ଖାଲି ପେଟରେ କିସମିସ୍ ଖାଇବା ଦ୍ୱାରା ମିଳିଥାଏ ଅନେକ ଫାଇଦା, କିନ୍ତୁ ଅଧିକ ଖାଇବା ହୋଇପାରେ କ୍ଷତିକାରକ


ଯେଉଁମାନଙ୍କ ଶରୀରରେ ରକ୍ତର ଅଭାବ ରହିଛି ସେମାନଙ୍କୁ ଅନେକ ସମୟରେ କିସମିସ୍ ଖାଇବାକୁ ପରାମର୍ଶ ଦିଆଯାଏ । କାରଣ ଏଥିରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର ରହିଥାଏ । ଏସବୁ ବ୍ୟତୀତ ଏଥିରେ ଆଇରନ୍ ଓ ଭିଟାମିନ୍ ମଧ୍ୟ ପ୍ରଚୁର ମାତ୍ରାରେ ରହିଥାଏ। ଯାହା କି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଅଟେ । ଡ୍ରାଏ ଫ୍ରୁଟର ସବୁଠାରୁ ଭଲ କଥା ହେଉଛି ଏହାକୁ ଖାଇବା ଦ୍ୱାରା ପାଚନ ତନ୍ତ୍ରକୁ ଅନେକ ଉପକାର ମିଳିଥାଏ । ଆସନ୍ତୁ ଜାଣିବା ଖାଲି ପେଟରେ କିସମିସ୍ ଖାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ।

ହାଇ ବିପିରେ କିସମିସ୍ ର ଫାଇଦା

ଯଦି ହାଇ ବିପି ରୋଗୀ ଖାଲି ପେଟରେ କିସମିସ୍ ଖାଆନ୍ତି ତେବେ ଏହା ସେମାନଙ୍କ ପାଇଁ ବହୁତ ଭଲ ହୋଇଥାଏ । ବାସ୍ତବରେ ଏଥିରେ ପୋଟାସିୟମ ଓ ଫାଇବର ବହୁତ ଭଲ ମାତ୍ରାରେ ରହିଥାଏ । ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଲାଭଦାୟକ ହୋଇଥାଏ। ଏହାବ୍ୟତୀତ ଅନେକ ପ୍ରକାରର ପଲିଫେନୋଲ୍ ଥାଏ ଯାହା ପେଟରେ ନାଇଟ୍ରିକ୍ ଏସିଡ୍ ଭଳି କାମ କରିଥାଏ। ଏଥିସହିତ ଏହା ବିପି ନିୟନ୍ତ୍ରଣ ପାଇଁ ମଧ୍ୟ ଭଲ।

କିସମିସ୍ ପାଟିର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

କିସମିସ୍ ରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ତେଣୁ ଏହା ପାଟିର ବ୍ୟାକ୍ଟେରିଆକୁ ଦୂର କରିବାରେ କାମ କରିଥାଏ। ଆଣ୍ଟିବ୍ୟାକ୍ଟେରିଆଲ ଫଙ୍କସନ ବ୍ୟତୀତ କିସମିସ୍ ରେ ଥିବା ସୁକ୍ରୋଜ୍ ଦାନ୍ତ ସଫା କରିବା ସହ ଗଠନରେ ଉନ୍ନତି ଆଣିବାରେ ସହାୟକ ହୋଇଥାଏ। ଯଦି ଆପଣ ଏହାକୁ ସକାଳେ ଖାଲି ପେଟରେ ଚବାଇ ଖାଆନ୍ତି ତେବେ ଆପଣଙ୍କୁ ଅନେକ ଫାଇଦା ମିଳିପାରେ ।

ହିମୋଗ୍ଲୋବିନ ଅଭାବ ଦୂର କରିଥାଏ

ରକ୍ତ ଅଭାବରୁ ଆପଣ ରକ୍ତହୀନତା ରୋଗର ଶିକାର ହୋଇପାରନ୍ତି । ଏଭଳି ସ୍ଥିତିରେ ସକାଳେ ଖାଲି ପେଟରେ କିସମିସ୍ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଆଇରନ୍, ଲାଲ ରକ୍ତ କଣିକା ସୃଷ୍ଟି ହେବା ସହ ଶରୀରକୁ ରକ୍ତ ଯୋଗାଣ ହୋଇଥାଏ। ଏହା ଦ୍ୱାରା ରକ୍ତ ନଷ୍ଟ ହୁଏ ନାହିଁ ଏବଂ ଆପଣ ସୁସ୍ଥ ରୁହନ୍ତି ।

ଅଧିକ ଫାଇବରରେ ଭରପୂର

ଉଚ୍ଚ ଫାଇବର ଯୁକ୍ତ କିସମିସ୍ ଥାଇରଏଡ ଗ୍ରନ୍ଥିର କାର୍ଯ୍ୟରେ ବହୁତ ସାହାଯ୍ୟ କରିଥାଏ । କିସମିସ୍ ରେ ଫାଇବର, ପଲିଫେନୋଲ, ଫ୍ଲାଭୋନୋଇଡ୍ସ ଓ ଫିନୋଲିକ୍ ଏସିଡ୍ ରହିଥାଏ। ଯାହା ଶରୀର ପାଇଁ ଏକ ଭଲ ଆଣ୍ଟିଅକ୍ସିଡାଣ୍ଟ ସାବ୍ୟସ୍ତ ହୋଇପାରେ । ଥାଇରଏଡ ହରମୋନ ସ୍ତରକୁ ନିୟନ୍ତ୍ରଣ କରିବାରେ କିସମିସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ଶରୀରରେ ଥାଇରଏଡ ଉତ୍ତେଜକ ହରମୋନକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ ।

ଦିନକୁ କେତୋଟି ଭିଜା କିସମିସ୍ ଖାଇବା ଉଚିତ?

ଦିନକୁ ୮-୧୦ଟି ଭିଜା କିସମିସ୍ ଖାଇବା ଉଚିତ। ଅତ୍ୟଧିକ କିସମିସ୍ ଆପଣଙ୍କ ପେଟ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । କାରଣ ଏହା ଅନ୍ୟ ପୋଷକ ତତ୍ତ୍ୱକୁ ଶୋଷିବାରୁ ରକ୍ଷା କରିଥାଏ । ଏଥିରେ ପ୍ରଚୁର ପରିମାଣରେ ସୁଗାର ଓ କ୍ୟାଲୋରୀ ରହିଥାଏ। ତେଣୁ ପ୍ରତିଦିନ ଅଧିକ କିସମିସ୍ ଖାଆନ୍ତୁ ନାହିଁ, ବରଂ ଭିଜାଇ ସାରିବା ପରେ ମଧ୍ୟ ମାତ୍ର ୮-୧୦ଟି କିସମିସ୍ ଖାଆନ୍ତୁ।

Disclaimer: ଏହି ପ୍ରବନ୍ଧରେ ବର୍ଣ୍ଣିତ ପଦ୍ଧତି, ଉପାୟ ଏବଂ ପରାମର୍ଶ କାର୍ଯ୍ୟକାରୀ କରିବା ପୂର୍ବରୁ, ଜଣେ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ନିଶ୍ପଚୟ ରାମର୍ଶ ନିଅନ୍ତୁ।


Share It

Comments are closed.