ଏହି ତିନୋଟି ସୁପରଫୁଡରେ ଲୁଚି ରହିଛି ସୌନ୍ଦର୍ଯ୍ୟର ରହସ୍ୟ, ଡାଏଟରେ ନିଶ୍ଚିତ କରନ୍ତୁ ସାମିଲ


ଚେହେରାର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ପ୍ରଡକ୍ଟ ବ୍ୟବହାର କରନ୍ତି, କିନ୍ତୁ ଯଦି ଆପଣଙ୍କ ଶରୀର ଭିତରୁ ପରିଷ୍କାର ନଥାଏ, ତେବେ କୌଣସି କ୍ରିମ୍ ଆପଣଙ୍କ ତ୍ୱଚାକୁ ଚମକିତ କରିପାରିବ ନାହିଁ | ଭଲ କେଶ ଏବଂ ଭଲ ତ୍ବଚା ପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଶରୀରକୁ ସୁସ୍ଥ କରି ତ୍ବଚାକୁ ସୁସ୍ଥ ଏବଂ ସୁନ୍ଦର କରିବା ପାଇଁ କେତେକ ପ୍ରକାରର ମଞ୍ଜି ମଧ୍ୟ କାମ କରିଥାଏ | ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା |

ଚିଆ ସିଡ୍- ଓମେଗା ଫ୍ୟାଟି ଏସିଡ୍ ଚିଆ ସିଡ ବା ମଞ୍ଜିରେ ପ୍ରଚୁର ପରିମାଣରେ ମିଳିଥାଏ | ପ୍ରତିଦିନ ଚିଆ ମଞ୍ଜି ଖାଇବା ଦ୍ୱାରା ହାଇଡ୍ରେସନ୍ ବଢ଼ି ଚର୍ମକୁ ସଫା, ନରମ ଏବଂ ଚମକିତ କରିଥାଏ | ଚିଆ ମଞ୍ଜି ମୁହଁରେ କୁଞ୍ଚନକୁ ରୋକିଥାଏ ଏବଂ ବାର୍ଧକ୍ୟ ବା ଏଜିଙ୍ଗ ବିରୋଧରେ କାର୍ଯ୍ୟ କରିଥାଏ |

Image:Healthunbox

ଫ୍ଲେକ୍ସ ମଞ୍ଜି- ଫ୍ଲେକ୍ସ ମଞ୍ଜି ବା ଫ୍ଲେକ୍ସସିଡ୍, ହରମୋନ୍ ସନ୍ତୁଳନ ପାଇଁ ଜଣାଶୁଣା |ଫ୍ଲେକ୍ସସିଡ୍ ମୁହଁରୁ ବ୍ରଣକୁ ଦୂର କରିଥାଏ | ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଚର୍ମର ପ୍ରଦାହକୁ ହ୍ରାସ କରିଥାଏ | ହଜମ ପ୍ରକ୍ରିୟାକୁ ସଠିକ କରିବାରେ ଫ୍ଲେକ୍ସସିଡ୍ ବହୁତ ଲାଭଦାୟକ ଅଟେ | ଏହା ଶରୀରର ଭିତର ଅଂଶକୁ ସଫା କରିଥାଏ ଏବଂ ଚର୍ମକୁ ସୁସ୍ଥ କରିଥାଏ |

ସନଫ୍ଲାୱର ସିଡ୍- ସନଫ୍ଲାୱର ସିଡ୍ ବା ସୂର୍ଯ୍ୟମୁଖୀ ମଞ୍ଜି ଜିଙ୍କ, ଭିଟାମିନ୍ ଏ, ବି ୧ ଏବଂ ଇ ର ମୁଖ୍ୟ ଉତ୍ସ | ଏହା ବ୍ୟତୀତ ଏଥିରେ ବହୁ ପରିମାଣର ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଫ୍ରି ରେଡିକାଲ୍ ସହିତ ଲଢ଼ିବାରେ ସାହାଯ୍ୟ କରେ ଏବଂ ତ୍ବଚାକୁ ଯୁବା କରିଥାଏ | ଚେହେରାରେ କଳା ଦାଗ ହଟାଇବାରେ ସୂର୍ଯ୍ୟମୁଖୀ ମଞ୍ଜି ମଧ୍ୟ ବହୁତ ଲାଭଦାୟକ ଅଟେ |
Image :NDTV Food


Share It

Comments are closed.