ଭାରତ ଏବଂ ଇୟୁୂର ମିଳିତ ଉଦ୍ୟମରେ ଏକ ସବୁଜ ପରିବର୍ତ୍ତନ ପାଇଁ ପ୍ରୟାସ : ଇୟୁ ଆମ୍ବାସାଡର୍‌


ଭୁବନେଶ୍ୱର:  ୟୁରୋପୀୟ ସଂଘର ପ୍ରତିନିଧିମାନେ  ଆଜି ‘ ସ୍ଥାୟୀ ସହରୀକରଣ ଓ ସହରାଂଚଳ ଜଳ ପରିଚାଳନା କ୍ଷେତ୍ରରେ ଇୟୁ-ଇଣ୍ଡିଆ ସହଯୋଗ’ ବିଷୟବସ୍ତୁ ଉପରେ  ଜାଭିୟର ୟୁନିଭର୍ସିଟି ଭୁବନେଶ୍ୱର ସହିତ ଏକ ଭର୍ଚୁଆଲ ଆଲୋଚନା ଆୟୋଜନ କରିଛନ୍ତି । ଇୟୁ ପ୍ରତିନିଧିମାନଙ୍କ ଦ୍ୱାରା ଆୟୋଜିତ ଇୟୁ ଡେ ସିରିଜ୍‌ର ଅଂଶ ଭାବେ ଆୟୋଜନ କରାଯାଇଥିବା ଏହି ଅନ୍‌ଲାଇନ୍ ଇଭେଂଟ୍ ନୀତି ସଂଳାପ, ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ସହଯୋଗୀ ପଦକ୍ଷେପ ଓ ଉଦ୍ଭାବନର ଭୂମିକା ସମେତ ଇୟୁ-ଇଣ୍ଡିଆ ସହଯୋଗ ଉପରେ ମୁଖ୍ୟତଃ ଗୁରୁତ୍ୱ ପ୍ରଦାନ କରାଯାଇଛି ।
ଜଳବାୟୁ ପରିବର୍ତନ ହେଉଛି ବର୍ତ୍ତମାନର ଏକ ବଡ଼ ଆହ୍ୱାନ । ସବୁଜ ପରିବର୍ତନ ପାଇଁ ଜରୁରୀ ଆବଶ୍ୟକତାକୁ ଗୁରୁତ୍ୱଦେଇ  ଭାରତର ଇୟୁ ଆମ୍ବାସାଡର୍ ୟୁଗୋ ଆସ୍‌ଟୁଟୋ କହିଛନ୍ତି, \”ବିଶ୍ୱ ଜିଡିପିର ଅଧାରୁ ଅଧିକ ଭାଗ ପ୍ରକୃତି ଓ ଏହା ପ୍ରଦାନ କରୁଥିବା ସେବାଗୁଡିକ ଉପରେ ନିର୍ଭର କରୁଛି । ତେଣୁ ଆମକୁ ସବୁଜ ପରିବର୍ତ୍ତନ ଆଣିବା ପାଇଁ ନିବେଶ କରିବାକୁ ପଡିବ । ଜଳବାୟୁ ପରିବର୍ତନ ଓ ଜୈବବିବିଧତାର କ୍ଷତି ବିରୋଧରେ ଲଢିବା କ୍ଷେତ୍ରରେ ଆମର ଆନ୍ତର୍ଜାତୀୟ ଉଦ୍ଦେଶ୍ୟକୁ ହାସଲ କରିବା ପାଇଁ  ଭାରତ ସହିତ ଏକ ସକ୍ରିୟ ସହଭାଗିତା ଜରୁରୀ ଅଟେ । ଜଳ ସଂଶାଧନ ଓ ସହରୀ ସହଯୋଗିତା ଉପରେ ଆମର ସହଭାଗିତାଗୁଡିକ  ଏକ ଭଲ ପଦକ୍ଷେପ ।\’
