ଅସହ୍ୟ ଗରମ ଭିତରେ ପାଣିପାଗ ବିଭାଗ ଦେଲା ଆଶ୍ବସ୍ତିକର ଖବର, ଏବେ ତାତିରୁ ମିଳିବ ମୁକ୍ତି !
ଅସହ୍ୟ ତାତିରେ ସଭିଏଁ ହୋଇଗଲେଣି ଅସ୍ତବ୍ୟସ୍ତ । ଆକାଶରୁ ବର୍ଷୁଛି ନିଆଁ। କିନ୍ତୁ ଗତକାଲି (ମଙ୍ଗଳବାର) ଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭଲ ପାଗ ଦେଇଛି। କମିଛି ଖରା। ତାତି ମଧ୍ୟରେ ପାଣିପାଗ ବିଭାଗ ଦେଇଛି ଆଶ୍ବସ୍ତିକର ଖବର । ଆଜି କିମ୍ବା ଆସନ୍ତାକାଲି ମଧ୍ୟରେ ଓଡି଼ଶା ଛୁଇଁପାରେ ମୌସୁମୀ । କାହିଁକିନା ମଙ୍ଗଳବାର ଦିନ ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି । ଆଜିଠୁ (୨୧ ଜୁନ)ରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୨୨ ରୁ ଉପକୂଳର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୨୧ ରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା (୭ ରୁ ୧୧ ସେମି) ସମ୍ଭାବନା ରହିଛି। ୨୨ରେ ଉତ୍ତର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ୨୩ ଏବଂ ୨୪ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି)ପାଇଁ ଚେତବାନୀ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ।
ରାଜ୍ୟର କିଛି ଜିଲ୍ଲାରେ ପ୍ରାକ-ମୌସୁମୀ ବର୍ଷା
ଦକ୍ଷିଣ ଓଡିଶାର #ନୂଆପଡା, #ନବରଙ୍ଗପୁର , #ମାଲକାନଗିରି, #କୋରାପୁଟ ଜିଲ୍ଲାରେ ପ୍ରାକ-ମୌସୁମୀ ବର୍ଷା pic.twitter.com/6iuDyHkSbz
— Meteorological Centre, Bhubaneswar (@mcbbsr) June 20, 2023
ଆସନ୍ତା କାଲି ୨୧ ଜୁନ ରେ ଦକ୍ଷିଣ ଏଏବଂ ଉପକୂଳ ଓଡ଼ିଶାରେ ଓଡିଶା ବଢିବ ବର୍ଷାର ବିସ୍ତୃତି
୨୨ ରୁ ଉପକୂଳର ଅଧିକାଂଶ ସ୍ଥାନରେ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ସମ୍ଭାବନା୨୧ ରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ( ୭ ରୁ ୧୧ ସେମି) ସମ୍ଭାବନା
— Meteorological Centre, Bhubaneswar (@mcbbsr) June 20, 2023
ରାଜ୍ୟରୁ ଚଳିତ ଥର ବିଳମ୍ବରେ ଆସିବ ମୌମୁମୀ । ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁଲେ ଏହାର ୧୦ରୁ ୧୨ଦିନ ମଧ୍ୟରେ ଓଡ଼ିଶାରେ ସ୍ପର୍ଶ କରିଥାଏ। ଯଦି କୌଣସି କାରଣରୁ ମୌସୁମୀ ଆସିବାରେ ବାଧାପ୍ରାପ୍ତ ହୋଇ ନିଷ୍କ୍ରିୟ ରହିଲା ତେବେ ୧୬ରୁ ୧୮ ତାରିଖ ଭିତରେ ମୌସୁମୀ ଆସିଯାଏ। ଚଳିତ ବର୍ଷ ମୌସୁମୀ ବାୟୁ ରାଜ୍ୟକୁ କେବେ ପ୍ରବେଶ କରିବ ତା’ଉପରେ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ପାଣିପାଗ ବିଶେଷଜ୍ଞଙ୍କ ମତ, ୨୨ ତାରିଖରେ ରାଜ୍ୟରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୩ ବେଳକୁ ରାଜ୍ୟରେ ମୌସୁମୀ ବର୍ଷା ହେବା ସମ୍ଭାବନା ରହିଛି। ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ରାଜ୍ୟର କିଛି ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବେଶ କରିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ହିଟ ୱେଭ କମିଛି । ତେବେ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ହିଟ ୱେଭ ଜାରି ରହିଛି । ତେବେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ ୱେଭ୍ ସ୍ଥିତି ନାହିଁ ।
ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖିବୁ ଯେ, ଚଳିତ ଥର ଖରା ଦିର୍ଘ ୪୦ ବର୍ଷର ରେକର୍ଡ ଭାଙ୍ଗିଥିଲା ।
Comments are closed.