ଯବାନଙ୍କ ଗୁଳି ମାଡରେ ୩ ଆତଙ୍କୀ ମୃତ


ସୋପିଆନ୍ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ୩ ଆତଙ୍କବାଦୀ ଲସ୍କର ଏତୋଇବା ସଂଗଠନର ହୋଇଥିବା ସୂଚନା ମିଳିଥିବା ବେଳେ ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସୁରକ୍ଷା ବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ନାକାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଏହି ଗୁଳିବିନିମୟ ମୁଞ୍ଝରେ ହୋଇଥିବା କୁହାଯାଇଛି । ଘଟଣାକୁ ନେଇ ଏଡିଜିପି କାଶ୍ମୀର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ନିହତ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଚିହ୍ନଟ କରାଯାଇଛି ।

ତୃତୀୟ ଜଣଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି । ସେମାନଙ୍କ ମଧ୍ୟରୁ ଜଣେ ସୋପିଆନର ଲତିଫ ଲୋନ, ଯିଏ କି କାଶ୍ମୀରୀ ପଣ୍ଡିତ ପୁରାଣ କୃଷ୍ଣ ଭଟଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା । ଅନ୍ୟଜଣେ ଅନନ୍ତନାଗିନର ଉମର ନାଜିର। ତାର ନେପାଳର ତିଲ ବାହାଦୁର ଥାପାଙ୍କ ହତ୍ୟାରେ ସମ୍ପୃକ୍ତ ରହିଥିଲା । ସେମାନଙ୍କଠାରୁ ଏକ ଏକେ ୪୭ ରାଇଫଲ ଏବଂ ଦୁଇଟି ପିସ୍ତଲ ଜବତ କରାଯାଇଛି।


Share It

Comments are closed.