ଏହି ଅବସରରେ ଜାଭିୟର ୟୁନିଭର୍ସିଟି ଭୁବନେଶ୍ୱରର ଭାଇସ୍ ଚାନ୍ସେଲର୍‌, ଏସ୍‌.ଜେ ଡଃ ଫାଦର. ଆଂଟୋନି ଆର୍‌. ଉଭାରି ଏସ ଜେ ଇୟୁ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ ଓ ଅନୁଷ୍ଠାନ ସମ୍ବନ୍ଧରେ ଧାରଣା ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତିଯେ, \”  ଜାଭିୟର  ୟୁନିଭର୍ସିଟିର ସ୍କୁଲ୍ ଅଫ୍ ହ୍ୟୁମାନ୍ ସେଟେଲ୍‌ମେଂଟ୍ ଓ ସ୍କୁଲ୍ ଅଫ୍ ସଷ୍ଟେନେବିଲିଟିରେ ଅନୁସନ୍ଧାନ  ଭାରତୀୟ ପ୍ରସଙ୍ଗରେ ସ୍ଥାୟୀ ବିକାଶର ବର୍ଦ୍ଧିତ ଗୁରୁତ୍ୱକୁ ସୂଚିତ କରୁଛି । ସହର ଗୁଡିକରେ ଦ୍ରୁତ ବେଗରେ ବଢୁଥିବା ଜନସଂଖ୍ୟା ଅଭିବୃଦ୍ଧିକୁ ସମର୍ଥନ କରିବା  ଓ ସହରୀ ଜୀବନଧାରଣ ମାନକୁ ଉନ୍ନତ କରିବା ପାଇଁ ଆମକୁ ସମାଧାନ ଖୋଜି ବାହାର କରିବାକୁ ପଡିବ । ଆଜିର ଇୟୁ ଡେ’ ସ୍ଥାୟୀ ସହରୀକରଣ ଓ ସହରାଂଚଳ ଜଳ ପରିଚାଳନା କ୍ଷେତ୍ରରେ  ଇଣ୍ଡିଆ-ଇୟୁର ମିଳିତ ବିଚାରବିମର୍ଷ ଓ ସହଯୋଗିତା ପାଇଁ ଆବଶ୍ୟକତା ଉପରେ ବିଶେଷ ଆଲୋକପାତ କରିଛି ।\’
ଭାରତ ପାଇଁ ଇୟୁ ପ୍ରତିନିଧି, କାମିଲା କ୍ରିଷ୍ଟେନ୍‌ସେନ୍ ରାୟ, ସ୍ମାର୍ଟ ଓ ସ୍ଥାୟୀ ସହରୀକରଣ ଉପରେ ଇୟୁ-ଇଣ୍ଡିଆ ସହଭାଗିତାକୁ ଦର୍ଶାଇଥିଲେ ଯାହା ସହରଗୁଡିକୁ ସୁରକ୍ଷିତ, ସ୍ଥିର ଓ ସ୍ଥାୟୀ କରିବା ପାଇଁ ୟୁଏନ୍ ସଷ୍ଟେନେବୁଲ ଡେଭେଲପ୍‌ମେଂଟ୍ ଗୋଲ୍‌ସ (ଏସ୍‌ଡିଜିଏସ୍‌), ବିଶେଷ କରି ୟୁଏନ୍ ଏସ୍‌ଡିଜି ୧୧ରେ  ଯୋଗଦାନ ଦେଉଛି । ସ୍ଥାୟୀ ସହରୀକରଣ ଓ ସହରାଂଚଳ ଜଳ ପରିଚାଳନା ସହିତ କାର୍ଯ୍ୟ କରିବା ସମୟରେ ସହଭାଗିତା, ସାମଗ୍ରିକ ଯୋଜନା ଓ ସ୍ଥାନୀୟ ପ୍ରସଙ୍ଗଗୁଡିକୁ ମୁଖ୍ୟ ଉପାଦାନ ବୋଲି ସେ ଦୋହରାଇଥିଲେ । ସେ କହିଛନ୍ତି ଆମେ କାର୍ଯ୍ୟର ଦଶନ୍ଧିରେ ଅଛୁ ଏବଂ ଆମକୁ  ୟୁଏନ୍ ଏସ୍‌ଡିଜିକୁ ଏକ ବିଶ୍ୱସ୍ତରୀୟ, ସ୍ଥାନୀୟ ଓ ଲୋକମାନଙ୍କ ସ୍ତରରେ ବିତରଣ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ସହଯୋଗିତାର