ଗେ ରେକର୍ଡିଂ ଓ ଚ୍ୟାନେଲ୍ ଦେଖିବା ଆଦି ବୈଶିଷ୍ଟ୍ୟ ପ୍ରଦାନ କରୁଛି ।

ଏହାର ପ୍ରି-ବୁକିଂ ମାର୍ଚ୍ଚ ୧ରେ ରିଲାଏନ୍ସ ବିଗ୍ ଟିଭି ୱେବ୍ସାଇଟ୍ (ଙ୍ଗଙ୍ଗଙ୍ଗ.କ୍ସରକ୍ଷସବଦ୍ଭମରୟସଶସଗ୍ଧବକ୍ଷଗ୍ଧଙ୍ଖ.ମକ୍ଟଜ୍ଞ) ରେ ସକାଳ ୧୦ଟାରୁ ଖୋଲାଯିବ, ଯାହାର ମୂଲ୍ୟ ରହିଛି ଟ.୪୯୯/- । ସେଟ୍ ଅପ୍ ବକ୍ସ ରିସିପ୍ଟ ଓ ଆଉଟ୍ ଡୋର୍ ୟୁନିଟ୍ରେ ୧,୫୦୦ ଟଙ୍କା ପ୍ରଦାନ କରି ଗ୍ରାହକମାନେ ୧ ବର୍ଷ ପାଇଁ ଏଚ୍ଡି ଚ୍ୟାନେଲ୍ ଓ ୫୦୦ଟି ଏଫ୍ଟିଏ ଚ୍ୟାନେଲ୍ ମାଗଣାରେ ୫ ବର୍ଷ ପାଇଁ ପାଇପାରିବେ । ଗ୍ରାହକମାନଙ୍କୁ ଦ୍ୱିତୀୟ ବର୍ଷରୁ ପେ ଚ୍ୟାନେଲ୍ଗୁଡ଼ିକ ପାଇଁ ୩୦୦ ଟଙ୍କା ଦେବାକୁ ହେବ । କ୍ରମାଗତ ଭାବେ ଦୁଇ ବର୍ଷ ପେ ଚ୍ୟାନେଲ୍ମାନଙ୍କ ପାଇଁ ଦେୟ ପ୍ରଦାନ କରି ଆପଣ ୧,୯୯୯ ଟଙ୍କା (ବୁକିଂ ଓ ସେଟ୍ ଅପ୍ ବକ୍ସ ରିସିପ୍ଟରେ ଦେଇଥିବା ମୂଲ୍ୟ) ରିଚାର୍ଜ ଆକାରରେ ଫେରି ପାଇବେ ।


Share It

Comments are closed.