ୟୁପିଆଇ ସ୍କାନ୍ ଆଣ୍ଡ୍ ପେ’ ସୁବିଧା ଥିବା ନୋକିଆ ୧୧୦ ୪ଜି ଓ ନୋକିଆ ୧୧୦ ୨ଜି ଫୋନ୍ ଉନ୍ମୋଚିତ
ଭୁବନେଶ୍ୱର: ଏଚ୍ଏମ୍ଡି ଗ୍ଲୋବାଲ ପକ୍ଷରୁ ନୋକିଆର ଦୁଇଟି ଫିଚର ଫୋନ୍ ନୋକିଆ ୧୧୦ ୪ଜି ଓ ନୋକିଆ ୧୧୦ ୨ଜିକୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ୟୁପିଆଇର ସ୍କାନ୍ ଆଣ୍ଡ୍ ପେ’ ସୁବିଧା ରହିଛି । ଫୋନ୍ର ଡିଜାଇନ୍ ଏତେ ଆକର୍ଷଣୀୟ ଓ ପ୍ରିମିୟମ୍ ରହିଛି ଯାହାକୁ ସ୍ପର୍ଶ କଲେ ଏକ ସମ୍ଭ୍ରାନ୍ତ ଅନୁଭବ ମିଳିବ । ନୋକିଆ ୧୧୦ ୪ଜିରେ ମିଳିବ ଏଚ୍ଡି ଭଏସ୍ କଲିଂ ସୁବିଧା ଯାହା ଯୋଗାଯୋଗକୁ ଅତ୍ୟନ୍ତ ସ୍ପଷ୍ଟ କରିବ ।
ନୂଆ ନୋକିଆ ୧୧୦ ୪ଜି ଓ ନୋକିଆ ୧୧୦ ୨ଜିରେ ଥିବା ଗୋଟିଏ ବଟନ୍କୁ ଦବାଇ ସହଜରେ ୟୁପିଆଇ ପେମେଂଟ୍ ସୁବିଧା ହାସଲ କରାଯାଇପାରିବ । ନଗଦ କାରବାର ବେଳେ ଥିବା ଜଟିଳତାକୁ ଆଉ ସାମ୍ନା କରିବାକୁ ପଡ଼ିବନି । ଲୋକମାନେ ସ୍କାନ୍ ଆଣ୍ଡ୍ ପେ’ ଜରିଆରେ ପେମେଂଟ୍ କରିପାରିବେ । ଏହି ସୁବିଧା ନୋକିଆ ୧୧୦ ୪ଜି ଓ ନୋକିଆ ୧୧୦ ୨ଜିକୁ ବଜାରରେ ଉପଲବ୍ଧ ଥିବା ଅନ୍ୟ ଫିଚର ଫୋନ୍ଗୁଡ଼ିକଠାରୁ ଅଲଗା କରିଛି । ଏହି ସୁବିଧା ଜରିଆରେ ବିପୁଳ ପରିମାଣର ଫିଚର ଫୋନ୍ ଡିଜିଟାଲ୍ ଓ ପେମେଂଟ୍ ବ୍ୟବସ୍ଥାରେ ସାମିଲ ହୋଇପାରିବ ।
ନୋକିଆର ସିଗ୍ନେଚର ଷ୍ଟାଇଲ୍ ସହ ଏହି ନୂଆ ଫିଚର ଫୋନ୍ଗୁଡ଼ିକର ଡିଜାଇନ୍ ବେଶ ଆକର୍ଷଣୀୟ ରହିଛି । ଆଧୁନିକ ଫିନିସ ପ୍ରଦାନ କରାଯାଇଥିବା ଛୋଟ ଆକାରର ଫୋନ୍କୁ ବ୍ୟବହାର କରିବା ବେଶ ସହଜ ଏବଂ ଏଥିରେ ବିଲ୍ଟ-ଇନ୍ କ୍ୟାମେରା, ଏସ୍ଡି କାର୍ଡ ସ୍ଲଟ୍, ମ୍ୟୁଜିକ୍ ପ୍ଲେୟାର ଓ ଅଟୋ କଲ୍ ରେକର୍ଡ ସୁବିଧା ରହିଛି । ଏଥିରେ ଥିବା ଏମ୍ପି୩ ପ୍ଲେୟାର ଜରିଆରେ ନିଜ ମନ ପସନ୍ଦର ଗୀତ ଶୁଣିପାରିବେ ଏବଂ ତାହାକୁ ଏସ୍ଡି କାର୍ଡରେ ସଂରକ୍ଷିତ ରଖିପାରିବେ । ନୋକିଆ ୧୧୦ ୪ଜି ଫୋନ୍ରେ ରହିଛି ଏକ ଦୀର୍ଘସ୍ଥାୟୀ ବ୍ୟାଟେରି ଯାହା ଫୋନ୍କୁ ଦିନ ସାରା ବ୍ୟବହାର କରିବା ସୁନିଶ୍ଚିତ କରିବ ।
