କଲ୍ୟାଣ ଜୁଏଲର୍ସର ମନ୍ଦିର ଗହଣା ସମ୍ଭାର: ୪-ସ୍ତରୀୟ ପ୍ରତିଶ୍ରୁତି ସହ ପରମ୍ପରାକୁ ଆପଣେଇବା


ଭୁବନେଶ୍ୱର: ମନ୍ଦିର ଗହଣା ହେଉଛି ଏକ ଆକର୍ଷଣୀୟ ଓ ସୂକ୍ଷ୍ମ ଷ୍ଟାଇଲ୍‌ର ହାତ ତିଆରି ଗହଣା ଯାହାର ସମ୍ପର୍କ ଦକ୍ଷିଣ ଭାରତର ନବମ ଶତାବ୍ଦୀ ଇତିହାସ ସହ ଜଡିତ । ଯଦିଓ ପାରମ୍ପରିକ ଭାବେ ଏହି ଗହଣାଗୁଡ଼ିକୁ ଦେବାଦେବୀ କିମ୍ବା ରାଜ ପରିବାରରେ ବ୍ୟବହାର କରାଯାଉଥିଲା, କିନ୍ତୁ ଏବେ ତାହା ବଧୂମାନଙ୍କ ପାଇଁ କିମ୍ବା ସ୍ୱତନ୍ତ୍ର ଅବସର ଲାଗି ଏକ ଲୋକପ୍ରିୟ ଗହଣାରେ ପରିଣତ ହୋଇଛି । ପାରମ୍ପରିକ ମନ୍ଦିର ଗହଣା ସୃଷ୍ଟି କରିବା ଲାଗି ଦରକାର ଦକ୍ଷତା, ସୂକ୍ଷ୍ମତା ଏବଂ ପ୍ରତିଟି ଡିଜାଇନ୍ ପଛରେ ରହିଥିବା ସଙ୍କେତକୁ ବୁଝିବାର ଜ୍ଞାନ ।
ମନ୍ଦିର ଗହଣା ସୃଷ୍ଟି କରିବା ପଛରେ ଏକାଧିକ ସ୍ତର ରହିଛି ଯାହା ଗହଣାକୁ ଡିଜାଇନ୍ କରିବାଠାରୁ ଆରମ୍ଭ ହୋଇଛି । ଡିଜାଇନଗୁଡ଼ିକ ମୁଖ୍ୟତଃ ପ୍ରାଚୀନ ହିନ୍ଦୁ ସ୍ଥାପତ୍ୟରୁ ପ୍ରେରିତ ଏବଂ ପ୍ରତିଟି ଗହଣା ସହ ଅର୍ଥ ଓ ଗୁରୁତ୍ୱ ଜଡ଼ିତ ରହିଛି । ଏହାର ପରବର୍ତୀ ପ୍ରକ୍ରିୟା ହେଉଛି ସମୃଦ୍ଧିକରଣ ଯେଉଁଥିରେ ଏକ ତରଳା ଯାଇଥିବା ମହମ ଆଧାର ଉପରେ ସୁନାର ପତଳା ପରସ୍ତ ରଖାଯାଏ ଏବଂ ସ୍ୱତନ୍ତ୍ର ଟୁଲ୍ ସାହାଯ୍ୟରେ ସୁନା ପରସ୍ତ ଉପରେ ଡିଜାଇନ୍‌କୁ ସମୃଦ୍ଧ କରାଯାଏ । ଏହା ପରେ ଗହଣାରେ ମୂଲ୍ୟବାନ ଓ ଅର୍ଧ-ମୂଲ୍ୟବାନ ଷ୍ଟୋନ୍‌କୁ ବ୍ୟବହାର କରି ତ୍ରୁଟିହୀନ ଫିନିସ୍ ହାସଲ କରିବା ଲାଗି ପଲିସ୍ କରାଯାଏ ।
ପରିଶେଷରେ, ସୁନାରେ ପାରମ୍ପରିକ ମନ୍ଦିର ଗହଣା ତିଆରି କରିବା ଏକ ସମୟ ସାପେକ୍ଷ କଳା ଯାହା ଉଚ୍ଚ ମାନର ଦକ୍ଷତା ଓ ଉତ୍ସର୍ଗୀକୃତ ମନୋଭାବ ଆବଶ୍ୟକ କରେ । ଶେଷ ଫଳ ହେଉଛି ଆକର୍ଷଣୀୟ କଳାକୃତି ଯାହା ଭାରତର ସମୃଦ୍ଧ ଐତିହ୍ୟ ଓ କଳାକାରୀର ପ୍ରତୀକ ଭାବେ କାର୍ଯ୍ୟ କରେ ।
ମାତ୍ର ମନ୍ଦିର ଗହଣା ତିଆରି କରିବା ପଛରେ ରହିଥିବା ପ୍ରକ୍ର୍ରିୟା ଓ ଉପକରଣକୁ ନେଇ କିଛି ଅଜଣା ବିଭ୍ରାଟ ଓ ପ୍ରଶ୍ନ ଯୋଗୁଁ ଏହି ଗହଣାଗୁଡ଼ିକୁ ତିଆରି କରୁଥିବା ଦକ୍ଷ କାରିଗରମାନଙ୍କୁ ଲୋକପ୍ରିୟତା ଗୌଣ ହେଉଛି ଏବଂ ସମଗ୍ର ଶିଳ୍ପର ବିଶ୍ୱସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ବ୍ୟାଖ୍ୟାନ କଳାକାରୀକୁ ଏବଂ ମନ୍ଦିର ଗହଣାର ସାଂସ୍କୃତିକ ଗୁରୁତ୍ୱକୁ ପ୍ରଭାବିତ କରୁଛି । ଏଭଳି ସମସ୍ୟା ପ୍ରତି ପ୍ରତିକ୍ରିି୍ରୟା ସ୍ୱରୂପ ଭାରତର ଏକ ଲୋକପ୍ରିୟ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ଏକ ଗ୍ରାହକ କୈନ୍ଦ୍ରୀକ ଅଭିଯାନ ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ଉପସ୍ଥାପନ କରିଛି ଯାହା ଗ୍ରାହକ ମାନଙ୍କୁ ଶ୍ରେଷ୍ଠ ମୂଲ୍ୟ, ଗୁଣବତା ଓ ସେବାର ଗ୍ୟାରେଟିଂ ପ୍ରଦାନ କରୁଛି ।
