ପିଡିଲାଇଟ୍‌ର ବ୍ରାଣ୍ଡ ରଫ୍ ପକ୍ଷରୁ ଗ୍ରାହକ ସଚେତନତା ଅଭିଯାନର ଶୁଭାରମ୍ଭ


ଭୁବନେଶ୍ୱର: ନିର୍ମାଣ ଓ ସ୍ୱତନ୍ତ୍ର କେମିକାଲର ଏକ ଅଗ୍ରଣୀ ଉପାଦକ ପିଡିଲାଇଟ, ଏକ ନୂଆ ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଟାଲିଲ ଫିକ୍ସିଂ ପାଇଁ ପାରମ୍ପରିକ ବିକଳ୍ପ ବ୍ୟବହାର କରିବାର ପରିଣାମ ବିଷୟରେ ଗ୍ରାହକଙ୍କ ସଚେତନତା ବୃଦ୍ଧି କରିବା । ଏହି ଅଭିଯାନରେ ସିମେଂଟ ସମେତ ପାରମ୍ପରିକ ଟାଇଲ ଫିକ୍ସିଂ ପଦ୍ଧତି ଯୋଗୁଁ ଭଙ୍ଗା ଟାଇଲ, ଡିବଣ୍ଡିଂ, ଖସିପଡ଼ୁଥିବା ଟାଇଲ ଏବଂ ଅସୁନ୍ଦର ଦେଖାଯିବାକୁ ନେଇ ଗ୍ରାହକଙ୍କ ବିରକ୍ତିଭାବକୁ ବର୍ଣ୍ଣନା କରାଯାଇଛି । ଅଧିକାଂଶ ଫିକ୍ସିଂ ଏଜେଂଟ ଜଳ ବିକଶିତ ହୋଇଥିବାବେଳେ ରଫ ଆଡେସିଭ ସ୍ୱ-ବିକଶିତ ଅଟେ । ତେଣୁ ଜଳବାୟୁ ଅବସ୍ଥାରେ ପରିବର୍ତନ ଦ୍ୱାରା ଏହା ପ୍ରଭାବିତ ହୋଇନଥାଏ । ଏହି ଆହ୍ୱାନଗୁଡ଼ିକୁ ବିଚାରକୁ ନେଇ ଗ୍ରାହକଙ୍କୁ ସୁଚନାପୂର୍ଣ୍ଣ ବିକଳ୍ପ ବାଛିବାରେ ସାହାଯ୍ୟ କରିବା ଲାଗି କମ୍ପାନୀ ଏକ ଅଭିଯାନର ଶୁଭାରମ୍ଭ କରିଛି । ଲୋକମାନେ ଟାଇଲ ସ୍ଥାପନ ସମୟରେ ସମ୍ମୁଖୀନ ହେଉଥିବା ସାଧାରଣ ସମସ୍ୟାଗୁଡ଼ିକୁ ହ୍ରାସ ଏବଂ ଦୂର କରିବା ଲାଗି ରଫ୍ ଟାଇଲ ଆଡେସିଭକୁ ବିଶେଷ ରୂପେ ପ୍ରସ୍ତୁତ କରାଯାଇଛି । ରଫ୍ ଟାଇଲ ଆଡେସିଭକୁ ଉଚ୍ଚମାନର ଯୋଡ଼େଇ ଯୋଗାଇଦେବା ଲାଗି ଡିଜାଇନ କରାଯାଇଛି ଯାହାକି ଉନ୍ନତ ଫିକ୍ସିଂ ପ୍ରଦାନ କରିବା ସହିତ ଟାଇଲକୁ ସମତଳ କରି ରଖିଥାଏ ।

