ଅଗଷ୍ଟ ୧୫ରେ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ର ନାରା ସହିତ ଇତିହାସ ରଚିଲା ‘ଗଦର-୨’: ମୁକ୍ତିଲାଭର ପଞ୍ଚମ ଦିନରେ ପାର କଲା ୨୦୦ କୋଟି


ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି। ମୁକ୍ତିଲାଭର ପ୍ରଥମ ଦିନରୁ ଏହି ଫିଲ୍ମକୁ ଦର୍ଶକଙ୍କ ଠାରୁ ଭଲ ରେସପନ୍ସ ମିଳୁଛି । ‘ଗଦର-୨’ର ଓପନିଂ ୱିକେଣ୍ଡ ମଧ୍ୟ ଜବରଦସ୍ତ ଥିଲା ଏବଂ ସପ୍ତାହାନ୍ତରେ ମଧ୍ୟ ଚଳଚ୍ଚିତ୍ରଟି ବହୁତ ନୋଟ୍ ଛପାଉଛି। ଅଗଷ୍ଟ ୧୫ ରେ ସ୍ୱାଧୀନତା ଦିବସ ଅବସରରେ ଏହି ଫିଲ୍ମ ରୋଜଗାରର ସମସ୍ତ ରେକର୍ଡ ଭାଙ୍ଗି ଜବରଦସ୍ତ କଲେକ୍ସନ କରିଥିଲା । ଆସନ୍ତୁ ଜାଣିବା ରିଲିଜ୍ ହେବାର ପଞ୍ଚମ ଦିନ ଅର୍ଥାତ୍ ପ୍ରଥମ ମଙ୍ଗଳବାର ‘ଗଦର-୨’ କେତେ ବ୍ୟବସାୟ କରିଛି?

‘ଗଦର-୨’ରେ ସନ୍ନି ଦେଓଲ ଓ ଅମିଷା ପଟେଲ ପୁଣି ଥରେ ନିଜର ଆଇକନିକ ଚରିତ୍ର ତାରା ସିଂହ ଓ ସକିନା ଭାବେ ଦର୍ଶକଙ୍କ ହୃଦୟ ଜିଣିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ୨୦୦୧ ମସିହାରେ ଆସିଥିବା ‘ଗଦର ଏକ ପ୍ରେମ କଥା’ ମଧ୍ୟ ରୋଜଗାରର ସମସ୍ତ ରେକର୍ଡ ଭାଙ୍ଗିଥିଲା ଏବଂ ଏବେ ଏହାର ସିକ୍ୱେଲ୍ ‘ଗଦର ୨’ ମଧ୍ୟ ସମାନ ମାର୍ଗଅନୁସରଣ କରି ବକ୍ସ ଅଫିସରେ ଧମାଲ ମଚାଇଛି । ଫିଲ୍ମର ରୋଜଗାର ବିଷୟରେ କହିବାକୁ ଗଲେ ଓପନିଂ ୱିକେଣ୍ଡରେ ‘ଗଦର-୨’ର ଭଲ କଲେକ୍ସନ ହୋଇଥିଲା । ଏହାପରେ ଫିଲ୍ମ ଟି ସୋମବାର ୩୮.୭ କୋଟି ଟଙ୍କା ଆୟ କରିଥିଲା । ସେହିପରି ଅଗଷ୍ଟ ୧୫ ରେ ସ୍ୱାଧୀନତା ଦିବସ ଛୁଟିର ପୂରା ଫାଇଦା ନେଇଥିଲା ‘ଗଦର-୨’କୁ ଦେଖିବା ପାଇଁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼ ଜମିଥିଲା। ଏହା ସହ ଫିଲ୍ମ ରିଲିଜ୍ ହେବାର ପଞ୍ଚମ ଦିନର ରୋଜଗାରର ପ୍ରାରମ୍ଭିକ ଆକଳନ ମଧ୍ୟ ଆସିଛି ।

ସାକନିଲ୍କର ଆର୍ଲି ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, ‘ଗଦର-୨’ ରିଲିଜ୍ ହେବାର ପଞ୍ଚମ ଦିନରେ ସ୍ୱାଧୀନତା ଦିବସରେ ୪୩.୪୧ ପ୍ରତିଶତ ବୃଦ୍ଧି ପାଇଛି। ମୁକ୍ତିଲାଭର ୫ମ ଦିନରେ ଏହି ଫିଲ୍ମ ରେକର୍ଡ ଭାଙ୍ଗି ୫୫.୫ କୋଟି ଟଙ୍କା ସଂଗ୍ରହ କରିଛି। ଏହାକୁ ମିଶାଇ ୫ ଦିନରେ ‘ଗଦର-୨’ର ମୋଟ ଆୟ ଏବେ ୨୦୦ କୋଟି ଅତିକ୍ରମ କରିଛି।
ଅର୍ଥାତ୍ ୫ ଦିନରେ ‘ଗଦର-୨’ର ମୋଟ ଆୟ ୨୨୯.୦୮ କୋଟି ଟଙ୍କା ହୋଇଛି।


Share It

Comments are closed.