କେଉଁ କାରଣରୁ ଖରାପହୁଏ କିଡନୀ, କିପରି ନେବେ ଏହାର ଯତ୍ନ


ଭାରତରେ ୭୦ଲକ୍ଷରୁ ଅଧିକ ଲୋକେ କିଡନୀର କୌଣସି ନା କୌଣସି ସମସ୍ୟା ସହିତ ସଂର୍ଘଷ କରୁଛନ୍ତି । କିଡନୀ ଖରାପ ହେବାର ସମସ୍ୟା କେବଳ ଗୋଟିଏ ଦିନରେ ଦେଖାଯାଏନାହିଁ ଏହା ଏକ ଧିର ପ୍ରକିୟା । ଅଧିକାଂଶ ଲୋକେ ପ୍ରଥମରୁ ଏହି ସମ୍ପର୍କରେ ଜାଣିପାରିନଥାନ୍ତି । କିଡନୀ ଶରୀରର ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିବାରେ ସାହାଯ୍ୟ କରିଥାଏ ତେଣୁ ଏହାର ସଠିକ ଯତ୍ନ ନେବା ଆବଶ୍ୟକ । ଆସନ୍ତୁ ଜାଣିବା କେଉଁ ସବୁ କାରଣରୁ ଖରାପ ହୋଇପାରେ ଆପଣଙ୍କ କିଡନୀ ଏବଂ କିପରି ଦୂରେଇ ରହିବା ଏହି ସମସ୍ୟାରୁ ।

୧. ମଦ୍ୟପାନ –

କିଡନୀ ଖରାପ ହେବାର ସବୁଠାରୁ ବୃହତ କାରଣ ହେଉଛି ମଦ୍ୟପାନ । ଅତ୍ୟଧିକ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର ଅତିଶୀଘ୍ର କିଡନୀ ଖରାପ ହୋଇଥାଏ । ଅତ୍ୟଧିକ ମଦ୍ୟପାନ ଶରୀରରେ ଥିବା ବୃକକ୍ ଏବଂ କିଡନୀ ଉପରେ ଚାପ ପକାଇଥାଏ । ତେଣୁ କିଡନୀ ସମସ୍ୟାରୁ ଦୂରେଇ ରହିବା ପାଇଁ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ ।

୨. ପାଣିର ମାତ୍ରା କମ ହେଲେ –

ଶରୀରରେ ପାଣିର ମାତ୍ରା କମ ହେଲେ ମଧ୍ୟ କିଡନୀ ଜନିତ ସମସ୍ୟା ଦେଖାଯାଇଥାଏ । ଜଳାଭାବ ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥର ନିଷ୍କାସନ କମ ହୋଇଥାଏ ତେଣୁ କିଡନୀ ଖରାପ ହୋଇଥାଏ । ଦିନକୁ ୩ରୁ ୪ ଲିଟର ପାଣି ପିଇବା ସହିତ ତେଲ ସମଲା ଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିଲେ କିଡନୀ ଜନିତ ସମସ୍ୟାରୁ ମୁକ୍ତି ମିଳିପାରିବ । ସେହିପରି କିଡନୀ ସମସ୍ୟା ଭୋଗୁଥିବା ଲୋକମାନେ ଥଣ୍ଡା ପାନୀୟ ଏବଂ ସୋଢାଯୁକ୍ତ ପାନୀୟ ବାରଣ କରିବା ଆବଶ୍ୟକ ।

୩. ବହୁ ସମୟ ଧରି ପରିସ୍ରା ରୋକି ରଖିଲେ –

ପରିସ୍ରା ମାଧ୍ୟମରେ ଶରୀରର ୯୦ ପ୍ରତିଶତ ବିଷାକ୍ତ ପଦାର୍ଥ ନିଷ୍କାଷିତ ହୋଇଥାଏ । ତେଣୁ ଶରୀରରେ ପରିସ୍ରାକୁ ବେଶି ସମୟ ରୋକି ରଖିବା ଦ୍ୱାରା ତାହା କିଡନୀ ଉପରେ ଚାପ ବୃଦ୍ଧି କରିଥାଏ । ତେଣୁ ପରିସ୍ରା ଲାଗିବା ପରେ ବେଶି ସମୟ ରୋକି ରଖିବା ଉଚିତ ନୁହେଁ ।


Share It

Comments are closed.