କଣ ମଧୁମେହ ରୋଗୀ ତରଭୁଜ ଖାଇବା ଉଚିତ? ଜାଣନ୍ତୁ ବିଶେଷଜ୍ଞଙ୍କ ମତାମତ


ମଧୁମେହ ରୋଗୀଙ୍କ ପାଇଁ କିଛି ଖାଦ୍ୟ ନ ଖାଇବା ପାଇଁ ବାରଣ କରାଯାଇଥାଏ। ଯେତେହୁ ବର୍ତ୍ତମାନ ଖରାଦିନ ଆରମ୍ଭ ହୋଇଯାଇଛି । ସେଥିପାଇଁ ଅଧିକାଂଶ ଲୋକେ ତରଭୁଜ ଖାଇବାକୁ ଖୁବ୍ ଭଲ ପାଆନ୍ତି । ତରଭୁଜ ଏକ ମିଠା ଜାତୀୟ ଫଳ ହୋଇଥିବାରୁ ଏକ ମଧୁମେହ ରୋଗୀଙ୍କ ପାଇଁ କାଳ ସାଜିପାରେ। ତେବେ, ମଧୁମେହ ରୋଗୀମାନେ ତରଭୁଜ ଖାଇବା ଉଚିତ୍ କି ନୁହେଁ । ଯଦି ହଁ ତେବେ କେତେ ପରିମାଣରେ ତରଭୁଜ ଜଣେ ମଧୁମେହ ରୋଗୀ ଖାଇ ପାରିବେ? ତେବେ ଆସନ୍ତୁ ଜାଣିବା ତରଭୁଜରେ କେତେ ପରିମାଣରେ ମିଠାର ମାତ୍ରା ଥାଏ । ଆଉ ଏହାକୁ ମଧୁମେହ ରୋଗୀ ଖାଇପାରିବେ ଖାଇ ପାରିବେ କି ନାହିଁ । ପଢନ୍ତୁ ପୁରା ରିପୋର୍ଟ।…

ତରଭୁଜରେ ଲାଇକୋପିନ୍ ପରିମାଣ ମିଳିଥାଏ। ଏହା ଏକ ଆଣ୍ଟିଅକ୍ସିଡାଣ୍ଟ ଯାହା ହୃଦରୋଗର ଆଶଙ୍କା ହ୍ରାସ କରିଥାଏ । ମଧୁମେହ ରୋଗୀଙ୍କ ରକ୍ତରେ ଏହା ଗ୍ଲୁକୋଜର ପରିମାଣ ବଢାଇଥାଏ । ସମସ୍ତ ଖାଦ୍ୟରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି । ଏହା ପରିମାଣରେ ଯେତେ କମ୍, ରକ୍ତରେ ଶର୍କରା ଧୀରେ ଧୀରେ ଶୋଷିଥାଏ । ଏହାର ଅଧିକ ପରିମାଣ ହେତୁ ଚିନି ଶୀଘ୍ର ରକ୍ତରେ ପ୍ରବେଶ କରେ। ତରଭୁଜରେ ଗ୍ଲାଇସେମିକ୍ ଇଣ୍ଡେକ୍ସର ପରିମାଣ ପ୍ରାୟ ୭୨ ଅଟେ । ୭୦ ରୁ ଅଧିକ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା ଖାଦ୍ୟଗୁଡିକ ଉଚ୍ଚ ଗ୍ଲାଇସେମିକ୍ ଖାଦ୍ୟ ବର୍ଗରେ ଆସିଥାଏ । ତରଭୁଜରେ ଗ୍ଲାଇସେମିକ୍ ଇଣ୍ଡେକ୍ସର ପରିମାଣ ଅଧିକ, କିନ୍ତୁ ସତେଜ କଟା ତରଭୁଜ ଖାଇଲେ ସ୍ବାସ୍ଥ୍ୟ ଉପରେ କୌଣସି ପ୍ରଭାବ ପଡି ନଥାଏ। କିନ୍ତୁ ମଧୁମେହ ରୋଗୀମାନେ ତରଭୁଜ ଅଧିକ ଖାଆନ୍ତୁ ନାହିଁ,ତରଭୁଜ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ତରଭୁଜ ଖାଇଲେ କଣ ଲାଭ ମିଳିଥାଏ(Watermelon Benefits):
ତରଭୁଜ ଭିଟାମିନ୍ ସି, ଏ, ବି ୬, ପୋଟାସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଏବଂ ଫାଇବରର ଏକ ଉତ୍ତମ ଉତ୍ସ । ଗ୍ରୀଷ୍ମ ଋତୁରେ ଖାଇବା ସ୍ବାସ୍ଥ୍ୟ ପାଇଁ ବେଶ ଭଲ ହୋଇଥାଏ।

-ତରଭୁଜ ଖାଇବା ଦ୍ବାରା ଭିଟାମିନ୍ ଏ ଶରୀରକୁ ମିଳିଥାଏ । ଯାହା ଦୃଷ୍ଟିଶକ୍ତିକୁ ବଢାଇବାରେ ସାହାର୍ଯ୍ୟ କରିଥାଏ। ଏବଂ ହାର୍ଟ ,କିଡନୀ ଏବଂ ଫୁସଫୁସକୁ ସୁସ୍ଥ ରଖବାରେ ସାହାର୍ଯ୍ୟ କର।

-ତରଭୁଜରେ ପର୍ଯ୍ୟାପ୍ତ ପରିମାଣର ଫାଇବର ଥାଏ, ଏହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ ।

-ଅଳ୍ପ ପରିମାଣରେ ତରଭୁଜ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ ।
-ତରଭୁଜରେ ପ୍ରଚୁର ଜଳ ଥାଏ, ଏହା ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ । ତରଭୁଜ ଖାଇବା ଦ୍ବାରା ଓଜନ ନିୟନ୍ତ୍ରଣରେ ରୁହେ।

(Disclaimer: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)


Share It

Comments are closed.