ଏଚ୍ଏମ୍ଡି ଗ୍ଲୋବାଲ୍ର ଉପସଭାପତି ରବି କନ୍ୱର କହିଛନ୍ତି ଯେ, “ଆମ ଗ୍ରାହକମାନଙ୍କୁ ବୈପ୍ଳବିକ ସୁବିଧା ଥିବା ଶ୍ରେଷ୍ଠ ଫୋନ୍ ଅନୁଭୂତି ପ୍ରଦାନ କରିବା ଜାରି ରଖିଥିବା ବେଳେ ନୋକିଆ ୧୧୦ ୪ଜି ଓ ନୋକିଆ ୧୧୦ ୨ଜି ଏହି ବର୍ଗରେ ଆମ ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଆମ ଫିଚର ଫୋନ୍ରେ ସ୍କାନ୍ ଆଣ୍ଡ୍ ପେ’ ୟୁପିଆଇ ସୁବିଧା ଯୋଡ଼ିବା ପରେ ଗ୍ରାହକମାନଙ୍କୁ ସୁରକ୍ଷିତ ଓ ସୁବିଧାଜନକ ଡିଜିଟାଲ୍ କାରବାର ପାଇଁ ସକ୍ଷମ କରିଥିବାରୁ ଆମେ ଗର୍ବିତ ମନେ କରୁଛୁ । ଆମର ଲକ୍ଷ୍ୟ ହେଉଛି ପରିବର୍ତିତ ସମୟ ଓ ଆଧୁନିକ ଡିଜିଟାଲ୍ ପେମେଂଟ୍କୁ ଗ୍ରାହକମାନେ ସହଜରେ ଗ୍ରହଣ କରିପାରିବେ, ତାହାକୁ ସୁନିଶ୍ଚିତ କରିବା । ନୋକିଆ ୧୧୦ ୨୦୨୩ ସହିତ ସଶକ୍ତୀକରଣ ଓ ସହଜତାର ଏକ ନୂଆ ସ୍ତରର ଅନୁଭବ ହାସଲ କରିବା ଲାଗି ପ୍ରସ୍ତୁତ ରୁହନ୍ତୁ ।’’
ନୋକିଆ ୧୧୦ ୨ଜିରେ ୧୦୦୦ ଏମ୍ଏଏଚ୍ ଓ ନୋକିଆ ୧୧୦ ୪ଜିରେ ୧୪୫୦ ଏମ୍ଏଏଚ୍ ବ୍ୟାଟେରି ଥିବା ବେଳେ ଷ୍ଟୋରେଜ୍କୁ ୩୨ ଜିବି ପର୍ଯ୍ୟନ୍ତ ବଢ଼ାଇହେବ । ଏଥିରେ ଥିବା ଓୟାରଲେସ୍ ଏଫ୍ଏମ୍ ରେଡିଓ ସୁବିଧା ଜରିଆରେ ଲୋକମାନେ ସଙ୍ଗୀତ, ଖବର, କ୍ରୀଡ଼ା ସୂଚନା ଆଦି ପାଇପାରିବେ । ନୋକିଆ ୧୧୦ ୪ଜି ଦୁଇଟି ଆକର୍ଷଣୀୟ ରଙ୍ଗ ମିଡ୍ନାଇଟ୍ ବ୍ଲୁ ଓ ଆର୍କଟିକ୍ ପର୍ପଲ ଏବଂ ନୋକିଆ ୧୧୦ ୨ଜି ଚାରକୋଲ୍ ଓ କ୍ଲାଉଡି ବ୍ଲୁ ରଙ୍ଗରେ ବିଭିନ୍ନ ରିଟେଲ୍ ଷ୍ଟୋର, ନୋକିଆ ଡଟ୍ କମ୍ ଏବଂ ଅନ୍ଲାଇନ୍ ଷ୍ଟୋର୍ରେ ଉପଲବ୍ଧ ହୋଇଛି ।
ନୋକିଆ ୧୧୦ ୪ଜିର ଦାମ୍ ୨୪୯୯ ଟଙ୍କା ଥିବା ବେଳେ ନୋକିଆ ୧୧୦ ୨ଜିର ଦାମ୍ ୧୬୯୯ ଟଙ୍କା ରହିଛି ।
Comments are closed.