ଟାଟା ମୋଟର୍ସ ପକ୍ଷରୁ ୭୦,୦୦୦ଟଙ୍କା ପର୍ଯ୍ୟନ୍ତ ଲାଭ ସହିତ ଆକର୍ଷଣୀୟ ଅଫର


କଟକ: ଚଳିତ ଦୁର୍ଗା ପୂଜାରେ ଗ୍ରାହକଙ୍କ ଆନନ୍ଦଙ୍କୁ ଦୁଇଗୁଣିତ କରିବା ପାଇଁ ଭାରତର ଅଗ୍ରଣୀ ଅଟୋମେଟିଭ ବ୍ରାଣ୍ଡ, ଟାଟା ମୋଟର୍ସ ପକ୍ଷରୁ ଆକର୍ଷଣୀୟ ଫାଇନାନ୍ସିଙ୍ଗ ବିକଳ୍ପର ଘୋଷଣା କରାଯାଇଛି । ବଛା ବଛା ମଡେଲଗୁଡ଼ିକ ଉପରେ ୭୦,୦୦୦ଟଙ୍କା ପର୍ଯ୍ୟନ୍ତର ଲାଭ, ଷ୍ଟେପ ଅପ୍ ଯୋଜନା ଅନୁଯାୟୀ (ଉତ୍ପାଦ ଏବଂ ଭାରିଆଂଟ ଉପରେ ନିର୍ଭରଶୀଳ) ପ୍ରତି ମାସକୁ ଏକ ଲକ୍ଷ ପିଛା ସର୍ବନିମ୍ନ ୭୫୦ଟଙ୍କାରୁ ଆରମ୍ଭ ଇଏମଆଇ ବିକଳ୍ପ, ରୋଡ ଫାଇନାନ୍ସିଙ୍ଗ ଉପରେ ୧୦୦ % ପର୍ଯ୍ୟନ୍ତ ଏବଂ ୭ ବର୍ଷ ପର୍ଯ୍ୟନ୍ତର ଅବଧି ଭଳି କେତେକ ଅଫର ଗୁଡ଼ିକ ସହିତ ଟାଟା ମୋଟର୍ସ ନିଜ ଗ୍ରାହକଙ୍କୁ ସେମାନଙ୍କ ଘରକୁ ଭାରତର ସବୁଠାରୁ ସୁରକ୍ଷିତ ରେଞ୍ଜ୍‌ର ଯାତ୍ରୀବାହୀ ଯାନ ନେଇଆଣିବାରେ ସାହାଯ୍ୟ କରିବା ଦିଗରେ ନିରନ୍ତର ଭାବେ କାର୍ଯ୍ୟ କରୁଛି । ଟାଟା ମୋଟର୍ସର ଅଲ୍‌ଟୋଜ, ଟିଆଗୋ, ଟାଇଗୋର, ହାରିୟର ଏବଂ ନେକ୍ସନର ନ୍ୟୁ ଫରେବର ରେଞ୍ଜ, ସହଜ ଫାଇନାନ୍ସିଙ୍ଗ ବିକଳ୍ପ, ସୁଲଭ ଇଏମଆଇ ଏବଂ ଦୀର୍ଘ ଅବଧି ଲୋନ ସହିତ ବର୍ତମାନ ଆହୁରି ଅଧିକ ପହଂଚଯୋଗ୍ୟ ହେବ । ଏହି ସୁବିଧା ଚଳିତ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଉପଲବ୍ଧ ରହିବ ।
ଏହା ସମ୍ପର୍କରେ ଟାଟା ମୋଟର୍ସ, ପାସେଞ୍ଜର ଭେଇକିଲ ବିଜନେସ ୟୁନିଟ, ଇଷ୍ଟ, ଜୋନାଲ ମ୍ୟାନେଜର ଶ୍ରୀ ରିତେଶ ବାଶିତ କହିଛନ୍ତି ଯେ, “ଏହି ପାର୍ବଣରେ ଆମର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଲାଭ ଏବଂ ଫାଇନାନ୍ସ ବିକଳ୍ପର ଉପସ୍ଥାପନା କରି ଆମେ ବେଶ ଗର୍ବିତ । ହାଚବ୍ୟାକରୁ ଆରମ୍ଭ କରି ଫୁଲ ସାଇଜ ଏସୟୁଭି ପର୍ଯ୍ୟନ୍ତ ଏକ ବ୍ୟାପକ ରେଞ୍ଜର ଉତ୍ପାଦ ସହିତ ଟାଟା ମୋଟର୍ସର ନୁତନ ଫରେଭର ରେଞ୍ଜ ଏହି ଯୋଜନା ମାଧ୍ୟମରେ ବର୍ତମାନ ଅଧିକ ପହଂଚଯୋଗ୍ୟ ହେବ ।”
ଏହାଛଡ଼ା କମ୍ପାନୀ ପକ୍ଷରୁ ଏଚଡିଏଫସିର ସହଯୋଗରେ ଏହାର ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଲାଭଜନକ ଫାଇନାନ୍ସ ସୁବିଧାର ଘୋଷଣା କରାଯାଇଛି । ଏହି ସହବନ୍ଧିତା ଅଧୀନରେ ‘ଗ୍ରାଜୁଆଲ ଷ୍ଟେପ ଅପ’ ଏବଂ ‘ଟିଏମଏଲ ଫ୍ଲେକ୍ସି ଡ୍ରାଇଭ’ ଭଳି ଦୁଇଟି ଯୋଜନାର ଉନ୍ମୋଚନ କରାଯାଇଛି, ଯେଉଁଗୁଡ଼ିକ କମ୍ପାନୀର ଇଭି ରେଞ୍ଜ ସହିତ କାର ଓ ଏସୟୁଭିଗୁଡ଼ିକର ନ୍ୟୁ ଫରେଭର ବିଏସ ଭିଆଇ ରେଞ୍ଜରେ ଉପଲବ୍ଧ ହେବ । ଏହି ଅଫର ଏବଂ କାର କ୍ରୟ କରିବା ବିଷୟରେ ଅଧିକ ଜାଣିବା ପାଇଁ ଗ୍ରାହକମାନେ ନିକଟସ୍ଥ ଡିଲରସିପକୁ ଯୋଗାଯୋଗ କରିପାରିବେ କିମ୍ବା ଏହି https://cars.tatamotors.com/ ରେ ଯାଇ ଦେଖିପାରିବେ । କମ୍ପାନୀ ପକ୍ଷରୁ ନିକଟରେ ଉନ୍ମୋଚିତ ହୋଇଥିବା ‘କ୍ଲିକ ଟୁ ଡ୍ରାଇଭ’ ପ୍ଲାଟଫର୍ମ ଜରିଆରେ ଗ୍ରାହକମାନେ ଯାଂଚ, ଟେଷ୍ଟ ଡ୍ରାଇଭ ପାଇଁ ରିକ୍ୱେଷ୍ଟ, ବୁକିଙ୍ଗ କରିପାରିବେ ଏବଂ ସେମାନଙ୍କ ସୁବିଧା ଅନୁଯାୟୀ ଫାଇନାନ୍ସିଙ୍ଗ ବିକଳ୍ପଗୁଡ଼ିକର ଚୟନ କରିପାରିବେ ।


Share It

Comments are closed.