୫୮ ବର୍ଷରେ ପାଦ ଥାପିଲେ କିଙ୍ଗ ଖାନ, କିନ୍ତୁ ଏକଦା ଦିନେ ତାଙ୍କୁ ସଂପୂର୍ଣ୍ଣ ହାଜତରେ ବିତାଇବାକୁ ପଡିଥିଲା
ଆଜି ବଲିଉଡ୍ ସୁପରଷ୍ଟାର ତଥା କିଙ୍ଗ ଖାନ୍ ଶାହରୁଖ ଖାନଙ୍କ ଜନ୍ମଦିନ(Shahrukh Khan Birthday)। ଆଜି ୫୮ ବର୍ଷରେ ପାଦ ଥାପିଛନ୍ତି ଏହି ଷ୍ଟାର। ତିନି ଦଶନ୍ଧି ଧରି ନିଜର ଆକ୍ଟିଙ୍ଗ ଓ ଚଳଚ୍ଚିତ୍ର ମାଧ୍ୟମରେ ଫ୍ୟାନ୍ସଙ୍କ ମନରେ ରାଜ୍ କରିଆସୁଛନ୍ତି କିଙ୍ଗ୍ ଖାନ୍। ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ରକୁ ଦର୍ଶକ ଢେର ସାରା ଭଲ ପାଇବା ଦେଇଥାନ୍ତି। ତେବେ ଆଜି ଶାହାରୁଖଙ୍କ ବିଷୟରେ ଆମେ ଆପଣଙ୍କୁ ଏପରି କିଛି ରୋଚକ ତଥ୍ୟ କହିବୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ହୁଏତ ଶାହାରୁଖ ଖାନଙ୍କୁ ବଡ ପରଦାରେ ଅନେକ ଥର ଜେଲ ଯିବାକୁ ଦେଖିଥିବେ, କିନ୍ତୁ ଆପଣ ଜାଣିଛନ୍ତି କି ଶାହାରୁଖଙ୍କୁ ଗୋଟେ ଥର ଦିନସାରା ପୋଲିସ ଷ୍ଟେସନରେ ବିତାଇବାକୁ ପଡିଥିଲା। ଏକ ସାକ୍ଷାତକାର ସମୟରେ ଅଭିନେତା ନିଜେ ଏହି ଘଟଣା ବିଷୟରେ କହିଛନ୍ତି। ଅନେକ ବର୍ଷ ପୂର୍ବରୁ ଶାହାରୁଖ ଖାନ୍ ନିଜେ ଏକ ଶୋ’ରେ କହିଥିଲେ ଯେ ତାଙ୍କ ବିଷୟରେ ଏକ ଆର୍ଟିକିଲ୍ ପ୍ରକାଶ ପାଇଥିଲା, ଯାହାକୁ ପଢ଼ି ସେ ଖୁବ୍ ରାଗି ଯାଇଥିଲେ। ସେ ରାଗିଯାଇ ପତ୍ରିକାର ସମ୍ପାଦକଙ୍କୁ ଡାକିଥିଲେ। ସମ୍ପାଦକ ଶାହାରୁଖଙ୍କୁ ଉତ୍ତର ଦେଇ କହିଥିଲେ ଯେ ସେ ଏହି ଆର୍ଟିକିଲକୁ ଏକ ହାସ୍ୟାସ୍ପଦ ଭାବରେ ଗ୍ରହଣ କରିବା ଉଚିତ୍, ଏହା ଏକ ଫନି ଆର୍ଟିକିଲ୍।
ଶାହାରୁଖ ଖାନ କହିଛନ୍ତି ଯେ ସେ ଏହି ଆର୍ଟିକିଲଟି ପଢ଼ି ଏତେ ରାଗି ଯାଇଥିଲେ ଯେ ପରେ ସେ ପତ୍ରିକା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେ ଏଡିଟରଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ, ତେବେ ଏହି ମାମଲା ସେଇଠି ଶେଷ ହୋଇନଥିଲା ଆହୁରି ବଢ଼ିଯାଇଥିଲା। ଏହି ଘଟଣା ପରେ ଶାହାରୁଖ ଖାନ ଏକ ଫିଲ୍ମର ସୁଟିଂ କରୁଥିବା ବେଳେ ସୁଟିଙ୍ଗ ସେଟରେ ପୋଲିସ୍ ପହଞ୍ଚି ତାଙ୍କୁ ଗିରଫ କହିଥିଲା। ପ୍ରଥମେ ପୋଲିସଙ୍କୁ ଦେଖି ଶାହାରୁଖ ଭାବିଥିଲେ ଯେ ପୋଲିସ୍ ତାଙ୍କର ଜଣେ ବଡ଼ ଫ୍ୟାନ୍ ଏବଂ ତେଣୁ ସେମାନେ ତାଙ୍କୁ ଭେଟିବାକୁ ସେଟ୍କୁ ଆସିଛନ୍ତି, କିନ୍ତୁ କିଛି ସମୟ ପରେ ଶାହାରୁଖ ଜାଣିବାକୁ ପାଇଥିଲେ ଯେ ସେହି ପତ୍ରିକାର ସମ୍ପାଦକଙ୍କ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିବାକୁ ଆସିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ପୋଲିସ କର୍ମଚାରୀଙ୍କ ସହ ସେଟରୁ ଥାନାକୁ ଯାଇଥିଲେ।ସେତେବେଳେ ଶାହରୁଖ ଖାନ ପ୍ରଥମ ଥର ପାଇଁ ଜେଲର ଏକ ଛୋଟ ରୁମରେ ରହିଥିଲେ ଯାହାକୁ ଖୁବ୍ ଅପରିଷ୍କାର ଥିଲା। ଦିନ ସାରା ସେ ଏହି ୪ କାନ୍ଥ ଭିତରେ ଦିନ ବିତାଇଥିଲେ। ତେବେ ଶାହାରୁଖଙ୍କୁ ବେଲ ମିଳିବା ପରେ ସେ ବାହାରକୁ ଆସି କହିଥିଲେ ଯେ ‘ମୁଁ ବର୍ତ୍ତମାନ ଜେଲରେ ଅଛି ଏବଂ ମୁଁ ଆଦୌ ଭୟଭୀତ ନୁହେଁ, କିନ୍ତୁ ବର୍ତ୍ତମାନ ତୁମେ ନିଶ୍ଚିତ ଭୟଭୀତ ହେବ।
Comments are closed.