ଆଗ୍ରହକୁ ରେଖାଙ୍କିତ କରି ଭାରତୀୟ ସହରଗୁଡିକ ୟୁରୋପୀୟ ସହରଗୁଡିକ ସହିତ ଇୟୁ ଇଂଟରନ୍ୟାଶନାଲ ଅର୍ବାନ୍ କୋଅପରେଶନ (ଆଇୟୁସି) ପ୍ରୋଗ୍ରାମର ଅଂଶ ଭାବେ କାର୍ଯ୍ୟ କରୁଛନ୍ତି । ଏହି ପ୍ରକଳ୍ପ ଅଧୀନରେ  ସହରଗୁଡିକ ପରସ୍ପରଠାରୁ ଶିକ୍ଷା ଲାଭ କରିପାରିବେ ଏବଂ ଲୋକାଲ ଆକ୍ସନ ପ୍ଲାନ୍ ଓ ସିଟି କ୍ଲାଇମେଟ୍ ଆକ୍ସନ ପ୍ଲାନ୍ ଆଦି ପ୍ରସଙ୍ଗ ଉପରେ ମିଳିତ ଭାବେ କାର୍ଯ୍ୟ କରିବେ । ସେ  ଭୁବନେଶ୍ୱର ସହିତ ମେଟ୍ରୋପଲିଟାନ୍ ପ୍ଲାନିଙ୍ଗ ଉପରେ  ଇୟୁର ସହଯୋଗିତା ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ।
ଏଆଇଟି ବ୍ୟାଙ୍ଗ୍‌କକ୍‌ର ପ୍ରଫେସର ଇମେରିସସ୍‌, ଡଃ ଜୟନ୍ତ ରାଉତରାୟ କହିଛନ୍ତିଯେ,  \”ଗ୍ରାମାଂଚଳରୁ ସହରାଂଚଳକୁ ସ୍ଥାନାନ୍ତରଣ ବୃଦ୍ଧି ପାଉଥିବାରୁ  ଭାରତ ଓ ସମଗ୍ର ବିଶ୍ୱରେ ସହରୀକରଣ ବୃଦ୍ଧି ପାଉଛି । ଯାହାଫଳରେ ସହରଗୁଡିକୁ ଉଭୟ ଜୀବନ ଉପଯୋଗୀ ଓ ସ୍ଥାୟୀ

କରିବା ଏକ ଆହ୍ୱାନରେ ପରିଣତ ହୋଇଛି । ଏଥିସହିତ  ବସ୍ତିର ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି, ଯାହାକି ହାଉସିଙ୍ଗ, ଜଳ ଓ ବିଦ୍ୟୁତ୍ ଉପଲବ୍ଧତା, ସହରାଂଚଳ ଯାତାୟତ ଓ ପରିମଳ କ୍ଷେତ୍ରରେ ସାଧାରଣ ବିକାଶମୂଳକ ଆହ୍ୱାନଗୁଡିକୁ ଆହୁରି ବୃଦ୍ଧି କରିଛି । ଅର୍ଥନୈତିକ ସୁଯୋଗକୁ ବହୁମୂଖୀ କରି, ଶାକାହାରୀ ଆବରଣ ସହିତ ସହରାଂଚଳକୁ ସବୁଜ କରି, ଜଳ ଉତ୍ସଗୁଡିକର ନବୀକରଣ ଓ ସଂରକ୍ଷଣ ପ୍ରଣାଳୀକୁ ପ୍ରୋତ୍ସାହିତ କରି ସହରଗୁଡିକୁ ସ୍ଥାନାନ୍ତରଣକୁ ରୋକିବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ । ଯତ୍ନଶୀଳ ସହରାଂଚଳ ଓ ଆଂଚଳିକ ଯୋଜନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ଏକ ସ୍ଥାୟୀ ସନ୍ତୁଳନ ପାଇଁ ଯୋଜନା କରିବା ଓ ତାହାକୁ କାର୍ଯ୍ୟକାରୀ କରିବା ଲାଗି ସହର ପରିଚାଳନାକୁ ମଧ୍ୟ ବିଚାରକୁ ନେବା ଉଚିତ ।\’
