ଶୀତଦିନେ କୌଣସି ବରଦାନ ଠାରୁ କମ୍ ହୋଇନଥାଏ ଏହି ଖାଦ୍ୟ: ମିଳିଥାଏ ଅନେକ ଫାଇଦା


ଶୀତ ଦିନେ ନିଜ ଖାଦ୍ୟପେୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ତେବେ ଶୀତଦିନେ ଟମାଟୋ ସୁପ୍‌‌ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ ହୋଇଥାଏ। ପ୍ରତ୍ୟେକ ବୟସ୍କଙ୍କ ପାଇଁ ଏହା ଲାଭଦାୟକ। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା କେବଳ ପାଟିକୁ ସ୍ୱାଦିଷ୍ଟ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ।
ଟମାଟୋକୁ ଯେକୌଣସି ବ୍ୟଞ୍ଜନରେ ପକାଇ ପ୍ରସ୍ତୁତ କରିବା ଦ୍ୱାରା ଏହା ସ୍ୱାଦିଷ୍ଟ ଲାଗେ। ଏହାସହ ଅନେକ ଟମାଟୋକୁ ସାଲାଡ୍‌‌ରେ ଓ ସୁପ୍‌‌ରେ ଖାଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି। ତେବେ ଶୀତଦିନେ ଟମାଟୋ ସୁପ୍‌‌ ପିଇବାର ଚମତ୍କାରୀ ଲାଭ ବିଷୟରେ ଜାଣନ୍ତୁ।

ଟମାଟୋ ସୁପ୍‌‌କୁ ପ୍ରସ୍ତୁତ କରିବାର ଭିନ୍ନ ଭିନ୍ନ ଶୈଳୀ ମଧ୍ୟ ରହିଛି। ଏଥିରେ ଭିଟାମିନ୍‌‌ ଏ, ଭିଟାମିନ୍‌‌ ସି, ଭିଟାମିନ୍‌‌ କେ, ଇ, ଫାଇବର, ମିନେରାଲ୍ସ ସହ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି।
ଟମାଟୋ ସୁପ୍‌‌ ଶରୀରରେ ରକ୍ତ ସଞ୍ଚାଳନ ସୂଚାରୁ ରୂପେ କରିବା ପାଇଁ ବେଶ ସହାୟକ ହୋଇଥାଏ। ଏଥିରେ ଥିବା ସେଲେନିୟମ ଏନିମିଆରୁ ରକ୍ଷା କରିଥାଏ। ଏହି କାରଣରୁ ଶୀତଦିନେ ଟମାଟୋ ସୁପ୍‌‌ ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ। ଶରୀର ସୁସ୍ଥ ରହିବା ପାଇଁ ରକ୍ତସଞ୍ଚାଳନ ସଠିକ ଭାବେ ହେବା ନିତାନ୍ତ ଆବଶ୍ୟକ।

ଟମାଟୋ ସୁପ୍‌‌ ହୃଦୟକୁ ସୁସ୍ଥ ରଖିବା ପାଇଁ ମଧ୍ୟ ଲାଭଦାୟକ। ଏଥିରେ ଭିଟାମିନ୍‌‌ ସି ଭରପୁର ମାତ୍ରାରେ ରହିଛି। ଏହା ହୃଦୟକୁ ସୁସ୍ଥ ରଖିବା ସହ ହୃଦୟ ଜନିତ ରୋଗ, ଉଚ୍ଚ କୋଲେଷ୍ଟେରୋଲ୍‌‌ ଭଳି ଗମ୍ଭୀର ସମସ୍ୟାର ସମ୍ଭାବନାକୁ ଖୁବ କମ୍‌‌ କରିଥାଏ।

ବିଶେଷଜ୍ଞଙ୍କ ମତାନୁଯାୟୀ, ଟମାଟୋ ସୁପ୍‌‌ରେ ଥିବା ପୋଷକ ତତ୍ତ୍ୱ ହାଡ ଜନିତ ଅନେକ ସମସ୍ୟାକୁ ଦୂର କରିବା ସହ ହାଡକୁ ମଜଭୂତ କରିଥାଏ।

ସେହିପରି ବର୍ତ୍ତମାନ ସମୟରେ ଅଧିକାଂଶ ନିଜର ଓଜନ ବୃଦ୍ଧିକୁ ନେଇ ଚିନ୍ତିତ। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଟମାଟୋ ସୁପ୍‌‌ ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ। ଟମାଟୋ ସୁପ୍‌‌ରେ ପାଣି ଓ ଫାଇବର ଭରପୁର ମାତ୍ରାରେ ରହିଛି। ଫଳରେ ଏହାକୁ ସେବନ କରିବା ଦ୍ୱାରା ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହେବା ଭଳି ରହିଥାଏ। ବାରମ୍ବାର ଭୋକ ମଧ୍ୟ ଲାଗି ନଥାଏ।


Share It

Comments are closed.