ଡାଇବେଟିସ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସମସ୍ତ ଯୋଗାସନ


ଡାଇବେଟିସ ବର୍ତ୍ତମାନ ଏକ ସାଧାରଣ ସମସ୍ୟା ହୋଇଗଲାଣି । ଏହି ସମସ୍ୟା ଥରେ ଦେଖାଗଲେ ଏହାକୁ ନିୟନ୍ତ୍ରଣ କରିବା ନିଶ୍ଚିତ ଆବଶ୍ୟକ । ଡାଇବେଟିସ ଦୁଇ ପ୍ରକାରର ଟାଇପ- ଏବଂ ଟାଇପ-୨ ଡାଇବେଟିସ । ଏହି ଗୋଟିଏ ରୋଗ ପାଇଁ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଭାବିତ ହୋଇଥାଏ । ଆପଣ ପ୍ରତିଦିନ କୋତୋଟି ଯୋଗ ଆସନ ଦ୍ୱାରା ଏହି ଡାଇବେଟିସ ସମସ୍ୟାରୁ ମୁକ୍ତି ପାଇପାରିବେ । କୋତଟି ସାଧାରଣ ଅଭ୍ୟାସ ଦ୍ୱାରା ମଧ୍ୟ ଆପଣ ଡାଇବେଟିସ ସମସ୍ୟାରୁ ମୁକ୍ତି ପାଇପାରିବେ । ଆପଣ ଅଫିସରେ କାମ କରୁଥିଲେ ପ୍ରତି ୨ଘଣ୍ଟାକୁ ଥରେ କିଛି ସମୟ ପାଇଁ ଚାଲି ଆସନ୍ତୁ । ଗୋଟିଏ ସ୍ଥାନରେ ବସନ୍ତୁ ନାହିଁ । ଆସନ୍ତୁ ଜାଣିବା କେଉଁ ଆସନ କରିବା ଦ୍ୱାରା ଆପଣ ଡାଇବେଟିସକୁ ନିୟନ୍ତ୍ରଣରେ ରଖିପାରିବେ ।
୧. ଉକ୍ରଟାସନ – ଉକ୍ରଟାସନରେ ଆପଣ ସମ୍ପୂର୍ଣ୍ଣ ଗୋଡ ଉପରେ ପ୍ରଭାବ ପକାଇ ଆଙ୍ଗୁଠି ଉପରେ ଛିଡା ହୁଅନ୍ତୁ ଏବଂ ସ୍କ୍ୱାଟ ପରି ବସନ୍ତୁ । ଏହି ଆସନକୁ ଆପଣ ୫ଥର କରିପାରିବେ । ଏହି ଆସନ ଆପଣ ଦିନ ସାରା ଯେକୌଣସି ସମୟରେ କରିପାରିବେ । ଏହା ଆପଣଙ୍କୁ ଡାଇବେଟିସ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ।
୨. ଚକ୍ରାସନ – ଚକ୍ରାସନରେ ପାଦକୁ ପରସ୍ପର ଠାରୁ ଦୂରରେ ରଖନ୍ତୁ । ଏବଂ ଯେତେ ସମ୍ଭବ ହାତକୁ ପଛକୁ ନେଇ ପାଦ ତଳକୁ ହାତ ଆଣନ୍ତୁ । ଏହା ପରେ ହାତ ଦୁଇଟି ଉପରକୁ ରଖନ୍ତୁ ଏବଂ ମୁଣ୍ଡ ଅଣ୍ଠୁରେ ଲଗାଇବାକୁ ଚେଷ୍ଟା କରନ୍ତୁ ।
୩. ଭୁଜଙ୍ଗାସନ – ଭୁଜଙ୍ଗାସନ ଶରୀରରେ ସମସ୍ତ ପ୍ରକାରର ସମସ୍ୟାକୁ ଦୂର କରିଥାଏ । ଏବଂ ଏହା ଦ୍ୱାରା ଆପଣଙ୍କ ଅଣ୍ଟା ଏବଂ ପେଟରେ ପ୍ରଭାବ ପଡିଥାଏ । ଏହି ଆସନ କରିବା ପାଇଁ ଆପଣ ପେଟର ସାହାଯ୍ୟରେ ଶୋଇପଡନ୍ତୁ । ଏହା ପରେ ଅଣ୍ଟା ଠାରୁ ଉପରକୁ ଉଠାଇବାକୁ ଚେଷ୍ଟା କରନ୍ତୁ ।
୪. ପବନମୁକ୍ତାସନ – ଆପଣ ପବନମୁକ୍ତାସନ କରିବା ଦ୍ୱାରା ପେଟରେ ଗ୍ୟାସ ଜମା ହେଇନଥାଏ ଏବଂ ଏହା ମଧ୍ୟ ଡାଇବେଟିସ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା ଶରୀରରେ ଇନସୁଲିନର ପ୍ରବାହ ତୀବ୍ର ହୋଇଥାଏ ।
୫. ମଣ୍ଡୁକାସନ – ମଣ୍ଡକୁସାନରେ ଆପଣ ଶରୀରରେ ଇନସୁଲିନର ମାତ୍ରା ଅଧିକ କରିଥାଏ ଯାହା ଶରୀରରେ ଡାଇବେଟିସର ମାତ୍ରା ନିୟନ୍ତ୍ରଣ କରିଥାଏ । ଆପଣ ପ୍ରଥମେ ବ୍ରଜାସନରେ ବସନ୍ତୁ ଏବା ପରେ ଆପଣ ହାତକୁ ମୁଠା କରି ନାଭିର ଦୁଇ ପାଶ୍ୱର୍ରେ ରଖନ୍ତୁ ଏବଂ କିଛି ସମୟ ପାଇଁ ନିଜର ନିଶ୍ୱାସକୁ ବନ୍ଦ କରି ରଖନ୍ତୁ । ଏହା ଦ୍ୱାରା ପାନକ୍ରିଆଜରେ ଇନସୁଲିନର କ୍ଷରଣ ହୋଇଥାଏ ।


Share It

Comments are closed.