ଟିପିସିଓଡିଏଲ୍ ପକ୍ଷରୁ ନିମାପଡ଼ା ଡିଭିଜନ୍‌ରେ ୧୯ତମ ଗ୍ରାହକ ସେବା କେନ୍ଦ୍ରର ଶୁଭାରମ୍ଭ


ଭୁବନେଶ୍ୱର: ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ରହିଥିବା ପ୍ରତିବଦ୍ଧତା ଅନୁସାରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ନିମାପଡ଼ାରେ ଏକ ନୂଆ ଗ୍ରାହକ ସେବା କେନ୍ଦ୍ର (ସିସିସି) ଉଦ୍‌ଘାଟନ କରାଯାଇଛି ।
ସବୁ ଗ୍ରାହକଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ କରିବା ଲାଗି ଟିପିସିଓଡିଏଲ୍‌ର ରହିଥିବା ପ୍ରତିବଦ୍ଧତା ସ୍ୱରୁପ ତାଲିମପ୍ରାପ୍ତ ଅଭିଜ୍ଞ କର୍ମଚାରୀମାନଙ୍କ ଟିମ୍ ଦ୍ୱାରା ପରିଚାଳିତ ଏହି ଗ୍ରାହକ ସେବା କେନ୍ଦ୍ରରେ, ନୂତନ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ, ମାସିକ ବିଲ୍ ପ୍ରଦାନ, ଗ୍ରାହକଙ୍କ ପ୍ରଶ୍ନ ଓ ସମସ୍ୟାଗୁଡ଼ିକର ସମାଧାନ ସମେତ ଅନ୍ୟାନ୍ୟ ଗ୍ରାହକ ସମ୍ପର୍କିତ ସେବାଗୁଡ଼ିକ ପ୍ରଦାନ କରାଯିବ ।
ଏହି ନୂଆ କେନ୍ଦ୍ର ଖୋଲିବା ସହିତ ଟିପିସିଓଡିଏଲ୍‌ର ୧୯ଟି ଗ୍ରାହକ ସେବା କେନ୍ଦ୍ରର ନେଟ୍‌ୱର୍କ ସୃଷ୍ଟି ହୋଇଛି, ଯେଉଁଥିରେ ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଥିବା ଦୁଇଟି ମହିଳା ଗ୍ରାହକ ସେବା କେନ୍ଦ୍ର ଏବଂ ଗୋଟିଏ ଭ୍ରାମ୍ୟମାଣ ଗ୍ରାହକ ସେବା କେନ୍ଦ୍ର ରହିଛି । ନିମାପଡ଼ା ସ୍ଥିତ ଗ୍ରାହକ ସେବା କେନ୍ଦ୍ର ମୁଖ୍ୟତଃ ଏହି ଅଂଚଳରେ ବାସ କରୁଥିବା ଗ୍ରାମୀଣ ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ କରିବ ।
ଉତମ ଗ୍ରାହକ ସେବା ପ୍ରଦାନ କରିବା ଲାଗି ଏହି ଗ୍ରାହକ ସେବା କେନ୍ଦ୍ରରେ ଉନ୍ନତ ମାନର ସୁବିଧାସୁଯୋଗ ଯଥା କେନ୍ଦ୍ରକୁ ଆସୁଥିବା ଗ୍ରାହକଙ୍କ ସୁଚାରୁ ରୂପେ ପରିଚାଳନା ପାଇଁ ଧାଡ଼ି ପରିଚାଳନା ବ୍ୟବସ୍ଥା, ଏକ ସେଲ୍‌ଫ ହେଲ୍‌ପ କିଓସ୍କ ଏବଂ ସେବା ଉପରେ ଗ୍ରାହକମାନଙ୍କ ମତାମତ ସଂଗ୍ରହ କରିବା ଲାଗି ଏକ ଫିଡ୍‌ବ୍ୟାକ୍ ଟ୍ୟାବ୍ ଓ ପରାମର୍ଶ ବାକ୍ସ ରହିଛି । ଅନଲାଇନ୍ ପେମେଂଟ୍ ବିକଳ୍ପ, ସୁରକ୍ଷା ଓ ଅନ୍ୟାନ୍ୟ ସ୍କିମ୍ ବିଷୟରେ ଗ୍ରାହକମାନଙ୍କୁ ଅବଗତ କରିବା ଲାଗି ଏହି କେନ୍ଦ୍ରରେ ଏକ ଟିଭି ସ୍କ୍ରିନ୍‌ର ବ୍ୟବସ୍ଥା ମଧ୍ୟ ରହିଛି ।
“ଆମ ଗ୍ରାହକମାନଙ୍କୁ ଉତମ ଅନୁଭୂତି ପ୍ରଦାନ କରିବା ଲାଗି ଆମେ ନିମାପଡ଼ାରେ ଆମର ନୂଆ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟନ କରିଛୁ ବୋଲି ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ସିଂହ କହିଛନ୍ତି । ଗୋଟିଏ ଛାତ ତଳେ ଆମର ଅଭିନବ ସମାଧାନ ଜରିଆରେ ଏହି ଅଂଚଳର ଗ୍ରାହକମାନଙ୍କ ପାଖରେ ବ୍ୟାପକ ସେବା ପହଂଚାଇଥିବାରୁ ଆମେ ବେଶ୍ ଖୁସି ବୋଲି ସେ କହିଛନ୍ତି । ‘’


Share It

Comments are closed.