ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ : ଆଳୁ କିଲୋ ୨୨୦, ପିଆଜ ୨୦୦ଟଙ୍କାରେ ବିକ୍ରି


ଗତ କିଛି ଦିନ ହେବ ପଡ଼ୋଶୀ ଦେଶ ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ ଏବେ ଏହା ରାଜନୈତିକ ଅସ୍ଥିରତାରେ ବଦଳିଗଲାଣି । ଜନ ବିଦ୍ରୋହ ସମୟରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଇସ୍ତଫା ଦେବାକୁ ଯାଉଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ପ୍ରଥମରୁ ଇସ୍ତଫା ଦେଇସାରିଛନ୍ତି । ଏକ ହଜାରରୁ ଅଧିକ ଲୋକ ଗତ କିଛି ଦିନରୁ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଉପରେ କବ୍ଜା କରି ରଖିଛନ୍ତି । ସେହିଭଳି ସେନା କର୍ମଚାରୀ ରାସ୍ତାରେ ନିୟୋଜିତ ଥିବାବେଳେ ପିଏମ ଓ ରାଷ୍ଟ୍ରପତିଙ୍କ ସମେତ କେତେକ ବଡ଼ ନେତା ଏବେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି । ଏହା ମଧ୍ୟରେ ଶ୍ରୀଲଙ୍କାରେ ଖାଦ୍ୟ ପାନ୍ୟ ଭଳି ଜରୁରୀ ସାମଗ୍ରୀର ଦରଦାମ୍ ଏବେ ଅହେତୁକ ଭାବେ ଆାକାଶଛୁଆଁ ହୋଇଯାଇଛି ।

ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋର ଫୋଜ ମାର୍କେଟର ତାଜା ସ୍ଥିତି ଅନୁସାରେ ଶ୍ରୀଲଙ୍କାରେ ଏବେ ଟମାଟୋ କିଲୋ ପ୍ରତି ୧୫୦ଟଙ୍କାରେ ପହଞ୍ଚି ଯାଇଛି । ଏହିଭଳି ଭାବେ ମୂଳାର ଦର ୪୯୦ରେ ପହଞ୍ଚିଛି । ଖାଲି ଏତିକି ନୁହେଁ ପିଆଜ ୨୦୦ଟଙ୍କା ଥିବାବେଳେ ଆଳୁ ଏବେ ୨୨୦ରେ ବିକ୍ରି ହେଉଛି । ଏହିଭଳି ଭାବେ ବ୍ୟବହାରିକ ସାମଗ୍ରୀର ଦର ଆକାଶଛୁଆଁ ହୋଇଯିବାରୁ ସାଧାରଣ ଲୋକଙ୍କ ଚିନ୍ତା ଏବେ ବଢିଯାଇଛି । ପୂର୍ବରୁ ମଧ୍ୟ ଡିଜେଲ- ପେଟ୍ରୋଲ କମ୍ ହୋଇଯିବା ସହ ବାରମ୍ବାର ପାଓ୍ବାର କଟ୍‌ ଭଳି ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି ।


Share It

Comments are closed.