ସିଦ୍ଧୁ ମସେୱାଲା ହତ୍ୟା କାଣ୍ଡରେ ବଡ ଗିରଫଦାରୀ, ନେପାଳ ସୀମାରୁ ୬ ନମ୍ୱର ସୁଟର୍‌ ଗିରଫ


ବହୁ ଚର୍ଚ୍ଚିତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଜଡ଼ିତ ୬ ନମ୍ୱର ସୁଟ୍‌ରକୁ ଗିରଫ କରିଛି ପଞ୍ଜାବ ପୋଲିସ୍ । ପୂର୍ବରୁ ୩ ଜଣଙ୍କୁ ଗରିଫ କରିଥିଲା ଦିଲ୍ଲୀ ପୋଲିସ୍‌ । ସେହିପରି ପଞ୍ଜାବ ପୋଲିସ୍‌ ପୂର୍ବରୁ ଅମ୍ରିତ୍‌ସର ଠାରେ ଅନ୍ୟ ଦୁଇ ଅଭିଯୁକ୍ତ ସୁଟରଙ୍କୁ ଏନ୍‌କାଉଣ୍ଟର କରିଥିବା ବେଳେ ୬ ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଫେରାର ଥିଲା ।

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଗିରଫ କରାଯାଇଥିବା ଅଭିଯୁକ୍ତର ନାମ ଦୀପକ ଆଲିଆ ମୁଣ୍ଡି । ଦୁଇ ସହଯୋଗୀ କପିଲ୍‌ ପଣ୍ଡିତ ଏବଂ ରାଜନ୍ଦିର ସହ ତାକୁ ପଶ୍ଚିମବଙ୍ଗ-ନେପାଳ ସୀମାରୁ ଗିରଫ କରାଯାଇଛି । କେନ୍ଦ୍ରୀୟ ଏଜେନ୍ସିର ସହାୟତାରେ ସେମାନଙ୍କୁ ଗିରଫ କରାଯାଇଥିବା ପଞ୍ଜାବ ପୋଲିସ୍‌ ଡିଜି ଗୌରବ ଯାଦବ ନ୍ୟୁଜ୍‌ ଏଜେନ୍ସି ପିଟିଆଇକୁ ସୂଚନା ଦେଇଛନ୍ତି ।

ସୂଚନା ଥାଉ କି ଗତ ମେ ମାସ ୨୯ ତାରିଖରେ ସିଦ୍ଧୁ ମୁସେୱାଲାଙ୍କୁ ପଞ୍ଜାବର ମାନସା ଜିଲ୍ଲାରେ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ଏହାପରେ ପଞ୍ଜାବରେ ରାଜନୀତି ଜୋର ହୋଇଥିଲା। ମୁସେୱାଲାଙ୍କୁ ଲଗାତାର ମିଳୁଥିବା ଧମକ ମଧ୍ୟରେ ତାଙ୍କର ସୁରକ୍ଷା ପ୍ରତ୍ୟାହାର କରିବାକୁ ନେଇ ମାନ ସରକାରଙ୍କୁ କଡା ସମାଲୋଚନାର ସାମ୍ନା କରିବାକୁ ପଡିଥିଲା। ସିଦ୍ଧୁ ମୁସେୱାଲାଙ୍କ ପରିବାର ଲୋକେ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ।


Share It

Comments are closed.