ବନ୍ଧନ ମ୍ୟୁଚୁଆଲ ଫଣ୍ଡ୍ ପକ୍ଷରୁ ବନ୍ଧନ ଫାଇନାନ୍ସିଆଲ ସର୍ଭିସେସ୍ ଫଣ୍ଡ୍‌ର ଶୁଭାରମ୍ଭ


ଭୁବନେଶ୍ୱର : ବନ୍ଧନ ମ୍ୟୁଚୁଆଲ ଫଣ୍ଡ୍ ପକ୍ଷରୁ ଏକ ଓପନ-ଏଣ୍ଡେଡ୍ ଇକ୍ୱିଟି ସ୍କିମ୍ ବନ୍ଧନ ଫାଇନାନ୍ସିଆଲ ସର୍ଭିସେସ୍ ଫଣ୍ଡ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ଫଣ୍ଡ୍ ନିବେଶକମାନଙ୍କୁ ଆର୍ଥିକ ସେବା କ୍ଷେତ୍ରରେ ବହୁବର୍ଷୀୟ ଅଭିବୃଦ୍ଧି ସୁଯୋଗଗୁଡିକରୁ ଲାଭାନ୍ୱିତ ହେବା ପାଇଁ ସୁଯୋଗ ପ୍ରଦାନ କରିବ । ଏହି ଫଣ୍ଡ୍‌କୁ ସକ୍ରିୟ ଭାବେ ଏକ ଟିମ୍ ପରିଚାଳନା କରିବ ଯାହାର ଏହି ଆକର୍ଷଣୀୟ ମୂଲ୍ୟ ଶୃଙ୍ଖଳାରେ ବିସ୍ତୃତ ସୁଯୋଗଗୁଡିକର ବ୍ୟବହାର କରିବା କ୍ଷେତ୍ରରେ ମଜଭୁତ ଉପସ୍ଥିତି ଓ ବିଶେଷଜ୍ଞତା ରହିଛି । ଏହି ନୂଆ ଫଣ୍ଡ୍ ଅଫର୍ ଆସନ୍ତା ସୋମବାର, ଜୁଲାଇ ୧୦ ତାରିଖ ୨୦୨୩ରେ ଖୋଲିବ ଏବଂ ସୋମବାର, ଜୁଲାଇ ୨୪ ତାରିଖ ୨୦୨୩ରେ ବନ୍ଦ ହେବ । ବନ୍ଧନ ଫାଇନାନ୍ସିଆଲ ସର୍ଭିସେସ୍ ଫଣ୍ଡ୍‌ରେ ଲାଇସେନ୍ସପ୍ରାପ୍ତ ମ୍ୟୁଚୁଆଲ ଫଣ୍ଡ୍ ବିତରଣକାରୀ ଓ ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମ ମାଧ୍ୟମରେ କିମ୍ବା ସିଧାସଳଖ https://www.bandhanmutual.comରେ ନିବେଶ କରାଯାଇପାରିବ ।

ଏହି ନୂଆ ଫଣ୍ଡ୍ ସମ୍ପର୍କରେ ବନ୍ଧନ ଏଏମ୍‌ସିର ସିଇଓ ବିଶାଲ କପୁର କହିଛନ୍ତି, ‘ଭାରତର ଅର୍ଥନୈତିକ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଆର୍ଥିକ ସେବା କ୍ଷେତ୍ର ଦ୍ୱାରା ପରିଚାଳିତ ହେଉଛି । ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଡିଜିଟାଇଜେଶନ ବୃଦ୍ଧି କରିବା ଭଳି ଶକ୍ତିଶାଳୀ ସକ୍ଷମକାରୀ ଏବଂ ବ୍ୟାଙ୍କ ଓ ଏନ୍‌ବିଏଫ୍‌ସିଗୁଡିକର ଅପେକ୍ଷାକୃତ ଶକ୍ତିଶାଳୀ ବାଲାନ୍ସ ସିଟ୍ ଏହି କ୍ଷେତ୍ର ପାଇଁ ମଜଭୁତ ଆୟ ଅଭିବୃଦ୍ଧି ଲାଗି ଦୃଶ୍ୟତା ପ୍ରଦାନ କରୁଛନ୍ତି । ନିଫ୍ଟି ୫୦୦ ସୂଚକାଙ୍କ ତୁଳନାରେ ଆର୍ଥିକ ସେବା ସୂଚକାଙ୍କ ଆରମ୍ଭ ପରଠାରୁ ୧୮ ଗୁଣ ବୃଦ୍ଧି ପାଇଥିବା ବେଳେ ବଜାର ପୁଞ୍ଜି ପାଇଁ ଏହା ରିଟର୍ଣ୍ଣର ଏକ ମୁଖ୍ୟ ପରିଚାଳକ ଅଟେ । ଏହି ନୂଆ ଫଣ୍ଡ୍ କ୍ୟାପିଟାଲ ମାର୍କେଟ୍‌, ଏନ୍‌ବିଏଫ୍‌ସି, ଇନ୍ସୁରାନ୍ସ ଓ ଫିନ୍‌ଟେକ୍‌ରେ ନିବେଶ ସହିତ ଅଧିକ ବହୁମୂଖୀ ହୋଇ ପାରମ୍ପରିକ ବ୍ୟାଙ୍କିଙ୍ଗ କ୍ଷେତ୍ରଠାରୁ ଆଗକୁ ଯିବ ଏବଂ ନିବେଶକଙ୍କୁ ଭାରତର ଦୀର୍ଘାବଧି ଅଭିବୃଦ୍ଧି କାହାଣୀରୁ ଲାଭାନ୍ୱିତ ହେବା ପାଇଁ ସୁଯୋଗ ଦେବ ।’

ସେହିପରି ବନ୍ଧନ ଫାଇନାନ୍ସିଆଲ ସର୍ଭିସେସ୍ ଫଣ୍ଡ୍‌ର ଫଣ୍ଡ୍ ମ୍ୟାନେଜର ସୁମିତ ଅଗ୍ରୱାଲ କହିଛନ୍ତି,’ ବନ୍ଧନ ଫାଇନାନ୍ସସିଆଲ ସର୍ଭିସେସ୍ ଫଣ୍ଡ୍‌ର ମାର୍କେଟ୍ କ୍ୟାପ୍ ସେଗ୍‌ମେଂଟ୍‌ରେ ନମନୀୟ ଆବଂଟନ ସହିତ ଏକ ଷ୍ଟକ୍ ଚୟନ ଆଭିମୁଖ୍ୟ ରହିଛି, ଏହା ଅଭିବୃଦ୍ଧି ଭିତିକ କମ୍ପାନୀଗୁଡିକୁ ଗୁରୁତ୍ୱ ଦେଉଛି ଯାହାର ପ୍ରମାଣିତ ପ୍ରତିଯୋଗିତାମୂଳକ ସ୍ଥିତି, ଉତମ ପରିଚାଳନା ଗୁଣ ଓ ଏକ ମଜଭୁତ ଆୟ ଉତ୍ସ ରହିଛି ।’ ଏହି ଫଣ୍ଡ୍ ଷ୍ଟକ୍ ଚୟନ ପାଇଁ ଏକ ୩-ଫ୍ୟାକ୍ଟର ମଡେଲର ବ୍ୟବହାର କରିବ । ଫଣ୍ଡ୍ ମ୍ୟାନେଜର ଷ୍ଟକ୍‌ର ଆୟ ଉତ୍ସ, ପରିଚାଳନା ଗୁଣବତା ଓ ଅବସ୍ଥିତିକୁ ପ୍ରାଥମିକତା ଦେବେ ।

 


Share It

Comments are closed.