କଲ୍ୟାଣ ଜୁଏଲର୍ସ ଯୁକ୍ତିଯୁକ୍ତ ଓ ସ୍ୱଚ୍ଛ ବ୍ୟବସାୟ ପ୍ରଥାକୁ ଅନୁସରଣ କରୁଛି ଯାହାର ପ୍ରମାଣ ୪-ସ୍ତରୀୟ ଆସ୍ୟୁରାନ୍ସ ପ୍ଲାନ୍‌ର ଉତ୍ପାଦ ସୂଚନା ବିଭାଗରେ ରହିଛି । ବ୍ରାଣ୍ଡ୍ ପକ୍ଷରୁ ଉତ୍ପାଦର ମୋଟ ମୂଲ୍ୟରୁ ଲାଖ, ଜେମଷ୍ଟୋନ, କାଚ, କାଠ, ଲନାମେଲ୍ ଆଦିକୁ ଅନ୍ୟାନ୍ୟ ସାମଗ୍ରୀକୁ ବାଦ ଦେବା ପରେ କେବଳ ବ୍ୟବହାର ହୋଇଥିବା ସୁନା ପାଇଁ ଗ୍ରାହକମାନଙ୍କଠାରୁ ସୁନାର ମୂଲ୍ୟ କେବଳ ଗ୍ରହଣ କରାଯାଏ । ଏହି ପ୍ଳାନ୍‌ରେ ଏକ୍ସଚେଂଜ୍ ଓ ଗହଣାକୁ ପୁନର୍ବାର ବିକ୍ରି କରିବା ଉପରେ ଶ୍ରେଷ୍ଠ ମୂଲ୍ୟର ପ୍ରତିଶ୍ରୁତି ମଧ୍ୟ ରହିଛି ଯାହା ଗ୍ରାହକମାନଙ୍କୁ ଶ୍ରେଷ୍ଠ ସମ୍ଭବ ଡିଲ୍ ପାଇବା ନିଶ୍ଚିତ କରୁଛି ।
୪-ସ୍ତରୀୟ ଆସ୍ୟୁରାନ୍ସ ପ୍ଲାନରେ ରହିଛି ଏକ ସାର୍ଟିଫିକେଟ୍ ଯାହା ଏକ୍ସଚେଂଜ୍ କିମ୍ବା ପୁନର୍ବାର ବିକ୍ରି ସମୟରେ ଇନ୍‌ଭଏସ୍‌ରେ ଉଲ୍ଲେଖ ରହିଥିବା ଶୁଦ୍ଧତାର ମୂଲ୍ୟ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଉଛି । କଲ୍ୟାଣ ଜୁଏଲର୍ସର ସାରା ଭାରତରେ ଥିବା ଯେକୌଣସି ସୋ’ରୁମ୍‌ରେ ମାଗଣା ଜୀବନବ୍ୟାପୀ ମରାମତିର ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରୁଛି ଯାହା ଏହାର ଗ୍ରାହକମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରୁଛି, କାରଣ ସେମାନେ ଜାଣିଛନ୍ତି ଯେ ସେମାନଙ୍କ ଗହଣାର ଯତ୍ନ ନିଆଯିବ ।
ମନ୍ଦିର ଗହଣା କ୍ଷେତ୍ରରେ କଲ୍ୟାଣ ଜୁଏଲର୍ସର ପରିମାଣ, କାରିଗରୀ ଓ ଗ୍ରାହକ ସନ୍ତୁଷ୍ଟିର ପ୍ରତିବଦ୍ଧତା ପ୍ରତି ଗହଣାରେ ପ୍ରତିଫଳିତ ହୋଇଛି । ସୁନା, ହୀରା ଓ ଜେମଷ୍ଟୋନରେ ତିଆରି ପାରମ୍ପରିକ ଓ ସମସାମୟିକ ଗହଣା ଡିଜାଇନ୍ ପ୍ରତି ଗ୍ରାହକଙ୍କ ବିବିଧ ଆବଶ୍ୟକତା ପୂରଣ କରୁଛି । ୪-ସ୍ତରୀୟ ଆସ୍ୟୁରାନ୍ସ ପ୍ଲାନ୍‌କୁ ନେଇ କଲ୍ୟାଣ ଜୁଏଲର୍ସ ପକ୍ଷରୁ ମୁଲ୍ୟ, ଗୁଣବତା ଏବଂ ସେବାର ପ୍ରତିଶ୍ରୁତି ପ୍ରଦାନ କରାଯାଉଛି ଯାହା ସେମାନଙ୍କ ଗ୍ରାହକମାନେ ଆଗାମୀ ବର୍ଷଗୁଡ଼ିକରେ ମନ୍ଦିର ଗହଣାରେ ଉପଭୋଗ କରିପାରିବେ ।


Share It

Comments are closed.