ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ପରେ କାଶ୍ମୀର ଫାଇଲ୍ସର ନିର୍ଦ୍ଦେଶକଙ୍କ ଟ୍ୱିଟ୍, କହିଲେ- ‘ଇଏ ତ ଆରମ୍ଭ’


ଟେରର୍ ଫଣ୍ଡିଂ ମାମଲାରେ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ରାୟ ପରେ ଶ୍ରୀନଗରର କିଛି ଅଂଶକୁ ବନ୍ଦ କରାଯାଇଛି। ଏହି ନିଷ୍ପତ୍ତି ଘୋଷଣା ହେବାର କିଛି ସମୟ ପରେ କାଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇଛନ୍ତି। ବିବେକ ଅଗ୍ନିହୋତ୍ରୀଙ୍କ କାଶ୍ମୀର ଫାଇଲ୍ସ ରିଲିଜ୍ ହେବା ଦିନଠାରୁ କାଶ୍ମୀର ଏବଂ କାଶ୍ମୀର ପଣ୍ଡିତଙ୍କ ପ୍ରସଙ୍ଗରେ ଉତ୍ତେଜନା ଦେଖା ଦେଇଛି। ଦେଶ ତଥା ସମଗ୍ର ବିଶ୍ୱରେ କାଶ୍ମୀରୀ ପଣ୍ଡିତଙ୍କ ପାଇଁ ନ୍ୟାୟ ମଗାଯାଉଛି।

ୟାସିନ ମଲିକଙ୍କୁ ନେଇ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘ଏଇ ତ ଆରମ୍ଭ କେବଳ। ଯେପର୍ଯ୍ୟନ୍ତ ୟାସିନ ମଲିକ ଏବଂ ବିଟାକୁ ଫାସୀ ଦିଆଯାଇ ନାହିଁ, ଆମେ ନ୍ୟାୟ ଅଧିକାର ପାଇଁ ଆମର ଲଢେଇ ବନ୍ଦ କରିବୁ ନାହିଁ। ମହାନ ନିର୍ଣ୍ଣୟ। ସମସ୍ତ କାଶ୍ମୀର ହିନ୍ଦୁଙ୍କ ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ। ରାଇଟ୍ ଟୁ ଜଷ୍ଟିସ୍ ପାଇଁ ଆମର ଅଭିଯାନରେ ଏକ ମାଇଲଖୁଣ୍ଟ। ଏହା ସହିତ ବିବେକ ମଧ୍ୟ ଫିଲ୍ମର ଏକ କ୍ଲିପ୍ ସେୟାର କରି ଲେଖିଛନ୍ତି, ଆମେ ୟାସିନ୍ ମଲିକର ମାନସିକତାକୁ ବୁଝିବା ପାଇଁ ବର୍ଷ ବର୍ଷ ବିତାଇଛୁ। ଆଜି କୋର୍ଟ ମଧ୍ୟ ଏହା କହିଛନ୍ତି।


Share It

Comments are closed.