ଏହି ନୂଆ ଅଭିଯାନ ସମ୍ପର୍କରେ ମତବ୍ୟକ୍ତ କରି ପିଡିଲାଇଟ ଇଣ୍ଡଷ୍ଟ୍ରିଜ ଲିମିଟେଡର ଡେପୁଟି ମ୍ୟାନେଜିଙ୍ଗ ଡାଇରେକ୍ଟର ଶ୍ରୀ ସୁଧାଂଶୁ ଭଟ୍ସ କହିଛନ୍ତିଯେ, “ପିଡିଲାଇଟରେ ଉଦୀୟମାନ ବର୍ଗରେ ଅଗ୍ରଣୀ ରହିବା ଏକ ମୂଳ ମୂଲ୍ୟବୋଧ ଅଟେ ଯାହା ଆମକୁ ଚାଳିତ କରୁଛି । ଆମର ବ୍ରାଣ୍ଡ ରଫ୍ ଭାରତରେ ଟାଇଲ ଫିକ୍ସିଂ ପଦ୍ଧତିରେ ପରିବର୍ତନ ଆଣିବାକୁ ଲକ୍ଷ୍ୟ ରଖିଛି । ଆମ ଅଭିଯାନର ଦେଶବ୍ୟାପୀ ଉନ୍ମୋଚନ ସଚେତନତା ବୃଦ୍ଧି ଏବଂ ଗ୍ରାହକ ଅଭିଜ୍ଞତା ବଢ଼ାଇବା ପାଇଁ ଆମର ଅଦମ୍ୟ ପ୍ରତିବଦ୍ଧତାକୁ ସୂଚିତ କରୁଛି । ରଫ୍ ଉତ୍ପାଦଗୁଡ଼ିକ ସ୍ଥାନୀୟ ଜ୍ଞାନ ସହିତ ବିଶ୍ୱସ୍ତରୀୟ ଜ୍ଞାନକୌଶଳକୁ ମିଶ୍ରଣ କରି ଅତ୍ୟାଧୁନିକ ଟେକ୍ନୋଲୋଜିକୁ ବାସ୍ତବ ରୂପ ଦେଇଛି । ଏଗୁଡ଼ିକ କଂଟ୍ରାକ୍ଟର ଓ ଆର୍କିଟେକ୍ଟମାନଙ୍କୁ ବିନା କୌଣସି ଚିନ୍ତାରେ ଦୀର୍ଘସ୍ଥାୟୀ ସୁନ୍ଦର ଟାଇଲ ଏବଂ ଷ୍ଟୋନ ନିର୍ମାଣ କରିବାରେ ସକ୍ଷମ କରୁଛି । ଏହି ଅଭିଯାନ ମାଧ୍ୟମରେ ଆମର ଉଦ୍ଦେଶ୍ୟ ହେଉଛି ସୁଚିନ୍ତିତ ପସନ୍ଦ ନିଷ୍ପତି କରିବାରେ ଗ୍ରାହକଙ୍କୁ ସୂଚିତ ଏବଂ ସଶକ୍ତ କରିବା ।”

ନିଜର ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ସ୍ଥାୟୀ ଫର୍ମୁଲେସନ ସହିତ ରଫ୍‌, ପରିବେଶ ଅନୁକୂଳ ଟାଇଲ ଆଡେସିଭ ସମାଧାନଗୁଡ଼ିକର ସମ୍ମୁଖରେ ଛିଡ଼ା ହୋଇଛି । ଏହି ଅଭିଯାନ ଗୁଣବତା, କାର୍ଯ୍ୟଦକ୍ଷତା ଓ ସ୍ଥାୟୀତ୍ୱ ପାଇଁ ବ୍ରାଣ୍ଡର ପ୍ରତିବଦ୍ଧତାକୁ ଆଲୋକପାତ କରିଛି । ଯେବେକି ପରିବେଶ ଉପରେ ଏଗୁଡ଼ିକର ପ୍ରଭାବକୁ ହ୍ରାସ କରି ଉଲ୍ଲେଖନୀୟ ଫଳାଫଳ ହାସଲ କରିବା ଲାଗି ଗ୍ରାହକଙ୍କୁ ସଶକ୍ତ କରୁଛି ।

 


Share It

Comments are closed.