ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ବେଶ ଲାଭଦାୟୀ ହୋଇଥାଏ ଏହି ପାଂଚଟି ଫଳ


ଉଚ୍ଚ ରକ୍ତଚାପ ଏକ ଏପରି ସମସ୍ୟା ଯାହା ଗ୍ରୀଷ୍ମ ଋତୁରେ ସବୁଠାରୁ ଅଧିକ କଷ୍ଟ ଦେଇଥାଏ । ଏହି ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କ ପାଇଁ ଗ୍ରୀଷ୍ମ ଋତୁରେ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର । ନିୟମିତ ଜୀବନଶ ଶୈଳୀ ଏବଂ ଖାଦ୍ୟ ପ୍ରତି ଧ୍ୟାନ ଦେଇ ଏହି ରୋଗକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ । ତେବେ ଚାଲନ୍ତୁ ଜାଣିବା କିଛି ଫଳ ବିଷୟରେ, ଯାହାକୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇପାରିବ ।

ତରଭୁଜ :

ଏହି କମ୍ କ୍ୟାଲୋରୀ ଯୁକ୍ତ ଫଳ ମିଠା ଏବଂ ସତେଜ ହୋଇଥାଏ । ଏହାକୁ ଆପଣ ଫଳର ସାଲାଡ୍ କିମ୍ବା ଜୁସ୍ ଆକାରରେ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ । ଏଥିରେ ଭିଟାମିନ୍ ସି ଏବଂ ଏ, ପୋଟାସିୟମ୍, ଆମିନୋ ଏସିଡ୍, ଲାଇକୋପିନ୍, ସୋଡିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ଶରୀରକୁ ଉଚ୍ଚ ରକ୍ତଚାପ ସହିତ ଲଢିବାରେ ସାହାଯ୍ୟ କରିଥାଏ ।

କିୱି :

ଆଣ୍ଟିଅକ୍ସିଡାଣ୍ଟ ଏବଂ ମିନେରାଲ୍ ରେ ଭରପୂର ଏହି ଫଳରେ ଫାଇବର, ଭିଟାମିନ୍ ସି, ଏବଂ ଫୋଲେଟ୍ ରହିଥାଏ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଏବଂ ଚର୍ମର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । କିୱି ରକ୍ତଚାପରୁ ହେଉଥିବା ରୋଗ ଯେପରିକି ଷ୍ଟ୍ରୋକ, ହୃଦଘାତ ଇତ୍ୟାଦିକୁ ମଧ୍ୟ ରୋକିପାରେ ।

ଆମ୍ବ :

ଆମ୍ବ ଖାଇବାକୁ ସମସ୍ତେ ଭଲପାଇଥାନ୍ତି କାରଣ ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥାଏ, କିନ୍ତୁ ଆମ୍ବ ମଧ୍ୟ ଉଚ୍ଚ ରକ୍ତଚାପ ପାଇଁ ଏକ ଉତ୍ତମ ଫଳ । ଏହାର କାରଣ ହେଉଛି ଆମ୍ବରେ ଫାଇବର ଏବଂ ବିଟା କାରୋଟିନ୍ ରହିଥାଏ, ଯାହା ରକ୍ତଚାପ ହ୍ରାସ କରିବାରେ ସହାୟକ ହୋଇଥାଏ ।

କଦଳୀ :

ପୋଟାସିୟମରେ ଭରପୂର ଏବଂ ସୋଡିୟମ କମ୍ ଥିବା କଦଳୀ ଉଚ୍ଚ ରକ୍ତଚାପ, ହୃଦ ରୋଗ ଏବଂ ଷ୍ଟ୍ରୋକକୁ ରୋକିଥାଏ ।

ଷ୍ଟ୍ରବେରୀ :

ଷ୍ଟ୍ରବେରୀରେ ଆଣ୍ଟୋସିୟାନିନ (ଆଣ୍ଟି-ଅକ୍ସିଡାଣ୍ଟ ଯୌଗିକ), ଭିଟାମିନ୍ ସି, ପୋଟାସିୟମ୍, ଏବଂ ଓମେଗା -୩ ଫ୍ୟାଟି ଏସିଡ୍ ଥାଏ, ଯାହା ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।


Share It

Comments are closed.