ନିଜ ଫ୍ୟାନ୍‌ଙ୍କ ଦେହାନ୍ତ ପରେ ଝିଅର ପାଠପଢା ଖର୍ଚ୍ଚ ଉଠାଇବା ସହ ପରିବାରର ଦାୟିତ୍ୱ ନେଲେ ଅଭିନେତା ସୁରିଆ


ସାଉଥ୍ ସୁପରଷ୍ଟାର ସୁରିଆଙ୍କର ସାରା ଦେଶରେ ବଡ଼ ଫ୍ୟାନ୍‌ ଫଲୋଇଂ ଅଛନ୍ତି। ସେ ତାଙ୍କ ଫ୍ୟାନ୍ସଙ୍କ ସହିତ ସର୍ବଦା ଜଡିତ ହୋଇ ରହିଥାନ୍ତି। ନିକଟରେ, ଯେତେବେଳେ ସୁରିଆ ଜାଣିବାକୁ ପାଇଲେ ଯେ ତାଙ୍କର ଜଣେ ଫ୍ୟାନ୍ସଙ୍କର ମୃତ୍ୟୁ ହୋଇଛି, ସେ ନିଜକୁ ଅଟକାଇ ପାରିଲେନି ଏବଂ ତାଙ୍କ ଘରେ ପହଞ୍ଚିଗଲେ। କେବଳ ଏତିକି ନୁହେଁ ଫ୍ୟାନ୍ସଙ୍କ ପରିବାରକୁ ସବୁ ପ୍ରକାରରେ ସାହାଯ୍ୟ କରିବାକୁ ଅଭିନେତା ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ, ଅଭିନେତାଙ୍କ ଫ୍ୟାନ୍ସ ଜଗଦୀଶଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଯିଏକି ତାଙ୍କ ଫ୍ୟାନ୍‌ କ୍ଲବର ସେକ୍ରେଟାରୀ ଥିଲେ। ଯେତେବେଳେ ସୁରିଆ ଏହା ବିଷୟରେ ଜାଣିବାକୁ ପାଇଲେ, ସେ ଜଗଦୀଶଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଗଲେ। ତାଙ୍କ ପରିବାରକୁ ଆର୍ଥିକ ସହାୟତା କରିବାକୁ ସେ ପ୍ରତିଶୃତି ଦେଇଛନ୍ତି। ଖବର ଅନୁଯାୟୀ, ସୁରିଆ ଜଗଦୀଶଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ପ୍ରତିଶୃତି ଦେଇଛନ୍ତି ଏବଂ ତାଙ୍କ ଝିଅର ଶିକ୍ଷା ଖର୍ଚ୍ଚ ମଧ୍ୟ ସେ ବହନ କରିବେ ବୋଲି କହିଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସୁରିଆ ଜଗଦୀଶଙ୍କ ଫଟୋରେ ଫୁଲମାଳା ଚଢାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ କହିଛନ୍ତି।


Share It

Comments are closed.