ବକ୍ସ ଅଫିସରେ ‘ଟାଇଗର ୩’ ର ଜଲୱା, ପ୍ରଥମ ଦିନରେ ଆୟ କଲା ଏତେ କୋଟି


ଦୀପାବଳି ଅବସରରେ ସଲମାନ ଖାନ୍ (Salman Khan) ଓ କ୍ୟାଟ୍ରିନା କୈଫଙ୍କ (Katrina Kaif) ଅଭିନୀତ ଫିଲ୍ମ ‘ଟାଇଗର ୩’ ରିଲିଜ୍ ହୋଇଛି। ପ୍ରଥମ ଦିନରେ ହିଁ ଏହି ଫିଲ୍ମଟି ଦର୍ଶକଙ୍କ ମନ କିଣିଛି। ଏହି ଫିଲ୍ମଟିକୁ ଦେଖିବାକୁ ହଲରେ ଖଚାଖଚ୍ ଭିଡ଼ ଜମିଥିଲା । ଦବଙ୍ଗ ଖାନଙ୍କ ସ୍ପାଏ ସରିଜ୍‌ର ତୃତୀୟ ପାର୍ଟ ହେଉଛି ଏହି ‘ଟାଇଗର ୩’ (Tiger 3) । ଜଣେ (RAW)’ର ‘ ଏଜେଣ୍ଟ ଭାବେ ସିନେମାରେ ନଜର ଆସିଥିବା ସଲମାନ୍ (Salman Khan Movie) ଏଥର ଫ୍ୟାମିଲ୍ ମ୍ୟାନ୍ ବନି ଯାଇଛନ୍ତି ଆଉ କ୍ୟାଣ୍ଟ୍ରିନା ସଲମାନଙ୍କ ପାର୍ଟନର୍, ଏକ୍ସ-ISI ଏଜେଣ୍ଟ । ଆଉ ଭିଲେନ୍ ଭୂମିକାରେ ନଜର ଆସିଛନ୍ତି ଇମ୍ରାନ୍ ହାସମୀ (Emraan Hashmi)।

ତେବେ, ଗଣମାଧ୍ୟମ ରିପୋର୍ଟକୁ ବିଶ୍ବାସ କରାଯାଏ । ତେବେ, ଏହି ଫିଲ୍ମଟି ପ୍ରଥମ ଦିନରେ ୪୪.୫୦ କୋଟି ଟଙ୍କା ରୋଜଗାର କରିଛି । ତେବେ, ଆଜି ଫିଲ୍ମର ଦ୍ବିତୀୟ ଦିନ ଥିବାରୁ ଭଲ ଇନକମ୍ କରିବ ବୋଲି ଆଶା ରଖିଛନ୍ତି ନିର୍ମାତା। ‘ଏକ ଥା ଟାଇଗର୍’ ୨୦୧୪ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମର ଓପନିଂ ଡେ’ରେ ୩୨,୯୩ କୋଟି ଇନକମ୍ କରିଥିବା ବେଳେ ଏହି ଫିଲ୍ମଟି ସାରା ଭାରତରେ ମୋଟ୍ ୧୯୮.୭୮ କୋଟି ରୋଜଗାର କରିଥିଲା । ଏବଂ ସାରା ବିଶ୍ବରେ ୩୨୦ କୋଟି ଆୟ କରିଥିଲା। ସେହିପରି ୨୦୧୭ରେ ଆସିଥିବା ସିକ୍ବେଲ୍ ‘ଟାଇଗର୍ ଜିନ୍ଦା ହେ’ ପ୍ରଥମ ଦିନରେ ୩୪.୧୦ କୋଟି ଆୟ କରିଥିଲା । ଏବଂ ବିଶ୍ବବ୍ୟାପି ଫିଲ୍ମଟି ମୋଟ୍ ୫୫୮ କୋଟି ରୋଜଗାର କରିବାରେ ସକ୍ଷମ ହୋଇଥିଲା

ଗଦ୍ଦର ୨କୁ ପଛରେ ପକାଇବ ଏହି ଫିଲ୍ମ:
ସଲମାନ ଖାନଙ୍କ ‘ଟାଇଗର ୩’ ପ୍ରଥମ ଦିନର ଆୟ ୪୦ କୋଟିରୁ ଅଧିକ କରି ଏକ ରେକର୍ଡ ସୃଷ୍ଟି କରିଛି। ଆହୁରି ମଧ୍ୟ ‘ ଟାଇଗର ୩’ ବର୍ଷର ଚତୁର୍ଥ ବଡ ଚଳଚ୍ଚିତ୍ର ହୋଇପାରିଛି । ଯାହା ପ୍ରଥମ ଦିନରେ ୪୦ କୋଟିରୁ ଅଧିକ ଆୟ କରିଛି । ‘ଟାଇଗର ୩’ ସନ୍ନି ଦେଓଲଙ୍କ ‘ ଗଦ୍ଦର ୨’ ମଧ୍ୟ ପଛରେ ପକାଇଛି। ଖବର ଅନୁଯାୟୀ, ‘ଗଦ୍ଦର ୨’ ପ୍ରଥମ ଦିନରେ ୪୦.୧୦ କୋଟି ଟଙ୍କା ରୋଜଗାର କରିଥିଲା। ଯେତେବେଳେ କି ସଲମାନଙ୍କ ‘ଟାଇଗର ୩’ ପ୍ରଥମ ଦିନରେ ୪୪.୫୦ କୋଟି ଟଙ୍କା ରୋଜଗାର କରିଛି । ଆଦିତ୍ୟ ଚୋପ୍ରା (Aditya Chopra) ୟଶରାଜ ବ୍ୟାନର୍‌ ରେ ‘ଟାଇଗର ୩’ ଫିଲ୍ମକୁ ପ୍ରଡ୍ୟୁସ୍‌ କରିଛନ୍ତି । ୟଶରାଜ ଫିଲ୍ମ ସ୍ପାଇ ୟୁନିଭର୍ସର ଏହା ପଞ୍ଚମ ପିଲ୍ମ ।


Share It

Comments are closed.