ଇୟୁ ପ୍ରତିନିଧି, ହେଡ୍ ଅଫ୍ ରିସର୍ଚ୍ଚ ଆଣ୍ଡ ଇନୋଭେଶନ, ମିସ୍ ତାନିଆ ଫ୍ରିଏଡେରେକ୍‌ସ  ସ୍ଥାୟୀ ସହରୀକରଣ ଓ ସହରାଂଚଳ ବର୍ଜ୍ୟବସ୍ତୁ ପରିଚାଳନା ଓ ଭାରତ  ପାଇଁ ସହଯୋଗିତା ସୁଯୋଗ ଗୁଡିକ କ୍ଷେତ୍ରରେ ଅନୁସନ୍ଧାନ ଓ ଉଦ୍ଭାବନ (ଆର୍‌ଆଣ୍ଡଆଇ)ର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ସେ ଭାରତୀୟ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନଗୁଡିକ ପାଇଁ ଉଚ୍ଚଶିକ୍ଷା ଏବଂ  ଏରାସ୍‌ମସ୍‌+, ଦି ଜିନ୍‌ମନୋଟ୍ ପ୍ରୋଗ୍ରାମ ଓ ମ୍ୟାରି ସ୍ଲୋଡୋସ୍କା କ୍ୟୁରୀ ଆକ୍ସନ ଭଳି ରିସର୍ଚ୍ଚ ଏବଂ ହରାଇଜନ ୨୦୨୦ ଅଧୀନରେ ସହଯୋଗୀ ପ୍ରକଳ୍ପଗୁଡିକ ପାଇଁ ଇୟୁ ଅନୁଦାନପ୍ରାପ୍ତ କାର୍ଯ୍ୟକ୍ରମଗୁଡିକ ଅଧୀନରେ ଉପଲବ୍ଧ ରହିଥିବା ସୁଯୋଗଗୁଡିକ ଉପରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଙ୍କ ମଧ୍ୟରେ  ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ସଚିବ ଓ ୱାଟ୍‌କୋ ଚେୟାରମ୍ୟାନ୍  ମାଥି ଭାଥାନନ୍‌, ଅଫିସ୍ ଅଫ୍ ଟେକ୍ନିକାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର, ୱାଟର ମ୍ୟାନେଜ୍‌ମେଂଟ୍ ପ୍ରାଗ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପ୍ଲାନିଙ୍ଗ ଆଣ୍ଡ ଡେଭ୍‌ଲପ୍‌ମେଂଟ୍‌- ଟେକ୍ନିକାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚରର ବିଶେଷଜ୍ଞ  ମିସ୍ କାମିଲା ଲୋହରୋଭା,  ଜାଭିୟର ୟୁନିଭର୍ସିଟିର ସ୍କୁଲ୍ ଅଫ୍ ହ୍ୟୁମାନ୍ ସେଟେଲ୍‌ମେଂଟ୍‌ସର ଡିନ୍ ପ୍ରଫେସର କଜ୍‌ରି ମିଶ୍ରା ଓ  ଇଣ୍ଡିଆ-ଇୟୁ ଅର୍ବାନ୍ ପାର୍ଟନର୍‌ସିପ୍ ସପୋର୍ଟ ପ୍ରୋଜେକ୍ଟର ପ୍ରମୁଖ ବିଶେଷଜ୍ଞ ମିସ୍ ଶ୍ରୀପର୍ଣ୍ଣା ସାନ୍ୟାଲ ଆୟର ଆଦି ସାମିଲ ଥିଲେ । ଏହି କାର୍ଯ୍ୟକ୍ରମରେ  ଜାଭିୟର ୟୁନିଭର୍ସିଟିର ସ୍କୁଲ୍ ଅଫ୍ ହ୍ୟୁାମନ୍ ସେଟେଲ୍‌ମେଂଟ୍‌ସର ଆସିଷ୍ଟାଂଟ୍ ପ୍ରଫେସର, ପ୍ରଫେସର ପ୍ରଶାନ୍ତ ପ୍ରସାଦ ଓ ଜାଭିୟର ୟୁନିଭର୍ସିଟିର ସ୍କୁଲ୍ ଅଫ୍ ସଷ୍ଟେନେବିଲିଟିର ପ୍ରଫେସର ମ୍ୟାରୀ ସାବିନା
ପରିଚାଳନା କରିଥିଲେ । ଜାଭିୟର ୟୁନିଭର୍ସିର୍ଟିର ସ୍କୁଲ୍ ଅଫ୍ ସଷ୍ଟେନେବିଲିଟିର ଏକାଡେମିକ୍ ଡିନ୍ ପ୍ରଫେସର ସୁତପା ପତି ଶେଷ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଇୟୁ ଡେ ଇଭେଂଟ୍‌କୁ ଦୃଷ୍ଟିରେ ରଖି,  ଛାତ୍ରଛାତ୍ରୀମାନଙ୍କ ପାଇଁ ‘ ଉତମ ସ୍ଥାୟୀ ସହରୀକରଣ ଓ ସହରାଂଚଳ ଜଳ ପରିଚାଳନାର ଭୂମିକା’ ପ୍ରସଙ୍ଗ ଉପରେ ଏକ  ପ୍ରବନ୍ଧ ଲେଖା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।  ଛାତ୍ରଛାତ୍ରୀମାନଙ୍କୁ  ସେମାନଙ୍କୁ ଅନୁପ୍ରାଣିତ କରିଥିବା ଭାରତ ଓ ୟୁରୋପୀୟ ସଂଘର ସକାରାତ୍ମକ ଉଦାହରଣଗୁଡିକ ସମ୍ପର୍କରେ ଉଲ୍ଲେଖ କରି ସ୍ଥାୟୀ ସହରୀକରଣ ଓ ସହରାଂଚଳ ଜଳ ପରିଚାଳନାର ଉପାଦାନଗୁଡିକ ଉପରେ ଲେଖିବାକୁ କୁହାଯାଇଥିଲା । ୪ ଜଣ ଛାତ୍ରଛାତ୍ରୀ  ଆଲିଷା ଖାନ୍‌, ଦେବଶ୍ରିତା ତ୍ରିପାଠୀ, ମିସ୍ ପ୍ରଜ୍ଞାଦିପ୍ତା ବେହେରା ଓ ରାଜେଶ ପ୍ରଧାନ ପ୍ରବନ୍ଧ ପ୍ରତିଯୋଗିତାରେ ସମ୍ମାନଜନକ ଅଂଶଗ୍ରହଣ ପାଇଁ ସାର୍ଟିଫିକେଟ୍ ଗ୍ରହଣ କରିଥିଲେ ।  ସେମାନଙ୍କୁ ଇୟୁ ଡେ ଇଭେଂଟ୍‌ରେ ପ୍ୟାନେଲିଷ୍ଟ ଭାବେ ମଧ୍ୟ ସ୍ଥାନିତ କରାଯାଇଥିଲା ।


Share It

Comments are closed.